ETV Bharat / bharat

ପଛପଟୁ ମାଡିଗଲା ଭ୍ୟାନ, ଚାଲିଗଲା ଦେଢ ବର୍ଷର ଶିଶୁ ସମେତ ତିନି ଜୀବନ - କେରଳର ଭଝକୁଲମ

ରାସ୍ତାରେ ଯାଉଥିବ ଲୋକଙ୍କ ଉପରେ ମାଡିଗଲା ମିନି ଭ୍ୟାନ । ଚାଲିଗଲା ଦେଢ ବର୍ଷର ନୀରିହ ଶିଶୁ ସମେତ ତିନି ଜୀବନ । ଅଧିକ ପଢ଼ନ୍ତୁ

ମର୍ମନ୍ତୁଦ ସଡକ ଦୁର୍ଘଟଣା
ମର୍ମନ୍ତୁଦ ସଡକ ଦୁର୍ଘଟଣା
author img

By

Published : Apr 17, 2023, 10:49 PM IST

ଥିରୁଅନନ୍ତପୁରମ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଯାଉଥିବ ଲୋକଙ୍କ ଉପରେ ମାଡିଗଲା ମିନି ଭ୍ୟାନ । ଚାଲିଗଲା ନୀରହ ଶିଶୁ ସମେତ ତିନି ଜୀବନ । ଏପରି ଘଟଣା ଦେଖିବାକୁ ମିଳିଛି କେରଳର ଭଝକୁଲମ, ମଦକ୍କାଠନମ୍‌ର ରାସ୍ତାରେ । ଏକ ପାର୍ସଲ ବୁହା ଗାଡି ତିନି ଜଣଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଦେଢ ବର୍ଷର ଶିଶୁ ସମେତ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା ।

ସୂଚନା ଅନୁଯାୟୀ, ସୋମବାର ସକାଳ ୭.୪୫ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ମିନି ପାର୍ସଲ ଭ୍ୟାନ ନିଜ ଭାରସ୍ୟାମ ହରାଇ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ମାଡି ଯାଇଥିଲା । ତେବେ ଦୁର୍ଘଟଣା ଘଟାଇଥିବା ଗାଡିଟି ‘ବ୍ଲୁ-ଡାର୍ଟ’ କୋରିୟର କମ୍ପାନୀର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡିକୁ ଯବତ କରିଛି ।

ପୋଲିସର ସୂଚନାନୁଯାୟୀ, ମୃତ ବ୍ୟକ୍ତି ହେଉଛନ୍ତି ୩୫ ବର୍ଷିୟ କୁଞ୍ଜରାକ୍କାଟୁର ପ୍ରଜେସ ପାଉଲ, ତାଙ୍କର ଦେଢ ବର୍ଷର ଝିଆ ଅଲନା ଏବଂ ୬୫ ବର୍ଷିାୟା ମେରି । ପ୍ରଜେସ ଏକ ବ୍ୟବସାୟୀ ହୋଇଥିବା ବେଳେ ସେ ନିଜ ଦୋକାନକୁ ନିଜ ଝିଅ ଏବଂ ମେରି ସହ ଯାଉଥିଲେ । ଏହି ସମୟରେ ଏକ ହାଇସ୍ପିଡ ପାର୍ସଲ ବୁହା ଗିଡି ତାଙ୍କ ଉପରେ ମାଡି ଯାଇଥିଲା । ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ମେଡିକାଲ ନେବା ସମୟରେ ଅଧା ବାଟରେ ସେମାନଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି ।

ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ପାର୍ସଲ ବୁହା ଗିଡିର ଡ୍ରାଇଭର ହାଇସ୍ପିଡରେ ଗଡି ଡ୍ରାଇଭ କରୁଥିଲା । ଏହି ସମୟରେ ତାର ଆଖି ଲାଗି ଯିବା କରାଣରୁ ସେ ଭାରସ୍ୟାମ ହରାଇ ଲୋକଙ୍କୁ ପିଟି ଦେଇଥିଲା । ଏହି ଘଟଣାରେ ଡ୍ରାଇଭର ମଧ୍ୟ ଆହାତ ହୋଇଛି । ଭଝକୁଲମ ପୋଲିସ ଡ୍ରାଇଭରକୁ ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ମୃତକଙ୍କ ଶରୀର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କାରଯିବ । ପୋଲିସ ପାର୍ସଲ ବୁହା ଗିଡିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସ୍ଥାନୀୟ ଲୋକଙ୍କ କହିବା ଆନୁଯାୟୀ ଏପରି ଘଟଣା ନୂଆ ନୁହେଁ । ଏହି ରସ୍ତାରେ ଏପରି ଅନେକ ଦୁର୍ଘଟଣା ଘଟୁଛି । ଡ୍ରାଇଭରମାନଙ୍କ ବେପରୁହା ଗାଡି ଚଲେଇବା ଫଳରେ ଅନେକ ନୀରିହଙ୍କ ଜୀବନ ଯାଉଛି । ଏନେଇ ସରକାର କିଛି ଠୋସ ପଦକ୍ଷପ ଗ୍ରହଣ ନକଲେ ଆଗକୁ ଏପରି ଦୁର୍ଘଟଣା ଘଟିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.