ETV Bharat / bharat

ଗୁଜୁରାଟ ପୌର ନିର୍ବାଚନ: ସୁରଟରେ କଂଗ୍ରେସର ଖେଳ ବିଗାଡିଲା AAP

author img

By

Published : Feb 23, 2021, 7:02 PM IST

ପ୍ରଥମ ଥର ଗୁଜୁରାଟ ପୌରପାଳିକା ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଆପ ସୁରଟ ମହାନଗର ନିଗମରେ କଂଗ୍ରେସକୁ ପଛରେ ପକାଇ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି । ଯଦିଓ ସୁରଟ ମହାନଗର ନିଗମରେ ବିଜେପି କ୍ଷମତା ଦଖଲ କରୁଥିବା ନଜର ଆସୁଛି, କିନ୍ତୁ କଂଗ୍ରେସର ନିଦ ହଜାଇ ଦେଇଛି ଆମ ଆଦମୀ ପାର୍ଟିର ଏଣ୍ଟ୍ରି । ଅଧିକ ପଢନ୍ତୁ...

ଗୁଜୁରାଟ ପୌର ନିର୍ବାଚନ: ସୁରଟରେ କଂଗ୍ରେସର ଖେଳ ବିଗାଡିଲା AAP
ଗୁଜୁରାଟ ପୌର ନିର୍ବାଚନ: ସୁରଟରେ କଂଗ୍ରେସର ଖେଳ ବିଗାଡିଲା AAP

ଅହମଦାବାଦ: ଗୁଜୁରାଟର 6 ମହାନଗର ନିଗମର 576 ୱାର୍ଡରେ ହୋଇଥିବା ନିର୍ବାଚନରେ ଜାରି ରହିଛି ମତଦାନ । ସମସ୍ତ ମହାନଗର ନିଗମକୁ ଦଖଲ କରିସାରିଛି ଭାରତୀୟ ଜନତା ପାର୍ଟି । ସେପଟେ ସୁରଟ, ରାଜକୋଟ, ଜାମନଗର ଓ ଭାବନଗରରେ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଛି । ଅହମଦାବାଦରେ ବି କଂଗ୍ରେସର ସ୍ଥିତି କିଛି ଭଲ ନାହିଁ । ସବୁଠୁ ବଡ କଥା ହେଉଛି କଂଗ୍ରେସର ଏହି ପରାଜୟ ପଛରେ ରହିଛି ଆମ ଆଦମୀ ପାର୍ଟିର ହାତ ।

ପ୍ରଥମ ଥର ଗୁଜୁରାଟ ପୌରପାଳିକା ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଆପ୍‌ ସୁରଟ ମହାନଗର ନିଗମରେ କଂଗ୍ରେସକୁ ପଛରେ ପକାଇ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି । ଯଦିଓ ସୁରଟ ମହାନଗର ନିଗମରେ ବିଜେପି କ୍ଷମତା ଦଖଲ କରୁଥିବା ନଜର ଆସୁଛି, କିନ୍ତୁ କଂଗ୍ରେସର ନିଦ ହଜାଇ ଦେଇଛି ଆମ ଆଦମୀ ପାର୍ଟିର ଏଣ୍ଟ୍ରି ।

ବର୍ତ୍ତମାନର ଟ୍ରେଣ୍ଡ୍‌ ଅନୁଯାୟୀ ସୁରଟରେ ମୋଟ 120 ଆସନରୁ ବିଜେପି 93 ଆସନରେ ବିଜୟ ହାସଲ କରିସାରିଥିବା ବେଳେ ଆମ ଆଦମୀ ପାର୍ଟି ଖାତାକୁ ଯାଇଛି 27ଟି ଆସନ । ଏଠାରେ କଂଗ୍ରେସକୁ ବଡ ପରାଜୟର ସାମ୍ନା କରିବାକୁ ପଡିଛି ।

ସୁରଟରେ ପାଟିଦାର ସମ୍ପ୍ରଦାୟଙ୍କ ପାଖରୁ ଆମ ଆଦମୀ ପାର୍ଟିକୁ ମିଳିଛି ଅଧିକ ଲାଭ । ଏହାସହ ଗୁଜୁରାଟରେ ଦଳର ଭାର ସମ୍ଭାଳୁଥିବା ଗୋପାଳ ଇଟାଲିୟା ମଧ୍ୟ ପାଟିଦାର ସମ୍ପ୍ରଦାୟରୁ ଆସୁଛନ୍ତି । ଦଳର ଉତ୍କୃଷ୍ଠ ପ୍ରଦର୍ଶନରେ ଗଦ୍‌ଗଦ୍‌ ଆମ ଆଦମୀ ପାର୍ଟି ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ 26 ଫେବୃଆରୀରେ କରୁଛନ୍ତି ଗୁଜୁରାଟ ଗସ୍ତ । ଏଠାରେ ଏକ ରୋଡ ସୋ ମଧ୍ୟ କରିବେ କେଜ୍ରିୱାଲ । ସେପଟେ 27ଟି ଆସନରେ ଆପ୍‌ର ବିଜୟ ପାଇଁ ଖୁସି ମନାଉଛନ୍ତି ଦଳୀୟ କର୍ମୀ ଓ ନେତା ।

ସେପଟେ ଗୁଜୁରାଟ ପୌର ନିର୍ବାଚନରେ ପ୍ରଥମ ଥର ଭାଗ୍ୟ ନିର୍ଦ୍ଧାରଣ କରୁଥିବା ଅସଦୁଦ୍ଦିନ ଓୱେସୀଙ୍କ ଦଳ ଏଆଇଏମଆଇଏମ କୌଣସି ଖାସ ପ୍ରଦର୍ଶନ କରିଥିବା ନଜର ଆସୁନି । ଦଳ ମୋଟ 21ଟି ଆସନରେ ନିର୍ବାଚନ ଲଢିଥିବା ବେଳେ ମାତ୍ର 4ଟି ଆସନ ହାତେଇପାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.