ETV Bharat / bharat

Special story: ମାନବସେବାର ଅନ୍ୟନାମ ସିରିଲ, ମୋଟା ଅଙ୍କ ଦରମା ଛାଡି ଗଢୁଛନ୍ତି ଦିବ୍ୟାଙ୍ଗ ପିଲାଙ୍କ ଜୀବନ

author img

By

Published : Jun 9, 2021, 9:11 PM IST

ଦିବ୍ୟାଙ୍ଗ ଶିଶୁଙ୍କ ସେବା ପାଇଁ ବିଦେଶ ଚାକିରି ଛାଡି ଚର୍ଚ୍ଚାରେ ସିରିଲ୍ । ମୋଟା ଅଙ୍କର ଦରମା ବଦଳରେ ବାଛିଲେ ମାନସିକ ଅନଗ୍ରସର ପିଲାଙ୍କ ଦେଖାରଖା । ଦୟାନିଲୟ୍ ହରମିଟେଜ୍ ନାମରେ ଏକ ଅନୁଷ୍ଠାନ ଖୋଲି ଦିବ୍ୟାଙ୍ଗ ପିଲାଙ୍କ ମୁଁହରେ ଫୁଟାଉଛନ୍ତି ହସ । ଦେଖନ୍ତୁ ଏହି ପ୍ରେରଣାଦାୟୀ କାହାଣୀ...

Special story : ମାନବସେବାର ଅନ୍ୟନାମ ସିରିଲ, ମୋଟା ଅଙ୍କ ଦରମା ଛାଡି ଗଢୁଛନ୍ତି ଦିବ୍ୟାଙ୍ଗଙ୍କ ଜୀବନ

ବେଙ୍ଗାଲୁରୁ: ସିରିଲ୍ ଲୋପେଜ୍ । କର୍ଣ୍ଣାଟକ କୁମଟା ତଲୁକ୍ ଆଲଭେକୋଡିରେ ତାଙ୍କ ଘର । ସ୍ଥାନୀୟ ଅଞ୍ଚଳର ସମସ୍ତ ଦିବ୍ୟାଙ୍ଗ ଏବଂ ମାନସିକ ଅନଗ୍ରସର ଶିଶୁ ଏବଂ ଲୋକଙ୍କ ପାଇଁ ସେ ଆଶାର ଆଲୋକ । ଖାଲିସେତିକି ନୁହେଁ , ନିସ୍ବାର୍ଥପର ସେବା ଏବଂ ପରୋପକାରିତା ପାଇଁ ସେ ବର୍ତ୍ତମାନ ସଭିଙ୍କ ରୋଲ୍ ମଡେଲ୍ ।

ନିଜ ସୁଖ ସ୍ବାଚ୍ଛନ୍ଦ ଭୁଲି ଅନ୍ୟର ସେବା ପାଇଁ ସେ କରିଛନ୍ତି ରାତିଦିନ ଏକ । ଅର୍ଥ ଉପାର୍ଜନ ଏବଂ ବିବାହକୁ ପଛ କରି ମନବସେବାକୁ ବ୍ରତ କରିଛନ୍ତି ସେ । ଗତ 10 ବର୍ଷ ଧରି ସେ ତାଙ୍କ ସେବା ଜାରିରଖିବା ସହିତ ଦୟାନିଲୟ୍ ହରମିଟେଜ୍ ନାମରେ ଖୋଲିଛନ୍ତି ଏକ ଅନୁଷ୍ଠାନ । ସେ କୁହନ୍ତି କି , ଦିବ୍ୟାଙ୍ଗ ଏବଂ ମାନସିକ ଅନଗ୍ରସର ଲୋକଙ୍କ ପାଇଁ କିଛି କରିବାର ଲକ୍ଷ୍ୟ ରଖିଛି । ଏମାନଙ୍କ ସେବା ପାଇଁ ମୋତେ ସବୁବେଳେ ଭାଇଙ୍କ ଠାରୁ ପ୍ରେରଣା ମିଳେ । ତେବେ ସମାଜର ସବୁ ବର୍ଗର ଲୋକ ଏମାନଙ୍କୁ ସହଯୋଗ ପାଇଁ ଆଗେଇ ଆସିବା ଜରୁରୀ ।

ତେବେ ଆଜିର ସ୍ବାର୍ଥପର ଏବଂ ଅର୍ଥ ଉପାର୍ଜନ ପାଇଁ ଦୌଡୁଥିବା ଦୁନିଆରେ ଲୋପେଜଙ୍କ ଏହି ସେବା ପଛରେ ରହିଛି , ଏକ ଅଙ୍ଗେନିଭା ନିଚ୍ଛକ କାହାଣୀ । ଯେପରି ପିଲିଟିଏ ସଂସ୍କାର ଏବଂ ବ୍ୟବହାର ତାର ନିଜ ଘରୁ ବା ପରିବାରଠୁ ଶିଖିଥାଏ, ଠିକ୍ ସେମିତି ଲୋପେଜଙ୍କ ମାନବସେବା ପ୍ରବଣତା ପ୍ରିୟଜନଙ୍କ ସେବା, ଶୁଶ୍ରୁଷା ଘରୁ ଆସିଥିଲା । ନିଜ ଦିବ୍ୟାଙ୍ଗ ଭାଇ ଏବଂ ପିତାମାତାଙ୍କ ପାଇଁ ବିଦେଶର ଚାକଚକ୍ୟ ଏବଂ ବ୍ୟୟବହୁଳ ଜୀବନଶୈଳୀ ଛାଡି ଆସିଥିଲେ ସିରିଲ । ପରେ ଘରୁ ହିଁ ଆରମ୍ଭ ହୋଇଥିଲା ମାନବସେବାର ଅୟମାରମ୍ଭ । ଭାଇ ଏବଂ ବାପା ମା’ଙ୍କ ସେବା କରୁ କରୁ ଅନ୍ୟମାନଙ୍କ ସେବା ପାଇଁ ବଳାଇଥିଲେ ମନ । ଆଉ ପରେ ଏକ ଅନୁଷ୍ଠାନ କରି ନିଜର ଲୋକଙ୍କ ଭଳି ଆଦାର କରିଥିଲେ ଦିବ୍ୟାଙ୍ଗ ଏବଂ ମାନିସକ ବିକାରଗ୍ରସ୍ତ ଲୋକଙ୍କୁ । କେବଳ ସେତିକି ନୁହେଁ, ସେମାନଙ୍କୁ ମଧ୍ୟ ମାଗଣା ଶିକ୍ଷା ଏବଂ ଚିତ୍ରକଳା ଟ୍ରେନିଂ ଦେଉଛନ୍ତି ସିରିଲ ।

ଦୟାନିଲୟ ଅନୁଷ୍ଠାନରେ କେବଳ ଯେ, ଏଭଳି ପିଲା ଏବଂ ଲୋକଙ୍କୁ ସେବା ଯୋଗାଉଛି ତା ନୁହେଁ, ଗାଈ, ବିରାଡି, କଇଁଛ, ମାଛ, ମୟୂର ସହିତ ଅନ୍ୟ ଜୀବଜନ୍ତୁଙ୍କ ଦେଖାରଖା ହୋଇଥାଏ । ନୀରିହ ଜୀବଜନ୍ତଙ୍କୁ ସହ ଦିବ୍ୟାଙ୍ଗ ପିଲାମାନେ ସମୟ ଅତିବାହିତ କରିଥାନ୍ତି । ଏହା ସହିତ ସିରିଲ ମଧ୍ୟ ଏହି ପିଲାମାନଙ୍କୁ ଖେଳକୁଦରେ ସହାୟତା କରୁଛନ୍ତି । ତେବେ ବିନା ସ୍ବାର୍ଥରେ ଏଭଳି ସେବା ଜାରି ରଖିଥିବା ସିରିଲ ବାସ୍ତବରେ ପ୍ରଶଂସାଯୋଗ୍ୟ । ସିରିଲଙ୍କୁ ତାଙ୍କ ସେବା ଜାରି ରଖିଥାନ୍ତୁ .. ଏହା ହିଁ ଆମର କାମନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.