ଚେନ୍ନାଇ: ମା’କୁ ସାପ କାମୁଡାରୁ ବଞ୍ଚାଇବାକୁ ଯାଇ ଜଣେ ୫ ବର୍ଷୀୟ ଶିଶୁ ସାପ କାମୁଡାରେ ପ୍ରାଣ ହରାଇଛି (child dies to save his mother )। ମା’ ରୋଷେଇ ଘରେ ରୋଷେଇ କରୁଥିବା ବେଳେ ସାପଟି ପଶି ଯାଇଥିଲା । ତେବେ ମାଁକୁ କାମୁଡିବା ପୂର୍ବରୁ ସେଠାରେ ଥିବା 5 ବର୍ଷୀୟ ଶିଶୁ ସାପକୁ ଘଉଡାଇବା ପାଇଁ ଉଦ୍ୟମ କରିବା ବେଳେ ସାପଟି ତାକୁ କାମୁଡି ଦେଇଥିଲା । ପରିବାର ଲୋକେ ହସ୍ପିଟାଲ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ଶିଶୁକୁ ମୃତ ଘୋଷଣା କରିଛନ୍ତି । ଘଟଣାଟି ଘଟିଛି ତାମିଲନାଡୁ ତୁଟିକୋରିନ ଜିଲ୍ଲାର କୋଭିଲପାଟୀ ନିକଟ କାଦପୁରର ଦକ୍ଷିଣ କୁପନପୁରାମ ଗ୍ରାମରେ (A child dies of a snake bite in Tamil nadu)।
ସୂଚନା ଅନୁସାରେ, ଗତରାତିରେ ଉକ୍ତ ଗ୍ରାମର ବାସିନ୍ଦା, ପେରୁମାଲାଙ୍କ ପତ୍ନୀ ଅର୍ଚ୍ଚନା ରୋଷେଇ ଘରେ ରୋଷେଇ କୁରଥିଲେ । ପାଖରେ ତାଙ୍କର ପୁଅ 5 ବର୍ଷୀୟ କାର୍ତ୍ତିକ ରାଜା ମଧ୍ୟ ଉପସ୍ଥିତ ଥିଲା । ସେତିକି ବେଳେ ହଠାତ ଏକ ନାଗ ସାପ କାନ୍ଥରେ ଥିବା ଏକ ଗାତରୁ ବାହାରି ଅର୍ଚ୍ଚନାଙ୍କ ଆଡକୁ ମାଡି ଯାଇଥିଲା । ଏହା ଦେଖି ପୁଅ କାର୍ତ୍ତିକ ସାପକୁ ଘଉଡାଇବାକୁ ଚେଷ୍ଟା କରିବା ବେଳେ ସାପଟି ତାଙ୍କୁ କାମୁଡି ଦେଇ ଘଟଣାସ୍ଥଳରୁ ଚାଲିଯାଇଥିଲା ।
ଏହା ପରେ ପରିବାର ଲୋକେ ଶିଶୁଟିକୁ ଉଦ୍ଧାର କରି ସ୍ଥାନୀୟ କାଦମ୍ବୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତିରୁନେଲଭେଲି ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ (child dies of a snake bite) । ତେବେ ଏନେଇ ସୂଚନା ପାଇ ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ