ମୁମ୍ବାଇ: ମହାରାଷ୍ଟ୍ର ଲାତୁରଠାରେ ପଦାରେ ପଡ଼ିଛି ଯାଆଁଳା ଭାଇର କଳା କାରନାମା (sensation of rape incident in Latur) । ସମାନ ଚେହେରାର ଲାଭ ଉଠାଇବାକୁ ପଛାଇଲାନି (sexual abuse taking advantage of being twins) । ଆଉ ମନରେ ପଶୁତ୍ବ ଭାବ ଜାଗ୍ରତ କରି ଶେଷରେ ଘଟାଇଲା ଘୃଣ୍ୟ କାଣ୍ଡ । ନିଜ ଭାଉଜକୁ ୬ ମାସ ଧରି କରିଆସୁଥିଲା ଦୁଷ୍କର୍ମ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏ ସମ୍ପର୍କରେ ପୀଡିତାଙ୍କ ସ୍ବାମୀ ଓ ଶାଶୁ ମଧ୍ୟ ଅବଗତ ଥିଲେ । ପୀଡ଼ିତାଙ୍କ ପରିବାର (ବାପଘର) ଏନେଇ ଅଭିଯୋଗ କରିବା ପରେ ପୋଲିସ ଦୁଇ ଯାଆଁଳ ଭାଇଙ୍କୁ ଗିରଫ କରିଛି ।
ଲାତୁର ରିଙ୍ଗ ରୋଡ ଅଞ୍ଚଳରେ ରହୁଥିବା ଜଣେ ଯୁବକ ଗତ ୩ ମାସ ପୂର୍ବରୁ ବିବାହ କରିଥିଲେ। ବିବାହିତ ଯୁବକଙ୍କ ଆଉ ଏକ ଯାଆଁଳା ଭାଇ ଥିଲା । ଦୁହିଁଙ୍କ ମୁହଁ ଓ ଚାଲିଚଳଣିରେ ପ୍ରାୟତଃ ସମାନତା ଥିଲା । ଏଣୁ ଘରକୁ ଆସିଥିବା 20 ବର୍ଷୀୟ ନବବଧୂ ନିଜ ସ୍ବାମୀ ଏବଂ ଦିଅର ମଧ୍ୟରେ ପାର୍ଥକ୍ୟକୁ ସହଜରେ ବାରି ପାରୁନଥିଲେ । ଫଳରେ ଏହାର ଫାଇଦା ଉଠାଇଥିଲେ ୨ ଯାଆଁଳା ଭାଇ । ପୀଡିତା ଜଣକ ସ୍ବାମୀର ଭାଇ ଦ୍ବାରା ଦୀର୍ଘ ୬ ମାସ ଧରି ଯୌନ ଶୋଷଣର ଶିକାର ହୋଇଆସୁଥିଲେ ।
ସ୍ବାମୀ-ଶାଶୁ କରୁଥିଲେ ସମର୍ଥନ:-
ବିବାହିତ ମହିଳା ଜଣକ ଏ ସମ୍ପର୍କରେ ଅବଗତ ହେବା ପରେ ନିଜ ସ୍ବାମୀଙ୍କୁ କହିଥିଲେ । କିନ୍ତୁ ଯାହା ଚାଲିଛି ତାହା ଜାରି ରହୁ ବୋଲି ସ୍ବାମୀ ଓ ଶାଶୁ କହିଥିବା ପୀଡିତା ଅଭିଯୋଗ କରିଛନ୍ତି । କିଛି ଦିନ ପରେ ବିବାହିତା ମହିଳା ତାଙ୍କ ଘରକୁ ଯାଇଥିଲେ । ଅଭିଯୁକ୍ତ ଯାଆଁଳା ଭାଇ ଯେତେବେଳେ ପୀଡିତାଙ୍କୁ ଫୋନ ଯୋଗେ ଘରକୁ ଆସିବାକୁ କହିଥିଲା ସେତେବେଳେ ସେ ଯିବାକୁ ମନା କରିଥିଲେ । ଶାଶୁ ଘରକୁ ନି ଯିବାର କାରଣ ସମ୍ପର୍କରେ ପୀଡିତାଙ୍କ ପରିବାର ପଚାରିବା ପରେ ସେମାନେ ପୁରା ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ ।
ଏହାପରେ ସେମାନେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୁଇ ଯାଆଁଳ ଭାଇଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଆଇପିସି ଧାରା ୩୭୮, ୩୨୩, ୫୦୬ ଓ ୨୪ ଅନୁଯାୟୀ ମାମଲା ରୁଜୁ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ