ETV Bharat / bharat

ଆଧାର କାର୍ଡ ଦେଲା ନୂତନ ପରିଚୟ: ୬ ବର୍ଷ ପରେ ଦିବ୍ୟାଙ୍ଗ ପୁଅକୁ ପାଇଲା ମାଆ

author img

By

Published : Mar 13, 2022, 10:36 PM IST

ଆଧାର କାର୍ଡ ଏହା ଏକ ବ୍ୟକ୍ତିର ପରିଚୟ ପାଇଁ ସାଧାରଣତଃ ବ୍ୟବହାର ହୋଇଥାଏ । ଏହି ଆଧାର କାର୍ଡ ମାଧ୍ୟମରେ ଜଣେ ମା ତାର ନିଖୋଜ ଥିବା ପୁଅକୁ ପାଇଛି । ଦୀର୍ଘ ୬ ବର୍ଷ ପରେ ନିଜର ଦିବ୍ୟାଙ୍ଗ ପୁଅକୁ ପାଇ ଆତ୍ମ ବିଭୋର ହୋଇଛନ୍ତି କର୍ଣ୍ଣାଟକର ଜଣେ ମାଆ । ଅଧିକ ପଢନ୍ତୁ

ଆଧାର କାର୍ଡ ଦେଲା ନୂତନ ପରିଚୟ: ୬ ବର୍ଷ ପରେ ଦିବ୍ୟାଙ୍ଗ ପୁଅକୁ ପାଇଲା ମାଆ
ଆଧାର କାର୍ଡ ଦେଲା ନୂତନ ପରିଚୟ: ୬ ବର୍ଷ ପରେ ଦିବ୍ୟାଙ୍ଗ ପୁଅକୁ ପାଇଲା ମାଆ

ବେଙ୍ଗାଲୁରୁ : ଆଧାର କାର୍ଡ ଏହା ଏକ ବ୍ୟକ୍ତିର ପରିଚୟ ପାଇଁ ସାଧାରଣତଃ ବ୍ୟବହାର ହୋଇଥାଏ । ଏହି ଆଧାର କାର୍ଡ ମାଧ୍ୟମରେ ଜଣେ ମା ତାର ନିଖୋଜ ଥିବା ପୁଅକୁ ପାଇଛି । ଦୀର୍ଘ ୬ ବର୍ଷ ପରେ ନିଜର ଦିବ୍ୟାଙ୍ଗ ପୁଅକୁ ପାଇ ଆତ୍ମ ବିଭୋର ହୋଇଛନ୍ତି କର୍ଣ୍ଣାଟକର ଜଣେ ମାଆ ।

ସୂଚନା ଅନୁସାରେ କର୍ଣ୍ଣାଟକର ଜଣେ ପରିବା ବିକାଳୀ ପରାବତାମ୍ମା । ନିଜ ଘର ଚଳାଇବା ପାଇଁ ସେ ପରିବା ବିକ୍ରି କରନ୍ତି । ୨୦୧୬ ମସିହାରେ ନିଜ ପୁଅ ଭାରତକୁ ଜଳଖିଆ ଆଣିବାକୁ ବଜାରକୁ ପଠାଇଥିଲେ । ହେଲେ ପରେ ସେ ଜଳଖିଆ ଆଣିବା ବଦଳରେ ୟାଲାହଙ୍କା ରେଳ ଷ୍ଟେସନରେ ପହଞ୍ଚି ଅଜାଣତରେ ଟ୍ରେନ ଯୋଗେ ନାଗପୁର ପଳାଇ ଯାଇଥିଲେ । ସେତେବେଳେ ଭାରତଙ୍କ ବୟସ ଥିଲା ୧୩ । ପରେ 2016 ଅକ୍ଟୋବର ୨୧ରେ ନାଗପୁର ଷ୍ଟେସନରୁ ତାଙ୍କୁ ଉଦ୍ଧାର କରିଥିଲେ ରେଳ କର୍ମଚାରୀ । ପରେ ତାଙ୍କୁ ଏକ ବାଳାଶ୍ରମରେ ଛଡାଯାଇଥିଲା । ସେଠାରେ ଅନାଥ ଆଶ୍ରମର କାଉନସିଲର ମହେଶ ରାଣ୍ଡିଭ ଭାରତର ଆଧାର କାର୍ଡ ପାଇଁ ଆଧାର ସେବା କେନ୍ଦ୍ର (ASK) ନିକଟକୁ ଯାଇଥିଲେ। କିନ୍ତୁ ଭାରତର ସମ୍ପୂର୍ଣ୍ଣ ବିବରଣୀ ପୂର୍ବରୁ ଥିବାରୁ ସିଷ୍ଟମ ତାଙ୍କ ଆବେଦନକୁ ଗ୍ରହଣ କରି ନଥିଲା ।

ପରେ ଯାଞ୍ଚ ପରେ ଜଣାପଡିଥିଲା ଭରାତର ପ୍ରକୃତ ଠିକଣା । ଭାରତ କୁମାର ବିଶି ଯେକି ବେଙ୍ଗାଲୁରୁ ନିବାସୀ । ତାଙ୍କର ଏହି ଆଧାର କାର୍ଡ ୨୦୧୨ ମସିହାରେ ହୋଇଥିଲା । ତେବେ, ଏହି ଆଧାର କାର୍ଡକୁ ଭିତ୍ତି କରି ତାଙ୍କୁ ଠିକଣା ସ୍ଥାନରେ ପହଞ୍ଚାଇଥିଲେ ବିଭାଗୀୟ ଅଧିକାରୀ । ତେବେ ମାର୍ଚ୍ଚ ମାସ ୯ ତାରିଖରେ ଭାରତଙ୍କୁ ତାଙ୍କ ମାଆଙ୍କ ନିକଟରେ ପହଞ୍ଚିଥିଲେ । ତେବେ ଆଧାର କାର୍ଡ ମାଧ୍ୟମରେ ନିଖୋଜ ଥିବା କିଶୋର କିଶୋରୀଙ୍କୁ ପରିବାର ପାଖରେ ପହଞ୍ଚାଇବା ଏ ହେଉଛି ପଞ୍ଚମ ମାମଲା ବୋଲି ଆଧାର ସେବା କେନ୍ଦ୍ରର ମ୍ୟାନେଜର ଅନୀଲ ମରାଠେ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.