ETV Bharat / bharat

ତେଲେଙ୍ଗାନାରେ କାର-ଟ୍ରକ ମୁହାଁମୁହିଁ ଧକ୍କା, 6 ବଲାଙ୍ଗୀର ଶ୍ରମିକ ମୃତ - lorry and car collide

ତେଲେଙ୍ଗାନା ସମଶଦାବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ 6 ଓଡିଆଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ତେଲେଙ୍ଗାନାରେ କାର-ଟ୍ରକ ମୁହାଁମୁହିଁ ଧକ୍କା, 6 ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

author img

By

Published : Apr 18, 2021, 8:25 PM IST

Updated : Apr 18, 2021, 10:40 PM IST

ହାଇଦ୍ରାବାଦ: ବଜାରରୁ ପରିବା କିଣି ଫେରୁଥିବାବେଳେ ଅଧା ରହିଗଲା ଘର ବାହୁଡା । ଟ୍ରକ ଓ କାର ମୁହାଁମୁହିଁ ଧକ୍କା ଫଳରେ ଘଟଣାସ୍ଥଳରେ ଚାଲିଗଲା 6 ଜଣଙ୍କ ଜୀବନ । ତେଲେଙ୍ଗାନା ସମଶଦାବାଦରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତେବେ ସମସ୍ତ ମୃତକ ଓଡିଆ ହୋଇଥିବା ସୂଚନା ମିଳିଛି । ସେମାନେ ଓଡି଼ଶାର ବଲାଙ୍ଗୀର ଜିଲ୍ଲାରୁ ଆସି ତେଲେଙ୍ଗାନାରେ ଇଟାଭାଟି ଶ୍ରମିକ ଭାବେ କାମ କରୁଥିଲେ । ମୃତକମାନେ ହେଲେ କଳା କୁମାର ସୁନା(20), କୃପା ସୁନା(25), ଗୋପାଳ ଦୀପ୍(25), ବୁଧାନ(25), ଅସ୍ତ ଯାଦବ(25) ଓ ପରମାନନ୍ଦ(55) ।

ତେଲେଙ୍ଗାନାରେ କାର-ଟ୍ରକ ମୁହାଁମୁହିଁ ଧକ୍କା, 6 ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଦୁର୍ଘଟଣାରେ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବାବେଳେ 22 ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଟ୍ରକରେ 30ରୁ ଊର୍ଦ୍ଧ୍ବ ଶ୍ରମିକ ଯାତ୍ରା କରୁଥିଲେ । ସମସ୍ତେ ସମଶଦାବାଦ ବଜାରରୁ ପରିବା କିଣି ଫେରୁଥିଲେ । ଏହି ସମୟରେ ବାଟରେ ଟ୍ରକଟି ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 18, 2021, 10:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.