ETV Bharat / bharat

ମା' ଦୁର୍ଗାଙ୍କ ନିଆରା କିନ୍ନର ପୂଜକ ବୈଶାଳୀ

author img

By

Published : Sep 27, 2022, 1:47 PM IST

Updated : Sep 27, 2022, 2:15 PM IST

କୋଲକାତାରେ ମା’ ଦୁର୍ଗାଙ୍କ ପୂଜା କରୁଛନ୍ତି କିନ୍ନର ପୂଜକ । କହିଲେ ପିଲାବେଳୁ ଥିଲା ଆଧ୍ୟାତ୍ମିକତା ପ୍ରତି ଦୁର୍ବଳତା । ଏବେ ଭବାନୀପୁରର ଏକ ମନ୍ଦିରର ମୁଖ୍ୟ ପୂଜକ । ତଥାପି ସ୍ବାଭାବିକ ଭାବେ ଗ୍ରହଣ କରିପାରୁନି ସମାଜ । ଅଧିକ ପଢନ୍ତୁ

ମା ଦୁର୍ଗାଙ୍କୁ ପୂଜା କଲେ ଧର୍ମ ପରିବର୍ତ୍ତନ କରିଥିବା କିନ୍ନର ପୂଜକ, ପରମ୍ପରା ଭାଙ୍ଗିଥିବା ଅଭିଯୋଗ

କୋଲକାତା: ମା’ଙ୍କ ଆଗମନ ପାଇଁ ଆରମ୍ଭ ହୋଇଛି ନବରାତ୍ରୀ ପୂଜା । ଏହାରି ମଧ୍ୟରେ ସାମ୍ନାକୁ ଆସିଛନ୍ତି ମା’ଙ୍କୁ ପୂଜା କରୁଥିବା ଜଣେ ଭିନ୍ନ ପୂଜକ । ସେ ଜଣେ ପୁରୁଷ କିମ୍ବା ମହିଳା ପୂଜକ ନୁହନ୍ତି ବରଂ ଜଣେ କିନ୍ନର (Transgender priest performs Durga Puja)। କୋଲକାତାରେ ସେ ମା’ଙ୍କ ପୂଜା କରୁଥିବା ଦେଖିବାକୁ ମିଳିବା ପରେ ଏବେ ତାଙ୍କୁ ନେଇ ଏବେ ଚର୍ଚ୍ଚା ଦେଖିବାକୁ ମିଳିଛି । ସେ ଜଣେ କିନ୍ନର ହୋଇଥିଲେ ସୁଦ୍ଧା ବୃତ୍ତିଗତ ଭାବେ ଜଣେ ପୂଜକ ଓ ପଶ୍ଚିମବଙ୍ଗର ଏକ ମନ୍ଦିରର ମୁଖ୍ୟ ପୂଜକ ମଧ୍ୟ ।

ଯାହାଙ୍କୁ ନେଇ ଭିନ୍ନ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି । ସର୍ବୋଚ୍ଚ କୋର୍ଟ କିନ୍ନରଙ୍କୁ ସମସ୍ତ ସାମାଜିକ ଅଧିକାର ସହ ସମ୍ପୂର୍ଣ୍ଣ ମର୍ଯ୍ୟାଦା ସହ ବଞ୍ଚିବାର ନିର୍ଦ୍ଦେଶ ପ୍ରଦାନ କରିଥିଲେ ସୁଦ୍ଧା ସମାଜ କିନ୍ତୁ ଏମାନଙ୍କୁ ସ୍ବାଭାବିକ ଭାବେ ବର୍ତ୍ତମାନ ସୁଦ୍ଧା ଗ୍ରହଣ କରି ପାରିନଥିବା ଦେଖିବାକୁ ମିଳେ । ଏହି କିନ୍ନର ପୂଜକଙ୍କ ନାମ ବୈଶାଳୀ ଦାସ । ସେ କୋଲକାତାର ଏକ ପୂଜା ମଣ୍ଡପରେ ମା’ଙ୍କ ପୂଜା କରୁଥିବା ଦେଖିବାକୁ ମିଳିଛି । ପୂର୍ବ ପ୍ରଚଳିତ ଧାରରେ ପରିବର୍ତ୍ତନ ଆଣି ସେ ଏହି ପୂଜା କାର୍ଯ୍ୟ କରୁଥିବା ବେଳେ ତାଙ୍କୁ କିନ୍ତୁ ସମାଲୋଚନାର ଶିକାର ହେବାକୁ ପଡେ ବୋଲି ସେ କହିଛନ୍ତି ।

କିନ୍ତୁ ତାଙ୍କର ପିଲା ଦିନରୁ ପୂଜା ଓ ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ରହିଆସିଛି । କିିନ୍ତୁ ତାଙ୍କୁ ଅନେକ ବୃତ୍ତିଗତ ପୂଜକ ଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନଥିବା ମଧ୍ୟ ସେ କୁହନ୍ତି । ସେ ଗତ 4 ବର୍ଷ ହେବା ପୂଜା କରି ଆସୁଛନ୍ତି । କେବଳ ଦୁର୍ଗା ପୂଜା ନୁହେଁ ସେ ଅନ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବା ସହ ପୂଜା ପାଠ କରିଥାନ୍ତି । ସେହିପରି କେବଳ କୋଲକାତା ନୁହେଁ ବରଂ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ଧାର୍ମିକ ଉତ୍ସବରେ ସେ ଅଂଶଗ୍ରହଣ ମଧ୍ୟ କରନ୍ତି ବୋଲି କୁହନ୍ତି ବୈଶାଳୀ । ସେ କୋଲକତା ତଥା ସମଗ୍ର ରାଜ୍ୟର ପ୍ରଥମ କିନ୍ନର ପୂଜକ ବୋଲି ମଧ୍ୟ ଚର୍ଚ୍ଚା ହୁଏ ।

କିନ୍ନର ପୂଜକ ବୈଶାଳୀ କହିଛନ୍ତି, "ସେ କେବଳ ଦୁର୍ଗାପୂଜା ନୁହେଁ ବରଂ ସେ ଶୀତଳା ପୂଜା, ମାନସ ପୂଜା ପ୍ରମୁଖ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରନ୍ତି (Transgender priest performs Durga Puja)। ସେହିପରି ପଶ୍ଚିମବଙ୍ଗ ଭବାନୀପୁରରେ ଥିବା ଏକ ମନ୍ଦିରରେ ସେ ହେଉଛନ୍ତି ମୁଖ୍ୟ ପୂଜକ । ସେଠାକୁ ମଧ୍ୟ ବହୁ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିବା ପାଇଁ ଆସିଥାନ୍ତି । ସେ ପିଲାଦିନେ ନିଜ ମା’ଙ୍କୁ ପୂଜା କରିବା ଦେଖି ତାଙ୍କ ମନରେ ମଧ୍ୟ ଆଧ୍ୟାତ୍ମିକତା ପ୍ରତି ଅଗ୍ରହ ସୃଷ୍ଟି ହୋଇଥିଲା । ପରେ ସେ ପୂଜା ପାଠ ଶିଖିବା ସହ ଉପାସନାକୁ ବୃତ୍ତିଗତ ପେସା ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ ।"

Last Updated : Sep 27, 2022, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.