ETV Bharat / bharat

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ତ

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ତ ।ଏଥିରେ କେହି ମୃତାହତ ହୋଇ ନଥିବା ବେଳେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ପଢନ୍ତୁ...

A fire breaks out at the ninth floor of the All India Institute of Medical Sciences (AIIMS) hospital in Delhi.
ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ତ
author img

By

Published : Jun 17, 2021, 6:58 AM IST

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ତ । ଏମ୍ସର 9 ମହଲାରେ ଅଗ୍ନିକାଣ୍ତ ଘଟିଛି । ଏଥିରେ କେହି ମୃତାହତ ହୋଇ ନଥିବା ବେଳେ କୈଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ସୂଚନା ଅନୁସାରେ,ବୁଧବାର ବିଳମ୍ବିତ ରାତିରେ ହସପିଟାଲରେ ନିଆଁ ଲାଗିଥିଲା । ଏହା ଦେଖି ମେଡିକାଲ କର୍ତ୍ତୃପକ୍ଷ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁର ଭୟାବହତା ଅଧିକ ଥିବାରୁ ନିଆଁଲିଭା ପାଇଁ 20ଟି ଦମକଳ ଗାଡି ନିୟୋଜିତ ହୋଇଥିଲା । ତେବେ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ତ

ଏହାପୂର୍ବରୁ, ଅଗଷ୍ଟ 17, 2019 ରେ ଦିଲ୍ଲୀ ଏମ୍ସରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା । ଏମ୍ସର ଏକାଡେମିକ୍ ବ୍ଲକରେ ନିଆଁ ଲାଗି କୋଟି କୋଟି ଟଙ୍କା ମୂଲ୍ୟର ଲ୍ୟାବରେ ଥିବା ଅତ୍ୟାଧୁନିକ ଯନ୍ତ୍ରପାତି ପୋଡି ଯାଇଥିଲା। ।ସେହିପରି, 2016 ମସିହାରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଥିଲା।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.