ETV Bharat / bharat

ଗୋଟିଏ ବର ଦୁଇ କନିଆଁ

ଛତିଶଗଡରେ ହୋଇଛି ଏକ ଅଜବ ବାହାଘର । ଗୋଟିଏ ବର ଦୁଇ ଦୁଇ ଜଣ କନିଆଁଙ୍କୁ ଗୋଟିଏ ବେଦୀରେ କରିଛନ୍ତି ବିବାହ । ଅଧିକ ପଢନ୍ତୁ...

ଗୋଟିଏ ବେଦୀରେ ଦୁଇ କନିଆଁ
ଗୋଟିଏ ବେଦୀରେ ଦୁଇ କନିଆଁ
author img

By

Published : Jan 6, 2021, 10:21 PM IST

ରାୟପୁର: କୁହାଯାଏ ଯାହା ହାଣ୍ଡିରେ ଯିଏ ଚାଉଳ ପକାଇଥାଏ ତାହା ଘରକୁ ସେ ନିଶ୍ଚିତ ଯିବ । ଏମିତିକି କାହାକୁ କିଏ ବିବାହ କରିବ ତାହା ଉପରୁ ସ୍ତିରିକୃତ ବୋଲି ମଧ୍ୟ ଆଲୋଚନା ହୁଏ । କିନ୍ତୁ ଭାରତୀୟ ଆଇନ କାନୁନ ଅନୁଯାୟୀ ବିବାହକୁ ନେଇ କେତେକ କଟକଣା ରହିଛି । ଦେଶରେ ଏକ ପତିବ୍ରତା ଏକ ପତ୍ନୀବ୍ରତାର ପରମ୍ପରା ମଧ୍ୟ ରହିଛି । କିନ୍ତୁ ଜାତି, ଧର୍ମ, ନିୟମ କାନୁନର ସର୍ବପରିଶେଷରେ ଛତିଶଗଡରେ ଦେଖିବାକୁ ମିଳିଛି ଏକ ଭିନ୍ନ ବିବାହ । ଗୋଟିଏ ବେଦୀରେ ଜଣେ ବର ଦୁଇ ଦୁଇ ଜଣ କନିଆଁଙ୍କୁ ବାହା ହୋଇଥିବା ଦେଖିବାକୁ ମିଳିଛି ।

ଗୋଟିଏ ବେଦୀରେ ଦୁଇ କନିଆଁ

ସୂଚନା ଅନୁଯାୟୀ ଛତିଶଗଡ ଜଗଦଳପୁର ଟିକ୍ରା ଲୋହଙ୍ଗା ଗ୍ରାମର ଚନ୍ଦୁ ମୋର୍ଯ୍ୟୋ ନାମକ ଜଣେ ଯୁବକ ଗୋଟିଏ ବେଦୀରେ ଦୁଇଜଣ କନ୍ୟାଙ୍କୁ ବିବାହ କରିଛନ୍ତି । ଏମିତିକି ଦୁଇ କନ୍ୟାଙ୍କ ସହ ଗୋଟିଏ ସମୟରେ ସାତ ଫେରା ମଧ୍ୟ ନେଇଛନ୍ତି । ଗତ 3 ତାରିଖରେ ଚନ୍ଦୁ ହସୀନା ବଘେଲ ଏବଂ ସୁନ୍ଦରୀ କଶ୍ୟପଙ୍କୁ ଆଦିବାସୀ ରୀତିନୀତି ଅନୁସାରେ ବିବାହ କରିଛନ୍ତି । ତେବେ ଜିଲ୍ଲାରେ ଏ ହେଉଛି ପ୍ରଥମ ବାହାଘର, ଯେଉଁଥିରେ ପୁରା ଅଞ୍ଚଳବାସୀଙ୍କ ସମର୍ଥନ ମିଳିବା ସହ ସମସ୍ତେ ଉପସ୍ଥିତ ମଧ୍ୟ ଥିଲେ ।

ତେବେ ହିନ୍ଦୁ ପରମ୍ପରା ତଥା ଭାରତୀୟ ଆଇନ କାନୁନ ଅନୁଯାୟୀ ଜଣେ ପୁରୁଷ କିମ୍ବା ଜଣେ ମହିଳା ଦୁଇଜଣଙ୍କୁ ବାହାହେବା ଆଇନଗତ ଅପରାଧ । ଏମିତିକି ବାହାଘର ପରେ କୋର୍ଟରେ ପ୍ରମାଣ ରହିବା ମଧ୍ୟ ଏକପ୍ରକାର ବାଧ୍ୟତାମୂଳକ ହୋଇଛି । ମାତ୍ର ଚନ୍ଦୁ ଆଦିବାସୀ ପରମ୍ପରା ଅନୁଯାୟୀ ସମ୍ପୂର୍ଣ୍ଣ ଗ୍ରାମର ଗ୍ରାମବାସୀ ସାକ୍ଷୀ ତଥା ପ୍ରମାଣ ରଖି ହସୀନା ଏବଂ ସୁନ୍ଦରୀଙ୍କୁ ବିବାହ କରିଛନ୍ତି । ବାହାଘରରେ ଅଞ୍ଚଳର ସମସ୍ତ ସଦସ୍ୟ ଉପସ୍ଥିତ ରହି ବର କନିଆଁଙ୍କୁ ଆଶିର୍ବାଦ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.