ETV Bharat / bharat

ନିଜକୁ ଟ୍ରାନ୍ସଜେଣ୍ଡର ଘୋଷଣା କଲେ ମାଡ୍ରାସ ହାଇକୋର୍ଟର ଆଇନଜୀବୀ: କହିଲେ ‘ଟ୍ରାନ୍ସଜେଣ୍ଡରଙ୍କୁ ସଂରକ୍ଷଣ ଜରୁରୀ’

author img

By ETV Bharat Odisha Team

Published : Nov 20, 2023, 10:55 PM IST

ମାଡ୍ରାସ ହାଇକୋର୍ଟର ଟ୍ରାନ୍ସଜେଣ୍ଡର ଆଇନଜୀବୀଙ୍କୁ ନେଇ ଚର୍ଚ୍ଚା । ପୁରୁଷ ଆଇନଜୀବୀ ଭାବେ ହୋଇଥିଲେ ପଞ୍ଜୀକୃତ, ହେଲେ ନିକଟରେ ନିଜକୁ ଟ୍ରାନ୍ସଜେଣ୍ଡର ଭାବେ କଲେ ଘୋଷଣା । କହିଲେ LGBTQ ବର୍ଗ ପାଇଁ ସଂରକ୍ଷଣ ଜରୁରୀ । ଅଧିକ ପଢନ୍ତୁ

ଚର୍ଚ୍ଚାରେ ମାଡ୍ରାସ ହାଇକୋର୍ଟର ଟ୍ରାନ୍ସଜେଣ୍ଡର ଆଇନଜୀବୀ କନମାନୀ, ‘ଟ୍ରାନ୍ସଜେଣ୍ଡରଙ୍କୁ ସଂରକ୍ଷଣ ଜରୁରୀ’

ଚେନ୍ନାଇ: ବିଭିନ୍ନ ସଂଗଠିତ କର୍ମକ୍ଷେତ୍ରରେ ଟ୍ରାନ୍ସଜେଣ୍ଡରଙ୍କ ଭାଗିଦାରୀ ଭାରତୀୟ ସମାଜରେ ପ୍ରାୟତଃ ଦେଖିବାକୁ ମିଳେନାହିଁ । ଅବଶ୍ୟ ସେମାନଙ୍କୁ ଅନ୍ୟ ବର୍ଗ ସହ ସମକକ୍ଷ ହେବା ପାଇଁ ପ୍ରୋତ୍ସାହିତ କରାଯାଉଛି । ତଥାପି ସେମାନେ ପୁରୁଷ ଓ ମହିଳାଙ୍କ ପରି ସାଧାରଣ ବର୍ଗୀକରଣରେ ଆସୁନଥିବାରୁ ସମାଜିକ ଭେଦଭାବର ସମ୍ମୁଖୀନ ହୁଅନ୍ତି । ତେବେ ଯଦି କେହି ଟ୍ରାନ୍ସଜେଣ୍ଡର କୌଣସି କ୍ଷେତ୍ରରେ ଅନ୍ୟ ଲିଙ୍ଗୀଙ୍କ ସହ କାନ୍ଧ ମିଳାଇ ଆଗକୁ ବଢନ୍ତି, ତେବେ ସେ ଗଣମାଧ୍ୟମର ଶିରୋନାମାକୁ ଆସନ୍ତି । ଏବେ ମାଡ୍ରାସ ହାଇକୋର୍ଟରେ ଜଣେ ଟ୍ରାନ୍ସଜେଣ୍ଡର ଆଇନଜୀବୀ ଏବେ ସେହି ଧାରାରେ ଚର୍ଚ୍ଚାର ପରିଧି ମଧ୍ୟକୁ ଆସିଛନ୍ତି ।

ଏମିତି ଜଣେ ଟ୍ରାନ୍ସଜେଣ୍ଡର ଆଇନଜୀବୀ ହେଉଛନ୍ତି, ତାମିଲନାଡୁର କନମଣି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେ ପ୍ରଥମରୁ ଟ୍ରାନ୍ସଜେଣ୍ଡର ନଥିଲେ । ସେ ଜଣେ ପୁରୁଷ ଆଇନଜୀବୀ ଭାବେ ହାଇକୋର୍ଟରେ ପଞ୍ଜିକୃତ ହୋଇଥିଲେ । ଅନ୍ୟ ପୁରୁଷ ଆଇନଜୀବୀଙ୍କ ସହ ମାମଲା ମଧ୍ୟ ଲଢୁଥିଲେ । ହେଲେ ସେ ଗତ ସପ୍ତାହରେ ନିଜକୁ ଟ୍ରାନ୍ସଜେଣ୍ଡର ଭାବେ ଘୋଷଣା କରିଛନ୍ତି । ସେ ନିଜ ମଧ୍ୟରେ ଥିବା ନାରୀତ୍ବକୁ ଅନୁଭବ କରିଥିଲେ । ହେଲେ କୌଣସି କାରଣବଶତଃ ସେ ଇଚ୍ଛା କରିଥିଲେ ସୁଦ୍ଧା ଘୋଷଣା କରିପାରନିଥିଲେ । ତେଣୁ ସେ ଏବେ ଏହି ନିଷ୍ପତ୍ତି ଗ୍ରହଣ କରିଥିବା ନିଜ ସ୍ପଷ୍ଟୀକରଣରେ କୁହନ୍ତି । ତେବେ ତାଙ୍କର ଯୁକ୍ତି ଯେ, ଅନ୍ୟ ବର୍ଗ ପରି ଟ୍ରାନ୍ସଜେଣ୍ଡର ବର୍ଗକୁ ମଧ୍ୟ ବିଭିନ୍ନ ସାମାଜିକ କ୍ଷେତ୍ରରେ ସଂରକ୍ଷଣ ଓ ସୁବିଧା ସୁଯୋଗ ନିହାତି ମିଳିବା ଆବଶ୍ୟକ ।

କନମଣି କହୁନ୍ତି, ନିକଟରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି ରାୟ ଦେଇଛନ୍ତି । ଏହା ପରେ ମଧ୍ୟ ମାଡ୍ରାସ ହାଇକୋର୍ଟ ମଧ୍ୟ ତାମିଲନାଡୁ ସରକାରଙ୍କୁ LGBTQ ସମ୍ପ୍ରଦାୟକୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତଙ୍କ ଏହି ରାୟ ଯୋଗୁଁ ସମାଜରେ ଟ୍ରାନ୍ସଜେଣ୍ଡରଙ୍କ ପ୍ରତି ଥିବା ଭ୍ରାନ୍ତଧାରଣା ଓ ପୂର୍ବ ପ୍ରଚଳିତ ମନୋଭାବ ମଧ୍ୟ କ୍ରମଶଃ ବଦଳିବାରେ ଲାଗିଛି । ତେବେ ସରକାରୀ ସ୍ତରରେ ଆହୁରି ସଂରକ୍ଷଣ ଓ ସୁବିଧା ସୁଯୋଗ ଯୋଗାଇ ଦେଲେ ଏଥିରେ ଆହୁରି ଅଧିକ ପରିବର୍ତ୍ତନ ଆସିବ ।

ଏହା ମଧ୍ୟ ପଢନ୍ତୁ:- ଝାରସୁଗୁଡାରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ହେରିଟେଜ ବିଲ୍ଡିଂ ନିର୍ମାଣ ପାଇଁ ଦେଲେ ପ୍ରତିଶ୍ରୁତି

ସେ ଡିଏମକେ ସାଂସଦ ତିରୁଚି ଶିଭା ସଂସଦରେ ଏହି ପ୍ରସଙ୍ଗରେ ରଖିଥିବା ମନ୍ତବ୍ୟକୁ ମଧ୍ୟ ସ୍ମରଣ କରିଛନ୍ତି ଓ ସାଂସଦ ଶିଭାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ଏହି ଟ୍ରାନ୍ସଜେଣ୍ଡର ବର୍ଗ ପାଇଁ କେନ୍ଦ୍ର ସରକାର 2 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଶିଭା ସଂସଦରେ ଯୁକ୍ତି ବାଢିଥିଲେ । ସେହିପରି ଟ୍ରାନ୍ସଜେଣ୍ଡର ବର୍ଗର କେହି ଜଣେ ହେଲେ ସଦସ୍ୟ ଭାରତୀୟ ସଂସଦକୁ ନିର୍ବାଚିତ ହୋଇନାହାଁନ୍ତି ବୋଲି କହି କନମଣି କ୍ଷୋଭ ମଧ୍ୟ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.