ETV Bharat / bharat

ମରଣ ମୁହଁରୁ ମହିଳାଙ୍କୁ ଟାଣି ଆଣିଲେ ରିକ୍ସା ଚାଳକ - ଗୁଜୁରାଟ ମହିଳା ଆତ୍ମହତ୍ୟା ଉଦ୍ୟମ

ଗୁଜୁରାଟ ଅହମ୍ମଦାବାଦର ଆୟେଶାଙ୍କ ପରି ଆଉ ଏକ ବିବାହିତ ମହିଳା ବ୍ରିଜରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଅଧିକ ପଢନ୍ତୁ...

ମରଣ ମୁହଁରୁ ମହିଳାଙ୍କୁ ଟାଣି ଆଣିଲେ ରିକ୍ସା ଚାଳକ

author img

By

Published : Mar 4, 2021, 6:33 PM IST

ଗାନ୍ଧିନଗର: ଗୁଜୁରାଟ ଅହମଦାବାଦର ଆୟେଶା ଆତ୍ମହତ୍ୟା ଘଟଣା ଜନମାନସରୁ ଲିଭି ନଥିବାବେଳେ ପୁଣି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଆୟେଶାଙ୍କ ଭଳି ଅନ୍ୟ ଏକ ବିବାହିତ ମହିଳା ହୋପ ୱେ ବ୍ରିଜରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମାତ୍ର ଜଣେ ରିକ୍ସା ଚାଳକ ଦେବଦୂତ ସାଜି ମହିଳାଙ୍କୁ ମରଣ ମୁହଁରୁ ଟାଣି ଆଣିଛନ୍ତି ।

ସୂଚନାଯୋଗ୍ୟ, ସମ୍ପୃକ୍ତ ମହିଳାଟି ରାସ୍ତାରେ କାନ୍ଦି କାନ୍ଦି ଯାଉଥିଲେ । ଯାହା ରିକ୍ସା ଚାଳକ ତୋସିଫ ଶେଖଙ୍କ ଏହା ଦୃଷ୍ଟିଗୋଚର ହୋଇଥିଲା । ଆୟେଶାଙ୍କ ସହ ଯାହା ଘଟିଲା ତାହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ମହିଳା ଜଣ ଆତ୍ମହତ୍ୟା କରିବାକୁ ଚାହୁଁଥିବା ତୋସିଫ ଅନୁଭବ କରିଥିଲେ । ଏଣୁ ସେ ତାଙ୍କ ପିଛା କରିଥିଲେ । ମହିଳା ଜଣକ ଯେତେବେଳେ ବ୍ରିଜ ଉପରୁ ତାପି ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିଲେ, ଠିକ ସେହି ସମୟରେ ତୋସିଫ ତାଙ୍କୁ ଟାଣି ଆଣିଥିଲେ ।

ତେବେ କେବଳ ଆୟେଶା ନୁହଁନ୍ତି, ଭାରତବର୍ଷର ଏପରି ଅନେକ ମହିଳା ପ୍ରତିଦିନ ଘରୋଇ ହିଂସାର ଶିକାର ହେଉଛନ୍ତି ଏବଂ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି । ଯାହାର ଦୃଷ୍ଟାନ୍ତ ହେଉଛନ୍ତି ଆତ୍ମହତ୍ୟା ଉଦ୍ୟମ କରୁଥିବା ଏହି ମହିଳା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.