ETV Bharat / bharat

ଦିଲ୍ଲୀରେ ଅଜଣା ରୋଗ କବଳରେ ଶିଶୁ

ରାଜଧାନୀ ଦିଲ୍ଲୀରେ ଅଜଣା ରୋଗ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ରୋଗ କବଳରେ କୋରୋନା ଆକ୍ରାନ୍ତ ପରେ ସୁସ୍ଥ ହୋଇଥିବା ଶିଶୁ ଆକ୍ରାନ୍ତ ହେଉଛନ୍ତି । ଅଧିକ ପଢନ୍ତୁ...

author img

By

Published : May 29, 2021, 1:56 PM IST

ଦିଲ୍ଲୀରେ ଅଜଣା ରୋଗ କବଳରେ ଶିଶୁ
ଦିଲ୍ଲୀରେ ଅଜଣା ରୋଗ କବଳରେ ଶିଶୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କାୟା ବିସ୍ତାର କରିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମାରାତ୍ମକ ରୋଗ । କୋରୋନା ମହାମାରୀର ଦ୍ବିତୀୟ ଲହରରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଶିଶୁଙ୍କୁ ଆକ୍ରାନ୍ତ କରୁଛି ଆଉ ଏକ ମାରାତ୍ମକ ରୋଗ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ । କୋରୋନାରୁ ସୁସ୍ଥ ହୋଇଥିବା ଶିଶୁଙ୍କୁ ଏହି ମାରାତ୍ମକ ରୋଗ ଅଧିକ ଆକ୍ରାନ୍ତ କରୁଛି ।

ଏହି ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମରେ ଆକ୍ରାନ୍ତ ହେବା ପରେ ଶିଶୁଙ୍କ ନଖ ନୀଳ ରଙ୍ଗ ପଡିଯାଉଥିବା ବେଳେ ପେଟରେ ଯନ୍ତ୍ରଣା ହେଉଛି । ଏହାସହିତ ଶ୍ବାସକ୍ରିୟାରେ ମଧ୍ୟ କଷ୍ଟ, ଜ୍ବର ଭଳି ଲକ୍ଷଣ ଦେଖାଯାଉଛି । ଏହି ରୋଗ ଅତ୍ୟନ୍ତ ମାରାତ୍ମକ ହେଉଥିବା ବେଳେ ଦିଲ୍ଲୀରେ ପ୍ରାୟ 100ରୁ ଅଧିକ ଶିଶୁ ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । କୋରୋନା ମହାମାରୀରୁ ସୁସ୍ଥ ହେବା ପରେ ଯଦି ଶିଶୁଙ୍କଠାରେ ଏଭଳି ଲକ୍ଷଣ ଦେଖାଯାଏ ତେବେ ସେମାନେ ଏହି ରୋଗ ଦ୍ବାରା ଆକ୍ରାନ୍ତ ହୋଇଥିବା ବିଶେଷଜ୍ଞମାନେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.