ETV Bharat / bharat

କୋରୋନା ଭ୍ୟାକ୍ସିନ ନେଇ ଶତାୟୁ ବୃଦ୍ଧା ପାଳିଲେ ଜନ୍ମଦିନ

କୋରୋନା ଟିକା ନେଲେ ଶତାୟୁ ବୃଦ୍ଧା । ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ନିଜର 100 ତମ ଜନ୍ମଦିନ ପାଳନ କରି କେକ କାଟିଛନ୍ତି । ଅଧିକ ପଢନ୍ତୁ...

A 100-year-old woman received COVID-19 vaccine and celebrated her birthday in mumbai
କୋରୋନା ଭ୍ୟାକ୍ସିନ ନେଲେ ଶତାୟୁ ବୃଦ୍ଧା, ସ୍ବାସ୍ଥ୍ୟକର୍ମୀଙ୍କ ସହ ପାଳନ କଲେ ଜନ୍ମଦିନ
author img

By

Published : Mar 6, 2021, 9:25 PM IST

ମୁମ୍ବାଇ: ଶତାୟୁ ବୃଦ୍ଧା କୋରୋନା ଟିକା ନେଇ ପାଳନ କଲେ ଜନ୍ମଦିନ । ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ଜନ୍ମଦିନ ପାଳନ କରି କେକ କାଟିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ମୁମ୍ବାଇରେ ।

କୋରୋନା ଭ୍ୟାକ୍ସିନ ନେଇ ଶତାୟୁ ବୃଦ୍ଧା ପାଳନ କଲେ ଜନ୍ମଦିନ

ସାରା ଦେଶରେ କୋରୋନା ଭ୍ୟାକ୍ସିନର ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ଚାଲିଛି । ମହାରାଷ୍ଟ୍ରର ଜଣେ ଶତାୟୁ ବୃଦ୍ଧା ନେଇଛନ୍ତି କୋରୋନା ଟୀକା । ମୁମ୍ବାଇର ବିକେଶି ଜୁମ୍ବୋ ଟୀକାକରଣ କେନ୍ଦ୍ରରେ 100 ବର୍ଷିୟ ମହିଳା କୋରୋନା ଟିକା ନେଇଛନ୍ତି । ଏହା ପରେ ସେଠାରେ କାର୍ଯ୍ୟ କରୁଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହିତ ମିଶି ନିଜର 100 ତମ ଜନ୍ମଦିନ ପାଳନ କରିଛନ୍ତି । ସେଠାରେ ନିଜ ଜନ୍ମଦିନ କେକ ମଧ୍ୟ କାଟିଛନ୍ତି ଏବଂ ବେଶ ଖୁସି ପ୍ରକଟ କରିଛନ୍ତି । ଲୋକଙ୍କୁ କୋରୋନା ଟିକା ନେବା ପାଇଁ କହିଛନ୍ତି ।

ସୂଚନାଥାଉକି ଦେଶରେ କୋରୋନା ଟୀକାକରଣର ଦ୍ବିତୀୟ ପର୍ଯ୍ୟାୟ ଗତ ମାର୍ଚ୍ଚ 1ରୁ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ବୟସ୍କଙ୍କୁ ପ୍ରଦାନ କରାଯାଉଛି କୋରୋନା ଟିକା । ମହାମାରୀ କୋରୋନା ପରେ ସାରା ଭାରତରେ ଟୀକାକରଣ ପ୍ରକ୍ରିୟାକୁ ନେଇ ସଚେତନ କରାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.