ETV Bharat / bharat

ବିଗତ 6 ମାସର ରେକର୍ଡ ଭାଙ୍ଗିଲା କୋରୋନା; ଦେଶରେ ପୁଣି 89 ହଜାର ସଂକ୍ରମିତ ଚିହ୍ନଟ

author img

By

Published : Apr 3, 2021, 10:53 AM IST

ଗତ ଦୁଇ ଦିନ ଧରି ଦେଶରେ 10 ଗୁଣାରେ ବଢି ଚାଲିଛି ସଂକ୍ରମଣ ମାମଲା । ଗୁରୁବାର 72 ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଶୁକ୍ରବାର 81 ହଜାରରୁ ଅଧିକ ଚିହ୍ନଟ ହୋଇଥିଲେ । ଅଧିକ ପଢନ୍ତୁ...

ଦେଶରେ ପୁଣି 89 ହଜାର ନୂତନ ସଂକ୍ରମିତ ଚିହ୍ନଟ
ଦେଶରେ ପୁଣି 89 ହଜାର ନୂତନ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ସମଗ୍ର ଭାରତରେ ପୁଣି କୋଭିଡର ଭୟଙ୍କର ସ୍ଥିତି । ଦିନକରେ ପୁଣି ଚିହ୍ନଟ ହେଲେ 89 ହଜାର 129 ସଂକ୍ରମିତ । ଗତ 6 ମାସ ମଧ୍ୟରେ ଆଜି ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 24 ଘଣ୍ଟାରେ ଗଲା 714 ସଂକ୍ରମିତଙ୍କ ଜୀବନ ।

ଗତ ଦୁଇ ଦିନ ଧରି ଦେଶରେ 10 ଗୁଣା ବଢିବାରେ ସଂକ୍ରମିତ ସଂଖ୍ୟା । ଗୁରୁବାର ଦେଶରେ 72 ହଜାର 330 ଜଣ ଆକ୍ରାନ୍ତ ହୋଇଥିଲେ । ଶୁକ୍ରବାର ଏହା ବଢି 81 ହଜାରେ ପହଞ୍ଚିଥିଲା । ସେପଟେ ବୁଧବାର ଦେଶରେ 53 ହଜାର 480ଟି ପଜିଟିଭ ମାମଲା ଆସିଥିଲା । ସେପଟେ, ଆଜିର କୋଭଡ ରିପୋର୍ଟ ପରେ ମୋଟ ଆକ୍ରାନ୍ତ ସଂଖ୍ୟା 1 କୋଟି 23 ଲକ୍ଷ 92ହଜାର 260ରେ ପହଞ୍ଚିଛି । ସକ୍ରିୟ ମାମଲା 6 ଲକ୍ଷ 56 ହଜାର 909 ରହିଛି ।

ଅନ୍ୟପଟେ, କୋରୋନାକୁ ପ୍ରତିହିତ କରିବାକୁ ଦେଶବ୍ୟାପୀ ଜୋରଦାର ହୋଇଛି କୋଭିଡ ଟୀକାକରଣ । ଟେଷ୍ଟିଂ, ଟ୍ରାକ୍ଟ ଓ ଟ୍ରାକିଂ ପୁଣି ଥରେ ଜୋରଦାର ହୋଇଛି । ଆଜି ପର୍ଯ୍ୟନ୍ତ ଏହି ମହାମାରୀରୁ 1 କୋଟି 15 ଲକ୍ଷ 69 ହଜାର 241 ଜଣ ସୁସ୍ଥ ହୋଇସାରିଲେଣି ।

ଜାନୁଆରୀ 16 ତାରିଖରୁ ଦେଶବ୍ୟାପୀ ଟୀକାକରଣ ଆରମ୍ଭ ହୋଇଥିଲା । ଏହି ଟୀକାକରଣରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ସମସ୍ତେ ଟିକା ନେଇସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.