ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ନାବାଳିକାକୁ ଗଣଦୁଷ୍କର୍ମ । ୫ ରୁ ୬ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଫିସ ଯାଉଥିବା ସମୟରେ ନାବାଳିକାକୁ ଦୁଷ୍କର୍ମ । ମାମଲାରେ ୨ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନା ଅନୁଯାୟୀ, ଆଜି(ଶନିବାର) ମୁମ୍ବାଇର ଜଣେ ନାବାଳିକା ସକାଳ ୫ଟା ସମୟରେ ଅଫିସ୍ ଯାଉଥିଲେ । ଏହି ସମୟରେ ୫ ରୁ ୬ ଜଣ ଯୁବକ ତାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କରିଛନ୍ତି । ଆହତ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଖବର ପାଇ ପୋଲିସ ତୁରନ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ୫ ଟି ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିବା ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ