ETV Bharat / bharat

ୟୁକ୍ରେନରୁ ସ୍ୱଦେଶ ଫେରିଲେ ଆଉ ୨୪୨ ଭାରତୀୟ - ୟୁକ୍ରେନରୁ ସ୍ୱଦେଶ ଫେରିଲେ ଆଉ ୨୪୨ ଭାରତୀୟ

ୟୁକ୍ରେନରେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଛନ୍ତି । ପରିବାର ପାଖକୁ ଫେରିବାକୁ ଚାହିଁ ବସିଥିବା ପ୍ରତିଟି ଭାରତୀୟ ସ୍ବଦେଶ ଫେରୁଛନ୍ତି । ଆଜି ଆଉ ୨୪୨ ଭାରତୀୟ ୟୁକ୍ରେନରୁ ସ୍ବଦେଶ ଫେରିଛନ୍ତି । ଅଧିକ ପଢନ୍ତୁ

ୟୁକ୍ରେନରୁ ସ୍ୱଦେଶ ଫେରିଲେ ଆଉ ୨୪୨ ଭାରତୀୟ
ୟୁକ୍ରେନରୁ ସ୍ୱଦେଶ ଫେରିଲେ ଆଉ ୨୪୨ ଭାରତୀୟ
author img

By

Published : Mar 11, 2022, 10:09 AM IST

Updated : Mar 11, 2022, 11:24 AM IST

ନୂଆଦିଲ୍ଲୀ: ଋଷିଆ ୟୁକ୍ରେନ ଯୁଦ୍ଧକୁ ୨ ସପ୍ତାହ ହେବାକୁ ଲାଗିଲାଣି । ତଥାପି ସୁଧୁରୁନି ସ୍ଥିତି । ୟୁକ୍ରେନରେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଛନ୍ତି । ପରିବାର ପାଖକୁ ଫେରିବାକୁ ଚାହିଁ ବସିଥିବା ପ୍ରତିଟି ଭାରତୀୟ ସ୍ବଦେଶ ଫେରୁଛନ୍ତି । ଆଜି ଆଉ ୨୪୨ ଭାରତୀୟ ୟୁକ୍ରେନରୁ ସ୍ବଦେଶ ଫେରିଛନ୍ତି । ପୋଲାଣ୍ଡ ରାସ୍ତା ଦେଇ ସ୍ବତନ୍ତ୍ର ବିମାନରେ ଦିଲ୍ଲୀରେ ପହଞ୍ଚିଛନ୍ତି ୨୪୨ ଭାରତୀୟ ।

ସୁମିରେ ଫସି ରହିଥିବା ଏମବିବିଏସ ଛାତ୍ର ହରଦୀପ କହିଛନ୍ତି, "ଯେଉଁ ଦିନ ଆମେ ରହୁଥିବା ସହରରେ ବିସ୍ଫୋରଣ ଘଟିଥିଲା ଆମେ ଭୟଭୀତ ହୋଇଯାଇଥିଲୁ । କେନ୍ଦ୍ର ସରକାର, ରେଡକ୍ରସ୍, ଏବଂ ଭାରତୀୟ ଦୂତାବାସ ଆମକୁ ବହୁତ ସାହାଯ୍ୟ କରିଥିଲେ ଏବଂ ଏକ ଗ୍ରୀନ କରିଡର ନିର୍ମାଣ କରିଥିଲେ । ଆମକୁ ନିରାପଦରେ ସ୍ଥାନାନ୍ତର କରିଥିଲେ । ଏ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ଏମବିବିଏସ ଛାତ୍ର ହରଦୀପ ।

ସେହିପରି ସୁମିରେ ଅଟକି ରହିଥିବା ଆଉ ଜଣେ ଛାତ୍ରୀ ପ୍ରେରଣା କହିଛନ୍ତି, ଆମର ଶେଷ ସ୍ଥାନାନ୍ତର ଥିଲା । ଅସ୍ତ୍ରବିରତି ଘୋଷଣା ପରେ ଆମେ କେବଳ ବାହାରକୁ ଯାଇପାରିବା । ଏହାପୂର୍ବରୁ ସେଠାରେ ବୋମା ଏବଂ ଗୁଳି ଶବ୍ଦ ଥିଲା । କିନ୍ତୁ ଆମେ ଭାରତୀୟ ଦୂତାବାସରେ ବିଶ୍ବାସ କରୁଥିଲୁ । ସରକାର ସଠିକ୍ ସ୍ଥାନାନ୍ତରଣରେ ବସ୍ ଏବଂ ଟ୍ରେନ୍ ପାଇଁ ସାହାଯ୍ୟ କରିଥିଲେ ।

ଯୁଦ୍ଧକ୍ଷେତ୍ର ୟୁକ୍ରେନରେ ଫସିଥିବା ଭାରତୀୟମାନେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ଏହା ପୂର୍ବରୁ ମାର୍ଚ୍ଚ ୮ରେ ସୁମୀରେ ଥିବା ସମସ୍ତ ୬୯୪ ଜଣ ଭାରତୀୟ ପୋଲଟାଭା ଅଭିମୁଖେ ବସ୍‌ ଯୋଗେ ବେଶ ସୁରକ୍ଷିତ ଭାବେ ଭାରତରେ ପହଞ୍ଚିଥିଲେ । ରୁଷୀୟ ସୈନ୍ୟ ୟୁକ୍ରେନର ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ କରିଛି । ଦେଶର ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ ହୋଇଥିବା ଜଣାପଡିଛି । ସୈନ୍ୟଙ୍କ ଅପେକ୍ଷା ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା କହିଛି ୟୁକ୍ରେନ ।

ଦିନକୁ ଦିନ ଭୟଙ୍କର ହେଉଛି ରୁଷ-ୟୁକ୍ରେନ୍‌ ଯୁଦ୍ଧ । ଚରମସୀମାରେ ପହଞ୍ଚିଛି ରୁଷର ଯୁଦ୍ଧନୀତି । ୟୁକ୍ରେନ୍‌ର ଗୋଟିଏ ପରେ ଗୋଟିଏ ସହରକୁ ଧ୍ୱସଂ କରୁଥିବା ବେଳେ ରୁଷ ଗତକାଲି ଶିଶୁ ହସ୍ପିଟାଲକୁ ରକେଟ୍‌ ମାଡ କରି ଉଡାଇ ଦେଇଛି ।

Last Updated : Mar 11, 2022, 11:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.