ଭୋପାଳ: ଦେଶରେ ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ମହାମାରୀରୁ ମୁକ୍ତି ପାଇଁ ବୟସ୍କଙ୍କୁ ଦିଆଯାଉଛି ଟିକା । ମଧ୍ୟ ପ୍ରଦେଶର ଗ୍ବାଲିୟର ସେଣ୍ଚ୍ରାଲ ଜେଲରେ ଅନ୍ତେବାସୀଙ୍କୁ କୋରୋନା ଟିକା ଦିଆଯାଇଛି ।
ଜେଲରେ ଥିବା କଏଦୀକୁ କୋରୋନା ଟିକାର ପ୍ରଥମ ଡୋଜ ଦିଆଯାଇଛି । ଜିଲ୍ଲା ପ୍ରଶାସନର ସହଯୋଗରେ ଜେଲ ପରିସର ମଧ୍ୟରେ ଏକ ଶିବିର ଆୟୋଜିତ ହୋଇଥିଲା । ଜେଲରେ ଥିବା ଯେଉଁ ଅନ୍ତେବାସୀଙ୍କୁ 45 ବର୍ଷରୁ ଅଧିକ ବର୍ଷ ହୋଇଛି ସେମାନଙ୍କୁ କୋରୋନା ଟିକା ଦିଆଯାଥିଲା । 44 ଜଣ କଏଦୀଙ୍କୁ ଟିକା ଦିଆଯାଇଥିବା ସୂଚନା ମିଳିଛି ।
@ANI