ETV Bharat / bharat

ପୁଣେର ଫ୍ୟାସନ ଷ୍ଟ୍ରିଟରେ ଭୟଙ୍କର ନିଆଁ, ଜଳିଗଲା 500 ଦୋକାନ

ପୁଣେର ଫ୍ୟାସନ ଷ୍ଟ୍ରିଟରେ ଗତ ଶୁକ୍ରବାର ରାତିରେ ଲାଗିଛି ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ପ୍ରାୟ 500ଟି ଦୋକାନ ଜଳି ପାଉଁଶ ହୋଇଯାଇଛି । ରାତି ପ୍ରାୟ 9ଟା 30 ମିନିଟରେ ନିଆଁ ଲାଗିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

author img

By

Published : Mar 27, 2021, 9:31 AM IST

Updated : Mar 27, 2021, 9:42 AM IST

ପୁନେର ଫ୍ୟାସନ ଷ୍ଟ୍ରିଟରେ ଲାଗିଲା ନିଆଁ
ପୁନେର ଫ୍ୟାସନ ଷ୍ଟ୍ରିଟରେ ଲାଗିଲା ନିଆଁ

ମୁମ୍ବାଇ: ପୁଣେର ଫ୍ୟାସନ ଷ୍ଟ୍ରିଟରେ ଗତ ଶୁକ୍ରବାର ରାତିରେ ଲାଗିଛି ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ପ୍ରାୟ 500ଟି ଦୋକାନ ଜଳି ପାଉଁଶ ହୋଇଯାଇଛି । ରାତି ପ୍ରାୟ 9ଟା 30 ମିନିଟରେ ନିଆଁ ଲାଗିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ତୁରନ୍ତ ଦମକଳ ଗାଡି ପହଞ୍ଚିଥିଲା ମାତ୍ର ନିଆଁ ଏତେ ମାତ୍ରାରେ ବ୍ୟାପିଥିଲା ଯେ, ଏହାକୁ ଅଟକାଇବାକୁ ଅଗ୍ନିଶମ ବାହିନୀ ପକ୍ଷେ ସମ୍ଭବ ନଥିଲା ।

ପୁଣେର ଫ୍ୟାସନ ଷ୍ଟ୍ରିଟରେ ଭୟଙ୍କର ନିଆଁ, ଜଳିଗଲା 500 ଦୋକାନ

ତେବେ ନିଆଁକୁ ଆୟତ୍ତ କରିବାକୁ 16 ଟି ଦମକଳ ଗାଡି ଓ 50 ଜଣ ଅଗ୍ନିଶମ ବାହିନୀ କର୍ମଚାରୀ ନିୟୋଜିତ ଥିଲେ । ବିଳମ୍ବିତ ରାତି 1ଟା 10 ମିନିଟରେ ନିଆଁକୁ କାବୁ କରାଯାଇଥିଲା । ଶନିବାର-ରବିବାର ସାପ୍ତାହିକ ଛୁଟି ଥିବା କାରଣରୁ ଦୋକାନୀ ଅଧିକ ଜିନିଷ ସଂରକ୍ଷିତ କରି ରଖିଥାନ୍ତି । ଗୋଟେ ଗୋଟେ ଦୋକାନରେ 3 ଲକ୍ଷରୁ ଅଧିକ ଜିନିଷ ଥାଏ ।

ଏହି ଘଟଣାରେ କ୍ଷତିଗ୍ରସ୍ତ ରାଜ୍ୟ ସରକାରଙ୍କ ଠାରୁ ସହାୟତା ଲୋଡିଛନ୍ତି । ଗତ 15 ଦିନ ମଧ୍ୟରେ ନିଆଁ ଲାଗିବାର ଏହା ଦ୍ବିତୀୟ ଘଟଣା । ଏହା ପୂର୍ବରୁ ଶିବାଜୀ ମାର୍କେଟରେ ମଧ୍ୟ ନିଆଁ ଲାଗିଥିଲା, ଯେଉଁଥିରେ 25 ଦୋକାନ ଜଳି ଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 27, 2021, 9:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.