ETV Bharat / bharat

କ୍ରିକେଟ ଖେଳୁଥିବା ବେଳେ ହୃଦଘାତରେ ଟଳି ପଡିଲେ ବ୍ୟକ୍ତି, 45 ଦିନରେ ଗଲାଣି 8 ଜୀବନ

author img

By

Published : Mar 20, 2023, 7:13 AM IST

ରାଜକୋଟରେ ଏକ ଅଭାବନୀୟ ଘଟଣା ଘଟିଛି । କ୍ରିକେଟ ଖେଳୁଥିବା ବେଳେ ହୃଦଘାତରେ ଜଣେ 43ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

କ୍ରିକେଟଟ ଖେଳୁଥିବା ବେଳେ ହୃତଘାତରେ ବ୍ୟକ୍ତିଙ୍କ ମୃତ୍ଯୁ
man dies by heart attack while playing cricket

ଗାନ୍ଧୀନଗର: ମ୍ୟାଚ ବେଳେ ମଇଦାନରେ ଅଘଟଣ । କ୍ରିକେଟ ଖେଳୁଥିବା ସମୟରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ହୃଦଘାତ କାରଣରୁ କ୍ରିକେଟ ଖେଳୁଥିବା ସମୟରେ ଜଣେ 43 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଗୁଜୁରାଟର ରାଜକୋଟରୁ ଆସିଛି ଏପରି ଅଭାବନୀୟ ଚିତ୍ର । ରାଜକୋଟ ଶାସ୍ତ୍ରୀ ମଇଦାନରେ ସାଙ୍ଗଙ୍କ ସହ କ୍ରିକେଟ ଖେଳୁଥିବା ସମୟରେ ମୟୂର ନଟବରଭାଇ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।

ଘଟଣାକୁ ନେଇ ମୟୂର ନଟବରଭାଇଙ୍କ ସାଙ୍ଗ କହିଛନ୍ତି, '' କ୍ରିକେଟ ଖେଳୁଥିବା ସମୟରେ ହଠାତ୍ ନଟବରଭାଇଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଆମେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।'' ଖବର ପାଇ ନଟବରଭାଇଙ୍କ ପରିବାର ଡାକ୍ତରଖାନାରେ ପହଞ୍ଚିଥିଲେ । ରବିବାର ଛୁଟି ଥିବା କାରଣରୁ ସାଙ୍ଗଙ୍କ ସହିତ କ୍ରିକେଟ ଖେଳିବାକୁ ଯାଉଥିଲେ ମୟୂର ନଟବରଭାଇ । ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର । କ୍ରିକେଟ ଖେଳୁଥିବା ସମୟରେ ତାଙ୍କୁ ହୃଦଘାତ ଆସିଥିଲା । ମୟୂର ନଟବରଭାଇ ନିୟମିତ କ୍ରିକେଟ ଖେଳନ୍ତି । ତାଙ୍କର କୌଣସି ସ୍ବାସ୍ଥ୍ୟ ସମସ୍ୟା ନଥିଲା । ହଠାତ୍‌ କ୍ରିକେଟ ଖେଳୁଥିବା ସମୟରେ ସେ ଅସୁସ୍ଥ ହୋଇ ପଡିଥିଲେ । ମୟୂର ଜଣେ ସୁନା ବ୍ୟବସାୟୀ ଥିଲେ । ପରିବାରରେ ଏକମାତ୍ର ବ୍ୟକ୍ତି ଥିଲେ ଯିଏ କି ରୋଜଗାର କରୁଥିଲେ ।

ଯୁବଗୋଷ୍ଠୀ ବିଶେଷ କରି 30ରୁ 40 ବର୍ଷ ବୟସ ବ୍ୟକ୍ତିଙ୍କୁ ହୃଦଘାତ ଆସିବା ବଡ ସମସ୍ୟା ହୋଇଛି । ଡାକ୍ତରଙ୍କ ସୂଚନା ଅନୁସାରେ କୋରୋନା ପରେ ଯୁବଗୋଷ୍ଠୀଙ୍କୁ ବିଶେଷ କରି ହୃଦଘାତ ଆସୁଥିବା ସଂଖ୍ୟା ବଢିବାକୁ ଲାଗିଛି । ନିକଟକେ କ୍ରିକେଟ ଗ୍ରାଉଣ୍ଡରେ ଯୁବକଙ୍କୁ ହୃଦଘାତ ଆସି ସେମାନଙ୍କର ମୃତ୍ୟୁ ହେଉଛି ।

ଏହା ବି ପଢନ୍ତୁ...କ୍ରିକେଟ ଖେଳୁଥିଲେ ହୃଦଘାତରେ ଉଡିଗଲା ଯୁବକଙ୍କ ପ୍ରାଣବାୟୁ

ଏହା ବି ପଢନ୍ତୁ...ପୁଣି ବିବାଦରେ ସାକ୍ଷୀ ମହାରାଜ, କହିଲେ ଅପରାଧୀଙ୍କୁ ଗୁଳି, ଲାଠି ଓ ବୁଲଡୋଜର ଉପଚାର ପ୍ରଯୁଜ୍ୟ

ରାଜକୋଟରେ ଏହା ପ୍ରଥମ ଘଟଣା ନୁହେଁ । କ୍ରିକେଟ ଖେଳୁଥିବା ସମୟରେ ଅଚାନକ ଅନେକଙ୍କ ପ୍ରାଣବାୟୁ ଉଡି ଯାଉଥିବା ଖବର ସାମ୍ନାକୁ ଆସିଛି । ଗତମାସ 20 ତାରିଖରେ ରାଜକୋଟ ମାଧବରାୟ ସିଦ୍ଧିୟା କ୍ରିକେଟ ଗ୍ରାଉଣ୍ଡରେ ଇଣ୍ଟର ପ୍ରେସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଏହି ସମୟରେ 31 ବର୍ଷୀୟ ଯୁବର ହାର୍ଦ୍ଦିକ ଚୌହାନ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । କ୍ରିକେଟ ଗ୍ରାଉଣ୍ଡରେ ହିଁ ଯୁବକଙ୍କ ଜୀବନ ଯାଉଛି । ଗତ 45 ଦିନରେ କ୍ରିକେଟ ଖେଳୁଥିବା ସମୟରେ 8ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.