ETV Bharat / bharat

ଗଲୱାନ ଉପତ୍ୟକାରେ ଭାରତ-ଚୀନ ସଂଘର୍ଷ: 5 ଦଶନ୍ଧିର ଏକ ବଡ ପରିବର୍ତ୍ତନ

author img

By

Published : Jun 12, 2021, 8:09 PM IST

ଭାରତ ଏବଂ ଚୀନ ସେନା ମଧ୍ୟରେ ଗତବର୍ଷ ଦେଖାଯାଇଥିବା ଭୟଙ୍କର ସଂଘର୍ଷ ଦୁଇ ଦେଶର ସାମରିକ ବ୍ୟବସ୍ଥା ଓ ଯାତ୍ରାରେ ଏକ ବଡ ପରିବର୍ତ୍ତନ ଆଣିଛି । ଅଧିକ ପଢନ୍ତୁ...

ଗଲୱାନ ଉପତ୍ୟକାରେ ଭାରତ-ଚୀନ୍ ସଂଘର୍ଷ: 5 ଦଶନ୍ଧିର ଏକ ବଡ ପରିବର୍ତ୍ତନ

ହାଇଦ୍ରାବାଦ: ଭାରତ ଏବଂ ଚୀନ୍ ସେନା ମଧ୍ୟରେ ଗତବର୍ଷ ଦେଖାଯାଇଥିବା ଭୟଙ୍କର ସଂଘର୍ଷ ଦୁଇ ଦେଶର ସାମରିକ ବ୍ୟବସ୍ଥା ଓ ଯାତ୍ରାରେ ଏକ ବଡ ପରିବର୍ତ୍ତନ । ଏହା ଦୁଇ ଦେଶର ଇତିହାସ ତଥା ବିଗତ 5 ଦଶନ୍ଧିରେ ଏକ ଗୁରୁତ୍ବପୂର୍ଣ୍ଣ ସାମରିକ ଘଟଣା । ଏହି ଘଟଣା ପରେ ଉଭୟ ଦେଶ ସୀମାରେ ସେମାନଙ୍କ ସୈନ୍ୟ ପରିଚାଳନା ରଣନୀତିରେ ପରିବର୍ତ୍ତନ ଆଣିଛନ୍ତି । ଭାରତ ମଧ୍ୟ ଏହି ଘଟଣା ପରେ ଲଦାଖ ସୀମାରେ ନିଜ ରଣନୀତି ବଦଳାଇବା ସହ ନିଜ ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ ସୀମା ସଡକ ଓ ସାମରିକ ଯୋଗାଯୋଗକୁ ପୂର୍ବାପେକ୍ଷା ଗୁରୁତ୍ବ ଦେବାରେ ଲାଗିଛି। ଉକ୍ତ ଘଟଣା ପରେ ସୀମାରେ ନୂଆ ସଡକ ନିର୍ମାଣ ପାଇଁ ଏକାଧିକ ପ୍ରକଳ୍ପ ହାତକୁ ନେଇଛି ଭାରତ ।

ଘଟଣାକ୍ରମ.....
ଘଟଣାକ୍ରମ.....

ଗତବର୍ଷ ଜୁନ୍ 15 ରେ ପ୍ରଥମ ଥର ପାଇଁ ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା । ଏଥିରେ ଭାରତର 20 ଯବାନ ଶହୀଦ ହୋଇଥିବାବେଳେ ଜଣେ କର୍ଣ୍ଣେଲ ତଥା ଉକ୍ତ ଅଞ୍ଚଳ ଦାୟିତ୍ବରେ ଥିବା କମାଣ୍ଡିଂ ଅଧିକାରୀ ସନ୍ତୋଷ ବାବୁ ମଧ୍ୟ ଶହୀଦ ହୋଇଥିଲେ । ଅନ୍ୟପଟେ ଚୀନ ସେନାର ଯବାନମାନେ ମଧ୍ୟ ନିହତ ହୋଇଥିବା ଆଶଙ୍କା କରାଯାଇଥିଲେ ସୁଦ୍ଧା ଏହା ବାବଦରେ ତଥ୍ୟ ପ୍ରଘଟ କରିନଥିଲା ଡ୍ରାଗନ ସେନା । ଭାରତ ଏହାର ସୀମା ପାର୍ଶ୍ୱରେ ନୂତନ ସଡ଼କ ନିର୍ମାଣ ଆରମ୍ଭ କରିବା ପରେ ମଇ 2020 ରେ ଭାରତ ଏବଂ ଚୀନ ମଧ୍ୟରେ ତୀବ୍ର ସଂଘର୍ଷ ଦେଖାଯାଇଥିଲା ।

ଘଟଣାକ୍ରମ.....
ଘଟଣାକ୍ରମ.....

ସେବେଠାରୁ ପାଙ୍ଗୋଙ୍ଗ ଏବଂ ଗାଲୱାନ ଉପତ୍ୟକା ସମେତ ଅନେକ ପ୍ରମୁଖ ଅଞ୍ଚଳରେ ପିପୁଲ୍ସ ଲିବରେସନ୍ ଆର୍ମି( ଚୀନ ସେନା ) ଏବଂ ଭାରତୀୟ ସୈନ୍ୟ ସ୍ବତନ୍ତ୍ର ଦୃଷ୍ଟି ଦେଇଥିଲେ । ଉଭୟ ଦେଶ ମଧ୍ୟ ସାମରିକ ଏବଂ କୂଟନୈତିକ ସ୍ତରରେ ଅନେକ ବୈଠକ କରିଥିଲେ ଯେଉଁଠାରେ ଜାତୀୟ ସୁରକ୍ଷା ପରାମର୍ଶଦାତା, ପ୍ରତିରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀମାନେ ସାମିଲ ହୋଇ ଏକାଧିକ ଥର ଆଲୋଚନା କରିଥିଲେ ।

ବେଶ କିଛି ମାସ ଧରି ସୀମାରେ ଉତ୍ତେଜନା ଲାଗି ରହିବା ସହ ବାରମ୍ବାର ଆଲୋଚନା ପରେ ଏହା କ୍ରମଶଃ ଶାନ୍ତ ପଡିଥିଲା । ପରେ ଉଭୟ ସେନା ପଛକୁ ହଟିବାରେ ସହମତି ପ୍ରକାଶ କରିଥିଲେ । ଅନ୍ୟପଟେ ଏହି ଘଟଣା ପରେ ଭାରତ ତାର ସୀମା ସଡକ ସୁଦୃଢୀକରଣ ଉପରେ ଅଧିକ ଗୁରୁତ୍ବ ଦେବା ସହ ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ ନିଜ ରଣନୀତିରେ ମଧ୍ୟ ପରିବର୍ତ୍ତନ ଆରମ୍ଭ କରିଛି । ଏପରି ଘଟଣା ଭାରତୀୟ ସୁରକ୍ଷା ଇତିହାସରେ ମଧ୍ୟ ବେସ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କାରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.