ETV Bharat / bharat

ପୁଞ୍ଚରୁ ଜଣେ ସନ୍ଦିଗ୍ଧକୁ କାବୁ କଲା ଭାରତୀୟ ସେନା

ଜାମ୍ମୁ କାଶ୍ମୀର ପୁଞ୍ଚ ଅଞ୍ଚଳରୁ ଜଣେ ବ୍ୟକ୍ତିକୁ କାବୁ କରିଛି ସେନା । ବ୍ୟକ୍ତି ଜଣକ ପାକିସ୍ତାନ ଅଧିକୃତ କାଶ୍ମୀରର ହୋଇଥିବା ସୂଚନା ଦେଇଛି ଭାରତୀୟ ସେନା । ଅଧିକ ପଢନ୍ତୁ...

author img

By

Published : Jun 7, 2021, 9:01 AM IST

ଜାମ୍ମୁ କାଶ୍ମୀର ପୁଞ୍ଚ ଅଞ୍ଚଳରୁ ଜଣେ ସନ୍ଦିଗ୍ଧ କାବୁ

ଶ୍ରୀନଗର: ଗତକାଲି ରାତିରେ ଜାମ୍ମୁ କାଶ୍ମୀର ପୁଞ୍ଚ ଅଞ୍ଚଳରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ କାବୁ କରିଛି ସେନା । ବ୍ୟକ୍ତି ଜଣକ ପାକିସ୍ତାନ ଅଧିକୃତ କାଶ୍ମୀରର ହୋଇଥିବା ସୂଚନା ଦେଇଛି ଭାରତୀୟ ସେନା । ପରେ ସବିଶେଷ ତଥ୍ୟ ଜାରି କରିବ ସେନା ।

ପ୍ରକାଶଥାଉ କି, କିଛି ଦିନ ପୂର୍ବରୁ ଜମ୍ମୁ-କାଶ୍ମୀରରୁ 9 ସନ୍ଦିଗ୍ଧ ଅଟକ ହୋଇଥିଲେ । ଶେର ବାରମୁଲ୍ଲା ଅଞ୍ଚଳରୁ ସନ୍ଦିଗ୍ଧ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ସେମାନେ କିଏ ସେନେଇ ଅଧିକ ଯାଞ୍ଚ କରାଯାଇଥିଲା । ବାରମୁଲ୍ଲା ପୋଲିସ ସୂଚନା ଅନୁସାରେ ଏମାନେ ସମସ୍ତେ ସୋପିଆନର ଜୈନପୁରାର ଅଞ୍ଚଳର ବୋଲି ଜଣାପଡିଥିଲା । ଏହା ସହିତ ଗତ ମେ 17ରେ ଜାମ୍ମୁ କାଶ୍ମୀର ଶ୍ରୀନଗର ଖାନମୋହ ଅଞ୍ଚଳରେ ଆତଙ୍କବାଦ ଓ ସୁରକ୍ଷାବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଗୁଳି ବିନିମୟରେ ଦୁଇଜଣ ଆତଙ୍କୀ ନିହତ ହୋଇଥିଲେ । ଏହା ପୂର୍ବରୁ ମେ 11ତାରିଖରେ ଅନନ୍ତନାଗ ଜିଲ୍ଲା କୋକେରାଙ୍ଗ ଅଞ୍ଚଳରେ ଲସ୍କର-ଏ-ତୋଏବାର ତିନି ଆତଙ୍କୀଙ୍କୁ ସଫା କରିଥିଲା ଭାରତୀୟ ସେନା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.