ETV Bharat / bharat

Karnataka's New Ministers: ନବନିଯୁକ୍ତ 9 ମନ୍ତ୍ରୀ ଅପରାଧିକ ମାମଲାରେ ଜଡିତ, ସମସ୍ତେ କୋଟିପତି - କୋଟିପତି

ଶନିବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା କର୍ଣ୍ଣାଟକର 9ଜଣ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ବେଳେ ଏମାନେ ସମସ୍ତେ କୋଟିପତି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 21, 2023, 4:59 PM IST

ବେଙ୍ଗାଲୁରୁ: ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରି କର୍ଣ୍ଣାଟକରେ ସରକାର ଗଢିଛି କଂଗ୍ରେସ । ଶନିବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମେତ 10 ଜଣଙ୍କ ମଧ୍ୟରୁ 9ଜଣ ମନ୍ତ୍ରୀ ଶପଥ ପାଠ କରିଛନ୍ତି । ହେଲେ ଆପଣ ଜାଣନ୍ତି କି ଏହି ନବନିଯୁକ୍ତ ମନ୍ତ୍ରୀଙ୍କ ବିରୋଧରେ ରହିଛି ଅନେକ ଅପରାଧିକ ମାମଲା । ଏହାସହିତ ଏମାନେ କୋଟିପତି ବୋଲି ମଧ୍ୟ ଜଣାପଡ଼ିଛି । ଏହା ଆମେ କହୁନାହିଁ, କର୍ଣ୍ଣାଟକ ଇଲେକ୍ସନ ୱାଚ୍‌ ଆଣ୍ଡ ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମ୍ସ (ADR) ରିପୋର୍ଟରେ ଏ ନେଇ ଦର୍ଶାଯାଇଛି ।

ଶନିବାର ଶପଥ ଗ୍ରହଣ କରିଥିବା 9 ମନ୍ତ୍ରୀଙ୍କୁ ନେଇ ଏହି ତଥ୍ୟ ପ୍ରକାଶ କରାଯାଇଛି । 9ଜଣ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ବେଳେ 4ଜଣଙ୍କ ବିରୋଧରେ ସାଙ୍ଘାତିକ ମାମଲା ରହିଛି । ଏହାସହିତ ସେମାନେ ସମସ୍ତେ କୋଟିପତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ଏହି 9 ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ହେଉଛି 229.27 କୋଟି ଟଙ୍କା । ସେପଟେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସବୁଠୁ ଧନୀ ହୋଇଥିବା ବେଳେ ତାଙ୍କ ସମ୍ପତ୍ତିର ମୂଲ୍ୟ 1413.80 କୋଟି ବୋଲି ଜଣାପଡ଼ିଛି । ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେଙ୍କ ସମ୍ପତ୍ତିର ମୂଲ୍ୟ ସବୁଠୁ କମ ରହିଛି । ପ୍ରିୟଙ୍କ ଚିତାପୁର (SC) ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ଏହା ବି ପଢନ୍ତୁ- ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ରାଜ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମୈୟା

ପ୍ରିୟଙ୍କଙ୍କ ସମ୍ପତ୍ତିର ମୂଲ୍ୟ 16.83 କୋଟି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏହି ତଥ୍ୟ ମନ୍ତ୍ରୀମାନଙ୍କ ଦ୍ବାରା ଦିଆଯାଇଥିବା ବେଳେ ସେମାନେ ବିଶ୍ବସନୀୟତା ବଜାୟ ରଖିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି । 9ଜଣ ମନ୍ତ୍ରୀଙ୍କ ମଧ୍ୟରୁ 3ଜଣ ମନ୍ତ୍ରୀ ଅଷ୍ଟମ ଓ ଦ୍ବାଦଶ ପାସ କରିଥିବା ବେଳେ ବାକି 6 ମନ୍ତ୍ରୀ ସ୍ନାତକ ହାସଲ କରିଛନ୍ତି । ସେହିପରି 5ଜଣ ମନ୍ତ୍ରୀଙ୍କ ବୟସ 41ରୁ 60ବର୍ଷ ମଧ୍ୟରେ ରହିଥିବା ବେଳେ ଆଉ 5ଜଣ ମନ୍ତ୍ରୀଙ୍କ ବୟସ 61ରୁ 80 ବର୍ଷ ବୟସ ମଧ୍ୟରେ ରହିଛି । ଅନ୍ୟପଟେ କର୍ଣ୍ଣାଟକ କ୍ୟାବିନେଟରେ ଜଣେ ବି ମହିଳା ମନ୍ତ୍ରୀ ନାହାନ୍ତି ।

ସୂଚନା ଥାଉ କି ଶନିବାର ସିଦ୍ଧରମୈୟା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଓ ଡିକେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏମାନଙ୍କ ବ୍ୟତୀତ ଆଉ 8ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବେଙ୍ଗାଲୁରୁ ସ୍ଥିତ କାନ୍ତିରୱା ଷ୍ଟାଡିମୟରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିଥିଲା । ଏହି ସମାରୋହରେ କଂଗ୍ରେସ ଶୀର୍ଷ ନେତୃତ୍ବ ଯୋଗଦାନ କରିଥିଲେ । ଅନେକ କଂଗ୍ରେସ ସମର୍ଥକଙ୍କ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.