ETV Bharat / bharat

Kitabi Masti: କୁନି ଉଦ୍ୟମିଙ୍କ ପ୍ରୟାସରେ ପାଠାଗାର, ବସ୍ତିର ଅଭାବୀ ପିଲାଙ୍କୁ ଦେଇଛି ଅବସର

କୁନି ଉଦ୍ୟମିଙ୍କ ପ୍ରୟାସରେ ପ୍ରତିଷ୍ଠା ହୋଇଛି ପାଠାଗାର ‘କିତାବି ମସ୍ତି’ । ବସ୍ତିର ଅଭାବୀ ପିଲାଙ୍କୁ ଦେଇଛି ଅବସର । ଅଧିକ ପଢନ୍ତୁ

Kitabi Masti: ଆବର୍ଜନାରୁ ପାଠାଗାର, ପାଠ ପଢୁଛନ୍ତି ବସ୍ତିର ଅଭାବି ପିଲା

author img

By ETV Bharat Odisha Team

Published : Oct 28, 2023, 5:53 PM IST

Updated : Oct 28, 2023, 6:05 PM IST

Kitabi Masti: କୁନି ଉଦ୍ୟମିଙ୍କ ପ୍ରୟାସରେ ପାଠାଗାର, ବସ୍ତିର ଅଭାବୀ ପିଲାଙ୍କୁ ଦେଇଛି ଅବସର

ଭୋପାଲ: ବର୍ତ୍ତମାନର ଇଣ୍ଟରନେଟ ସର୍ବସ୍ବ ଯୁଗରେ ପୁସ୍ତକର ଚାହିଦା ଯେପରି ଫିକା ହେବାରେ ଲାଗିଛି । ଏବେ ପାଠଗାରରେ ବସି ପୁସ୍ତକ ଓ ଗ୍ରନ୍ଥ ଅଧ୍ୟୟନ ଅପେକ୍ଷା ବର୍ତ୍ତମାନର ଛାତ୍ର ଓ ଯୁବ ସମାଜ ଡିଜିଟାଲ ସ୍କ୍ରିନ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ହେଲେ ଏପରି ସମୟରେ ବସ୍ତିର ଅନୁନ୍ନତ ତଥା ଆର୍ଥିକ ପଛୁଅ ବର୍ଗର ପିଲାଙ୍କ ପାଇଁ ଭିନ୍ନ ଏକ ପ୍ରୟାସ କରିଛନ୍ତି ଜଣେ ଛାତ୍ରୀ । ସାହିତ୍ୟ, ସୃଜନଶୀଳତା ଓ ଗ୍ରନ୍ଥ ପ୍ରତି ଥିବା ତାଙ୍କର ଆଗ୍ରହ ବଳରେ ସେ ପ୍ରତିଷ୍ଠା କରିଛନ୍ତି ଏକ କ୍ଷୁଦ୍ର ପାଠାଗାର । ଯାହାର ନାମ ରହିଛି ‘କିତାବି ମସ୍ତି’ ।

ବସ୍ତିର କୁନି ଛାତ୍ରଛାତ୍ରୀଙ୍କୁ ପାଠଗାରର ଲାଭ ଦେବା ପାଇଁ ଏହା ଏକ ଅବସର ସୃଷ୍ଟି କରିଛି । ଏଠାରେ ସଂଗୃହୀତ ହୋଇ ରହିଛି ପ୍ରାୟ 3 ହଜାର ପୁସ୍ତକ । ହେଲେ ଆଜି ବାସ୍ତବତାର ରୂପ ପାଇଥିବା ଏହି ଛୋଟ ଓ ଭିନ୍ନ ପ୍ରୟାସ ଏତେ ସହଜ ନଥିଲା । ଏ ପ୍ରଚେଷ୍ଟା ଓ ସଫଳ କାହାଣୀ କୌଣସି ସମାଜସେବୀ କିମ୍ବା ଶିକ୍ଷାବିତଙ୍କର ନୁହେଁ ବରଂ ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଲର 16 ବର୍ଷୀୟା ଛାତ୍ରୀ ମୁସ୍କାନଙ୍କର ।

ଆଜକୁ ପ୍ରାୟ ସାତ ବର୍ଷ ପୂର୍ବେ ଭୋପାଲର ଦୁର୍ଗା ନଗର ବସ୍ତିରେ ମୁସ୍କାନ ଅହିୱାରଙ୍କ ଦ୍ବାରା ଏହି ପାଠାଗାର ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଥିଲା । ସେତେବେଳେ ମୁସ୍କାନଙ୍କ ବୟସ ଥିଲା ମାତ୍ର 9 ବର୍ଷ । ସ୍ଥାନୀୟ ଅଞ୍ଚଳରେ ନବରାତ୍ରୀ ପୂଜା ପାଇଁ ପେଣ୍ଡାଲ ଭାବେ ବ୍ୟବହୃତ ହେଉଥିବା ଏକ ସ୍ଥାନରେ ଅସ୍ଥାୟୀ ତମ୍ବୁ ମଧ୍ୟରେ ଏହି ପାଠାଗାର ଆରମ୍ଭ ହୋଇଥିଲା । ଯେବେ ଏନେଇ ଖବର ପ୍ରସାରିତ ହେଲା, ସହଯୋଗର ହାତ ମଧ୍ୟ ଲମ୍ବିଲା । କିଛି ସ୍ବଚ୍ଛେସେବୀ କୁନି ଉଦ୍ୟମି ମୁସ୍କାନଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଲେ । ନ୍ୟାସନାଲ ଆସୋସିଏସନ୍ ଅଫ୍ ଷ୍ଟୁଡେଣ୍ଟସ୍ ଅଫ୍ ଆର୍କିଟେକଚରର ଛାତ୍ରମାନଙ୍କ ସହଯୋଗରେ ଏହି ଅସ୍ଥାୟୀ ତମ୍ବୁରେ ଚାଲିଥିବା ପାଠାଗାରର ଢାଞ୍ଚା ବଦଳିଲା ।

ଏହି ପାଠାଗାରରେ ଏବେ ପ୍ରାୟ ବିଭିନ୍ନ ବର୍ଗର 3 ହଜାର ପୁସ୍ତକ ସଂଗୃହିତ କରାଯାଇଛି । ଏଥିମଧ୍ୟରୁ ଅଧିକାଂଶ ପୁରୁଣା ବହି ରହିଛି । ଏବେ ପ୍ରାୟ 30ଜଣ ସ୍ଥାନୀୟ ବସ୍ତି ପିଲା ସେଠାକୁ ଦୈନିକ ପଢିବାକୁ ଆସନ୍ତି । ମୁସ୍କାନ ନିଜେ ଛୋଟ ପିଲାଙ୍କୁ ପାଠ ପଢାଉଛନ୍ତି । ପୁସ୍ତକ ଉପରେ ଏକାଧିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି । ମୁସ୍କାନଙ୍କ ସହ କିଛି ସ୍ବେଚ୍ଛାସେବୀ ମଧ୍ୟ ଯୋଡି ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Cash for Query: ନଭେମ୍ବର 2ରେ ହାଜର ହେବାକୁ ମହୁଆଙ୍କୁ ସାନି ସମନ

ଇଟିଭି ଭରତକୁ ପ୍ରତିକ୍ରିୟା ଦେଇ ମୁସ୍କାନ କହିଛନ୍ତି, ‘‘ଯେତେବେଳେ ମୁଁ 2016 ମସିହା ଜାନୁୟାରୀ 26 ତାରିଖରେ ଏହି ଲାଇବ୍ରେରୀ ଆରମ୍ଭ କଲି, ସେତେବେଳେ ମୋର ବୟସ ମାତ୍ର 9 ବର୍ଷ ହୋଇଥିଲା । ମୁଁ କିଛି ପୁସ୍ତକ ସଂଗ୍ରହ କରିଥିଲି ଯାହାକୁ ମୁଁ ମୋ ଘର ବାହାରେ ଟାଙ୍ଗି ପ୍ରଦର୍ଶିତ କରିଥିଲି । ରଙ୍ଗୀନ ଚିତ୍ର ଓ ପୁସ୍ତକ ଦେଖି ସ୍ଥାନୀୟ ପିଲାମାନେ ଆକର୍ଷିତ ହୋଇଥିଲେ । ସେମାନେ ପୁସ୍ତକ ପଢିବା ପାଇଁ ନିୟମିତ ମୋ ଘରକୁ ଆସିବା ଆରମ୍ଭ କଲେ । ଏହିପରି ଭାବରେ ପୁସ୍ତକ ସଂଗ୍ରହ ଓ ଏକ ପିଲାଙ୍କ ପାଇଁ ଏକ ପାଠାଗାର ନିର୍ମାଣ କରିବାକୁ ମୋର ଆଗ୍ରହ ବଢିବାକୁ ଲାଗିଲା। ଯାହା ଫଳରେ ଆମେ ଏକ ପୂଜା ପେଣ୍ଡାଲର ତମ୍ବୁ ତଳେ ଏହି ପାଠାଗାର ପ୍ରତିଷ୍ଠା କଲୁ । ଏହାର ନାମ ରହିଲା ‘କିତାବି ମସ୍ତି’ ।"

ଶିକ୍ଷାର ପ୍ରଚାର ପ୍ରସାର ବିନା ସାମାଜିକ ଉତ୍ଥାନ ଓ ବିକଶିତ ରାଷ୍ଟ୍ର କେବେ ସମ୍ଭବ ନୁହେଁ । ତେଣୁ ଏହି କୁନି ଉଦ୍ୟମିଙ୍କ ପ୍ରୟାସକୁ ଏବେ ସବୁଠି ପ୍ରଂଶସା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 28, 2023, 6:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.