ଶ୍ରୀନଗର: ସନ୍ଦେହ ଜନକ ଅବସ୍ଥାରେ ମିଳିଲା ଯବାନଙ୍କ ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜମ୍ମୁ କାଶ୍ମୀରର ରଜୌରୀ ଗାରିସନ ଅଞ୍ଚଳରରେ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । କିଏ ଓ କାହିଁକି ତାଙ୍କୁ ହତ୍ୟା କରିଛି ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ଜଣାପଡିଛି ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭାରତୀୟ ନୌସେନାରେ କାର୍ଯ୍ୟ କରୁଥିବା ଯବାନଙ୍କ ବୟସ ୨୪ ବର୍ଷ ହେବ। ମୃତ୍ୟୁର କାରଣ ଖୋଜିବ କୋର୍ଟ ଅଫ ଇନକ୍ବାରୀ । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ମିଳିଛି ।
ସେପଟେ, ସନ୍ଦେହ ଜନକ ଅବସ୍ଥାରେ ମିଳିଥିବା ମିଳିଥିବା ଯବାନଙ୍କ ମୃତଦେହକୁ ନେଇ ଏବେବି ସସପେନ୍ସ ଲାଗି ରହିଛି । ଆତଙ୍କୀଙ୍କ ହାତ ଥିବା ନେଇ ଚର୍ଚ୍ଚା ମଧ୍ୟ ଲାଗି ରହିଛି । ରବିବାର ଦିନ ଯବାନଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଠାବ ହୋଇଥିଲା ।
@ANI