ETV Bharat / bharat

ହାଇଦ୍ରାବାଦରେ ବିଭତ୍ସ ହତ୍ୟା, ଭାଇ ପୋଛି ଦେଲା ଭଉଣୀ ମଥା ସିନ୍ଦୁର - ହାଇଦ୍ରାବାଦରେ ବିଭତ୍ସ ହତ୍ୟା

ପ୍ରେମ ବିବାହ କରିବା ଯୁବତୀଙ୍କୁ ପଡିଲା ମହଙ୍ଗା । ପରିବାର ଲୋକଙ୍କ ବିନା ଅନୁମତିରେ ବିବାହ କରିବାରୁ ଯୁବତୀଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା କଲେ ପରିବାର ଲୋକେ । ଅଧିକ ପଢନ୍ତୁ

ହାଇଦ୍ରାବାଦରେ ବିଭତ୍ସ ହତ୍ୟା, ଭାଇ ପୋଛି ଦେଲା ଭଉଣୀ ମଥା ସିନ୍ଦୁର

author img

By

Published : May 5, 2022, 1:52 PM IST

ହାଇଦ୍ରାବାଦ: ପ୍ରେମ ବିବାହ କରିବା ଯୁବତୀଙ୍କୁ ପଡିଲା ମହଙ୍ଗା । ପରିବାର ଲୋକଙ୍କ ବିନା ଅନୁମତିରେ ବିବାହ କରିବାରୁ ଯୁବତୀଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା କଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି ହାଇଦ୍ରାବାଦ ସରୋର ନାଗର ପୋଲିସ ଷ୍ଟେସନ ଅନ୍ତର୍ଗତ GHMC କାର୍ଯ୍ୟାଳୟ ରାସ୍ତାରେ । ଗତରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ରଙ୍ଗାରେଡ୍ଡୀ ଜିଲ୍ଲାର ମାରପାଲ୍ଲୀ ଗାଁର ଭିଲୁପୁରମ୍ ନାଗରାଜ ଗତ ସାତ ବର୍ଷ ଧରି ମାରପାଲୀ ନିକଟ ଘାନା ଗ୍ରାମର ସୟଦ ଅସରିନ ସୁଲତାନଙ୍କୁ ପ୍ରେମ କରୁଥିଲେ । ଏହା ଜାଣିବା ପରେ ଯୁବତୀଙ୍କ ପରିବାର ଲୋକେ ଅନ୍ୟ ସ୍ଥାନରେ ବିବାହ ସ୍ଥିର କରିଥିଲେ । ନାଗରାଜ ଏକ କାର କମ୍ପାନୀରେ କାମ କରୁଥିବା ବେଳେ ନୂଆ ବର୍ଷରେ ସେ ଯୁବତୀଙ୍କୁ ଦେଖା କରି ବିବାହ ପାଇଁ କହିଥିଲେ । ଏହାପରେ ଗତ ଜାନୁଆରୀରେ ଅସରିନ ଘର ଛାଡି ହାଇଦ୍ରାବାଦ ପଳାଇ ଆସି ବିବାହ କରିଥିଲେ ।

ଏନେଇ ଯୁବତୀଙ୍କ ପରିବାର ଲୋକେ ଜାଣିପାରି ନାଗରାଜଙ୍କୁ ଗତକାଲି ତାଙ୍କ ଭାଇ ଓ ସମ୍ପର୍କୀୟ ନିର୍ମମ ଭାବେ ହତ୍ୟା କରିଥିଲେ । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ତିବ୍ର ନିନ୍ଦା କରି ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସ ଷ୍ଟେସନ ସମ୍ମୁଖରେ ଧାରଣା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.