ETV Bharat / bharat

Republic Day Celebrations: ନୂଆ ରୂପରେ ସଜେଇ ହୋଇଛି ରାଜପଥ

author img

By

Published : Jan 24, 2022, 6:53 AM IST

ସାଧାରଣତନ୍ତ୍ର ଦିବସ ପୂର୍ବରୁ ପ୍ରାୟତଃ ଶେଷ ହୋଇଛି ରାଜପଥର ଆଧୁନିକୀକରଣ କାର୍ଯ୍ୟ । ନୂଆ ରୂପରେ ଦର୍ଶକ ଦେଖିବେ ରାଜପଥର ନିଆରା ଝଲକ । ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ ବଦଳିଛି ନକ୍ସା । ଅଧିକ ପଢନ୍ତୁ

Republic Day celebrations: ନୂଆ ରୂପରେ ସଜେଇ ହୋଇଛି ରାଜପଥ

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ ନୂଆ ଅନୁଭବ ପାଇବେ ପର୍ଯ୍ୟଟକ । କେନ୍ଦ୍ର ସରକାର ଆରମ୍ଭ କରିଥିବା ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ ରାଜପଥର ଚିତ୍ର ସମ୍ପୂର୍ଣ୍ଣ ଭାବେ ବଦଳିଛି । ତେବେ ପ୍ରକଳ୍ପ ଆରମ୍ଭ ହେବା ପରେ ଏହି ପ୍ରଥମ ବର୍ଷ ପରେଡର ସାକ୍ଷୀ ବନିବ ରାଜପଥ । ରାଜପଥରେ ଅନେକ ଆଧୁନିକୀକରଣ କାର୍ଯ୍ୟ କରାଯାଇଛି । ଯାହା ପୂର୍ବାପେକ୍ଷା ପରେଡକୁ ଆହୁରି ଆକର୍ଷଣୀୟ କରିବ ବୋଲି ଆଶା କରାଯାଇଛି ।

ବର୍ତ୍ତମାନ କାର୍ଯ୍ୟ ଜାରି ରହିଥିବା ବେଳେ ରାଜପଥର ଫୁଟପାଥ ଗୁଡିକୁ ନୂଆ ରୂପ ଦିଆଯାଇଛି । 94,600 ମିଟର ଲମ୍ବ ଫୁଟପାଥର ସୌନ୍ଦର୍ଯ୍ୟ ବୃଦ୍ଧି କରାଯିବା ସହ 422ଟି ନୂତନ ପଥର ବେଞ୍ଚ ସ୍ଥାପନ କରାଯାଇଛି ଏବଂ କେନାଲଗୁଡ଼ିକରେ 16 ଟି ସେତୁ ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ପ୍ରସ୍ତାବିତ କାର୍ଯ୍ୟ ଜାରି ରହିଥିବା ବେଳେ ଗଣତନ୍ତ୍ର ଦିବସ ପୂର୍ବରୁ କିଛି ଅସ୍ଥାୟୀ ସେତୁ ନିର୍ମାଣ କରାଯାଇଛି ।

ଗଣତନ୍ତ୍ର ଦିବସ ପରେଡ ଦେଖିବାକୁ ଆସୁଥିବା ଦର୍ଶକ ମାନେ ନୂତନ ସାଇନ୍ ବୋର୍ଡ ମଧ୍ୟ ଦେଖିବେ । ରାଜପଥରେ ସମୁଦାୟ 114 ଟି ଆଧୁନିକ ସାଇନ୍ ବୋର୍ଡ ସ୍ଥାପନ କରାଯାଇଛି । ଏକାସାଙ୍ଗରେ 133 ନୂତନ ଆଲୋକ ସ୍ତମ୍ଭ ମଧ୍ୟ ଦୃଶ୍ୟମାନ ହେବ ଯେଉଁଥିପାଇଁ ରାଜପଥ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଦେଖାଯିବ । ରାଷ୍ଟ୍ରପତି ଭବନ ଏବଂ ଇଣ୍ଡିଆ ଗେଟ ମଧ୍ୟରେ ପରେଡ ହେବାକୁ ଥିବା ବେଳେ ଏହି ଦୂରତା ମଧ୍ୟରେ 900ରୁ ଅଧିକ ଲ୍ୟାମ୍ପ ପୋଷ୍ଟ ମଧ୍ୟ ନିର୍ମାଣ କରାଯାଇଛି ।

ଗଣତନ୍ତ୍ର ଦିବସ ଅବସରରେ ପରିଦର୍ଶକ ମାନେ ରାଜପଥରେ କିଛି ଅଳ୍ପ ଜଣାଶୁଣା ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋଗ୍ରାଫ୍ ମଧ୍ୟ ଦେଖିବେ, ଯାହା 500ରୁ ଅଧିକ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି । ଏହି ଚିତ୍ରଗୁଡିକ 10ଟି ସ୍କ୍ରୋଲରେ ପ୍ରସ୍ତୁତ କରାଯାଇଛି । ଏହାପୂର୍ବରୁ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଗଣମାଧ୍ୟମକୁ କହିଛନ୍ତି, କୋଭିଡ ମହାମାରୀ ସତ୍ତ୍ବେ ମଧ୍ୟ ପ୍ରକଳ୍ପର ପ୍ରାୟ ସମସ୍ତ କାର୍ଯ୍ୟ ସମାପ୍ତ ହେବାର ନିକଟବର୍ତ୍ତୀ ହୋଇଛି । ରାଜପଥର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ପୂର୍ବରୁ ଥିବା 25 ଟି ବଡ ଗଛକୁ କଟାଯାଇଥିବା ବେଳେ ବର୍ତ୍ତମାନ ମଧ୍ୟ 22 ଟି ଗଛ ରହିଥିବା ମଧ୍ୟ ସୂଚନା ଦେଇଛନ୍ତି ମନ୍ତ୍ରୀ ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ପର୍ଯ୍ୟଟକଙ୍କ ପାଇଁ ଏକ ଟେରାସ୍ ବଗିଚା ମଧ୍ୟ ରହିବ ଯେଉଁଠାରେ ଲୋକମାନେ ବିଶ୍ରାମ କରିପାରିବେ । ସେହିପରି ସମଗ୍ର ପ୍ରୋଜେକ୍ଟକୁ ସବୁଜିମାରେ ଭରିବା ପାଇଁ 4,087 ଟି ନୂଆ ଛୋଟ ବଡ ଗଛ ଲଗାଇବାର ମଧ୍ୟ ବ୍ୟବସ୍ଥା କରାଯିବ । ପାର୍କିଂ ସୁବିଧାକୁ ବୃଦ୍ଧି କରାଯିବା ସହ ଏକକାଳନୀ 50 ଟି ବସ୍ ଏବଂ 1,000 ରୁ ଊର୍ଦ୍ଧ୍ବ ଚାରି ଚକିଆ ଗାଡି ପାର୍କିଂ ହୋଇପାରିବା ପରି ଭିତ୍ତିଭୂମି ବ୍ୟବସ୍ଥା କରାଯାଇଛି ।

ସେହିପରି ସମଗ୍ର ଅଞ୍ଚଳରେ ସ୍ବଚ୍ଛତା ଓ ପରିମଳକୁ ମଧ୍ୟ ବିଶେଷ ଧ୍ୟାନ ଦିଆଯିବ । ଏହି ଆଭେନ୍ୟୁରେ ବର୍ତ୍ତମାନ ଚାରିଟି ଅଣ୍ଡର-ପାସ୍ ମଧ୍ୟ ରହିବ । ଏଥିସହିତ ସମୁଦାୟ 162 ଟି ଡଷ୍ଟବିନ ମଧ୍ୟ ସ୍ଥାପନ କରାଯିବ । ଏହା ବ୍ୟତୀତ ଜଳ ନିଷ୍କାସନ ଏବଂ ବିଦ୍ୟୁତ୍ ଲାଇନ ପାଇଁ ସମସ୍ତ ବ୍ୟବସ୍ଥା, 880 ଇଲେକ୍ଟ୍ରିକ୍ ମ୍ୟାନହଲ ଏବଂ 611 ମ୍ୟାନହୋଲ ମଧ୍ୟ ନିର୍ମାଣ କରାଯାଇଛି ।

ସେଣ୍ଟ୍ରାଲ୍ ଭିସ୍ତା ପ୍ରକଳ୍ପର କାର୍ଯ୍ୟ ମୋଟ 85.3 ହେକ୍ଟର ପରିମିତ ଅଞ୍ଚଳରେ ଜାରି ରହିଛି । ଏହି ପ୍ରକଳ୍ପରେ ନୂତନ ସଂସଦ ଭବନ ସହିତ ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତିଙ୍କ ନୂତନ ବାସଭବନ ମଧ୍ୟ ସାମିଲ ରହିଛି । ସେପ୍ଟେମ୍ବର 2019 ମସିହାରେ ଘୋଷିତ ଏହି ପ୍ରକଳ୍ପରେ 900 ରୁ 1200 ସାଂସଦଙ୍କ ବସିବା କ୍ଷମତା ବିଶିଷ୍ଟ ଏକ ନୂତନ ତ୍ରିକୋଣୀୟ ସଂସଦ ଭବନ ପାଇଁ ଯୋଜନା କରାଯାଇଛି । ଯାହା ଭାରତୀୟ ଗଣତନ୍ତ୍ରର ମନ୍ଦିର ଭାବେ ସାରା ବିଶ୍ବରେ ଭାରତର ପରିଚୟ ସୃଷ୍ଟି କରିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.