ETV Bharat / bharat

ଜାଣି ହେଲାନି ଫରକ: ଭିନେଗାରକୁ ପାଣି ଭାବି ମଦରେ ମିଶାଇ ପିଇଦେଲେ, ଚାଲିଗଲା ଜୀବନ

author img

By

Published : Mar 15, 2023, 7:06 AM IST

ଜାଣି ପାରିଲେନି ପାଣି ଓ ଭିନେଗାର ମଧ୍ୟରେ ଫରକ । ମଦ ସହ ଭିନେଗାର ପିଇ ଜଣେ ମୃତ । କେରଳରେ ଘଟିଛି ଘଟଣା । ଅଧିକ ପଢନ୍ତୁ

ଜାଣିହେଲାନି ଫରକ ! ମଦ ସହ ଭିନେଗାର ପିଇ ଜଣେ ମୃତ

ଥିରୁଅନନ୍ତପୁରମ: ଜାଣି ପାରିଲେନି ପାଣି ଓ ଭିନେଗାର ମଧ୍ୟରେ ଫରକ । ଭିନେଗାରକୁ ପାଣି ଭାବି ମଦ ସହ ମିଶାଇ ପିଇଦେଲେ । ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା କେରଳର କୋଝିକୋଡେରେ ଘଟିଛି । ବ୍ୟକ୍ତିଜଣଙ୍କ ରଙ୍ଗଗତ କାରଣରୁ ଭିନେଗାରକୁ ପାଣି ଭାବି ମଦ ସହ ମିଶାଇ ପିଇବା ପରେ ଅସୁସ୍ଥ ହୋଇପଡିଥିଲେ । ହସ୍ପିଟାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନାମ କରିମ ଓ ସେ କୋଝିକୋଡ ଜିଲ୍ଲାର କୁରୁଭଙ୍ଗାଦର ଭାରାକୁନୁମଲ କଲୋନୀର ବାସିନ୍ଦା ହୋଇଥିବା ପ୍ରାଥମିକ ଭାବେ ପୋଲିସ କହିଛି ।

ମିଳିଥିବା ସୂଚନା ଅନୁସାରେ, 40 ବର୍ଷୀୟ କରିମ ନିକଟସ୍ଥ ଦୋକାନରୁ ମଦ କିଣିଥିଲେ । ସେ ପାଣି ମଧ୍ୟ କିଣିଥିଲେ । ହେଲେ ଦୋକାନୀ ନଥିବା ବେଳେ ତାଙ୍କ ସ୍ଥାନରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ପାଣି ବଦଳରେ ଭିନେଗାର ଦେଇଥିଲେ । ତାହା ମଧ୍ୟ ପାଣି ପରି ବର୍ଣ୍ଣହୀନ ଥିବାରୁ ସେ ତାହା ବାରି ପାରିନଥିଲେ । କରିମ ମଦ ସହ ଭିନେଗାର ମିଶାଇ ପିଇବାର କିଛି ସମୟ ପରେ ଅସୁସ୍ଥତା ଅନୁଭବ କରିଥିଲେ । ବାନ୍ତି କରିବା ସହ ସେ ହଠାତ ଅଚେତ ହୋଇପଡିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ 108 ଆମ୍ବୁଲାନ୍ସରେ କୋଝିକୋଡେ ମେଡିକାଲ କଲେଜକୁ ଅଣାଯାଇଥିଲା । ସେତେବେଳେ ସେ ଗୁରୁତର ହୋଇପଡିଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରିଥିଲେ, କିନ୍ତୁ ଗତ ସୋମବାର ରାତିରେ କରିମଙ୍କର ମୃତ୍ୟୁ ହୋଇଥିଲା ।

ପୋଲିସ ଘଟଣାର ତଦନ୍ତ କରିବା ଦ୍ବାରା ଏହାର କାରଣ ଭିନେଗାର ବୋଲି ଜଣାପଡିଛି । ଉକ୍ତ ଦୋକାନରେ ଭିନେଗାର ସହ ଅନ୍ୟ ସାମଗ୍ରୀ ମଧ୍ୟ ରଖାଯାଇଥିଲା । ତେବେ ସେ ଭିନେଗାର ଦେଇଥିବା ବ୍ୟକ୍ତି କିଏ ଓ ସେ କାହିଁକି ପାଣି ବଦଳରେ ଭିନେଗାର ଦେଲେ ତାହା ପୋଲିସ ସ୍ପଷ୍ଟ କରିନି । ତଦନ୍ତ ଆଧାରରେ ଏହାର କାରଣ ସ୍ପଷ୍ଟ ହେବା ନେଇ ପୋଲିସ କହିଛି । ତେବେ ଏହା ଏକ ଅସାବଧାନତାମୂଳକ ଅଘଟଣ, ନା ଦୋକାନରେ ଥିବା ଉକ୍ତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟମୂଳକ କାର୍ଯ୍ୟ ତାହା ଏବେ ସନ୍ଦେହ ଘେରରେ ରହିଛି । ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ସମ୍ପୃକ୍ତ ଫେରାର ବ୍ୟକ୍ତିକୁ ଗିରଫ କରିବା ପାଇଁ ମଧ୍ୟ ପ୍ରୟାସ ଜାରି ରହିଥିବା ପୋଲିସ ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.