ETV Bharat / bharat

Love Jihad: ହିନ୍ଦୁ କହି ଯୁବତୀଙ୍କ ପ୍ରେମଜାଲରେ ଫସାଇଲେ ମୁସଲିମ ଯୁବକ, ବାନ୍ଧିଲା ପୋଲିସ - ଲଭ ଜିହାଦ

ଗୁଜୁରାଟ ସୁରଟରେ ସାମନାକୁ ଆସିଲା ଲଭ ଜିହାଦର ଏକ ମାମଲା । ଯେଉଁଠି ଜଣେ ମୁସଲିମ ଯୁବକ ନିଜକୁ ହିନ୍ଦୁ ପରିଚୟ ଦେଇ ଜଣେ ଯୁବତୀଙ୍କୁ ପ୍ରେମଜାଲରେ ଫସାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Love Jihad
Love Jihad
author img

By

Published : Mar 12, 2023, 9:58 PM IST

ଗାନ୍ଧୀନଗର: ପ୍ରେମ ପାଇଁ ନିଜକୁ ହିନ୍ଦୁ ସଜାଇଲେ ମୁସଲିମ ଯୁବକ । ଆଉ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିବା ଅଭିଯୋଗ ହୋଇଛି । ଯେତେବେଳେ ଯୁବତୀଙ୍କ ହାତରେ ଅଭିଯୁକ୍ତର ଆଧାର କାର୍ଡ ଲାଗିଥିଲା ସେତେବେଳେ ପ୍ରକୃତ ପରିଚୟ ସାମନାକୁ ଆସିଛି । ଏଭଳି ଘଟଣା ଗୁଜୁରାଟ ସୁରଟ ଅଞ୍ଚଳରେ ଦେଖିବାକୁ ମିଳିଛି । ଯୁବକଙ୍କ ପ୍ରକୃତ ପରିଚୟ ଜାଣିବା ପରେ ଯୁବତୀ ଜଣକ ବେସୁ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ପୋକ୍ସୋ ଆକ୍ଟର ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି ।

ଉଭୟ ବିଜନେସ ପାର୍ଟନର ବୋଲି ମଧ୍ୟ ଜଣାପଡ଼ିଛି । ଅଭିଯୁକ୍ତ ଜଣକ ପ୍ରଥମେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ଗଢିଥିଲେ । ଉଭୟ ଇଭେଣ୍ଟ ମ୍ୟାନଜମେଣ୍ଟ ପାଇଁ କାମ କରୁଥିବା ବେଳେ ପରସ୍ପରକୁ ଜାଣିଥିଲେ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯେତେବେଳେ ଇଭେଣ୍ଟ ମ୍ୟାନଜମେଣ୍ଟର କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନକୁ ସିଫ୍ଟ ହେବାର ଥିଲା ସେତେବେଳେ ଯୁବତୀଙ୍କୁ ଅଭିଯୁକ୍ତର ଆଧାର କାର୍ଡ ମିଳିଥିଲା । ଯୁବତୀ ନିଜ ବୟଫ୍ରେଣ୍ଡର ପ୍ରକୃତ ପରିଚୟ ପାଇବା ପରେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ । ଏହାପରେ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୁକ୍ତ
ଅଭିଯୁକ୍ତ

ଏହା ବି ପଢନ୍ତୁ- ଚଳନ୍ତା ଟ୍ରେନରୁ ଦୁଇ ଯୁବକଙ୍କୁ ଠେଲି ଦେଲେ, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

ପୋଲିସ ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରି ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରିଛି । ଘଟଣା ନେଇ ବେସୁ ଥାନା ପୋଲିସ ଇନିସପେକ୍ଟର ଏମସି ୱାଲା କହିଛନ୍ତି, " ଗତ ୧୦ ତାରିଖରେ ପୀଡ଼ିତା ଯୁବତୀ ବେସୁ ଥାନାରେ ବାସୁ ବାଲାଡ଼ିଆ ଯାହାର ପ୍ରକୃତ ନାମ ୱସିମ ଅକରମ ୱାହିମ ବିରୋଧରେ ଅଭିଯୋଗ କରିଥିଲେ । ସେ ଉଧନାଠାରେ ରହିଥାଏ । ସେ ପ୍ରଥମେ ପୀଡ଼ିତାଙ୍କୁ ପ୍ରେମଜାଲରେ ଫସାଇବା ପରେ ଶାରୀରିକ ସମ୍ପର୍କ ରଖିଥିଲେ । ଅଭିଯୁକ୍ତକୁ ଗିରଫ କରାଯାଇଛି । ଆଧାର କାର୍ଡରୁ ଅଭିଯୁକ୍ତର ପ୍ରକୃତ ପରିଚୟ ମିଳିଥିବା ବେଳେ ଏହି ପ୍ରମାଣ ପତ୍ରକୁ ମଧ୍ୟ ଜବତ କରାଯାଇଛି ।"

ଇନିସପେକ୍ଟର ଆହୁରି କହିଛନ୍ତି ଯେ ଯୁବତୀ ଜଣକ ବହୁ ଦିନରୁ ବିବାହ କିମ୍ବା କୌଣସି ଉତ୍ସବରେ ମେହେନ୍ଦୀ ଲଗାଇଥାନ୍ତି । ଏହାସହିତ ବିବାହରେ ଇଭେଣ୍ଟ ମ୍ୟାନେଜର ଭାବରେ ମଧ୍ୟ କାମ କରନ୍ତି । ଉଭୟ ମିଳିତ ଭାରେ ଇଭେଣ୍ଟ ମ୍ୟାନଜମେଣ୍ଟ କାମ ଆରମ୍ଭ କରିଥିଲେ । ଯେତେବେଳେ କୌଣସି କାରଣରୁ ସେମାନଙ୍କ ଅଫିସକୁ ଅନ୍ୟତ୍ର ସିଫ୍ଟ କରିବା ଲାଗି ଆବଶ୍ୟକ ପଡ଼ିଥିଲା, ସେତେବେଳେ ପୁରା ଘଟଣା ସାମନାକୁ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.