ETV Bharat / bharat

ଓ୍ବାଘା-ଅଟ୍ଟାରୀ ସୀମା ଦେଇ ୮୫୫ ଶିଖ ଶ୍ରଦ୍ଧାଳୁଙ୍କ କରତାରପୁର ଯାତ୍ରା

author img

By

Published : Nov 17, 2021, 3:32 PM IST

ପାକିସ୍ତାନରେ ୧୯ରେ ପାଳିତ ହେବ ଗୁରୁ ନାନକ ଜୟନ୍ତୀ । ସାମିଲ ହେବା ପାଇଁ ପାକିସ୍ତାନର କରତାରପୁର ଯାତ୍ରା କଲେ ୮୫୫ ଶିଖ ଶ୍ରଦ୍ଧାଳୁ । ଓ୍ବାଘା-ଅଟ୍ଟାରୀ ସୀମା ଦେଇ କଲେ ପ୍ରବେଶ । ୨୬ରେ ଫେରିବେ ସ୍ବଦେଶ । ଅଧିକ ପଢନ୍ତୁ

ପାକିସ୍ତାନର କର୍ତ୍ତାରପୁର ଯାତ୍ରା କଲେ ୮୫୫ ଶିଖ ଶ୍ରଦ୍ଧାଳୁ , ଓ୍ବାଘା-ଅଟ୍ଟାରୀ ସୀମା ଦେଇ କଲେ ପ୍ରବେଶ
ପାକିସ୍ତାନର କର୍ତ୍ତାରପୁର ଯାତ୍ରା କଲେ ୮୫୫ ଶିଖ ଶ୍ରଦ୍ଧାଳୁ , ଓ୍ବାଘା-ଅଟ୍ଟାରୀ ସୀମା ଦେଇ କଲେ ପ୍ରବେଶପାକିସ୍ତାନର କର୍ତ୍ତାରପୁର ଯାତ୍ରା କଲେ ୮୫୫ ଶିଖ ଶ୍ରଦ୍ଧାଳୁ , ଓ୍ବାଘା-ଅଟ୍ଟାରୀ ସୀମା ଦେଇ କଲେ ପ୍ରବେଶ

ନୂଆଦିଲ୍ଲୀ: ଆଜି ଖୋଲିଛି ବହୁ ପ୍ରତୀକ୍ଷିତ କରତାରପୁର କରିଡର । ତେବେ କରିଡର ଖୋଲିବା ପରେ ଆସନ୍ତା ୧୯ ତାରିଖରେ ପାଳିତ ହେବାକୁ ଥିବା ଗୁରୁ ନାନକ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପାକିସ୍ତାନ ଅଭିମୁଖେ ଯାତ୍ରା କରିଛନ୍ତି ୮୫୫ ଶିଖ ଶ୍ରଦ୍ଧାଳୁ । ଆଜି ଏହି ପଞ୍ଜୀକୃତ ଶ୍ରଦ୍ଧାଳୁମାନେ ଭାରତ-ପାକ ସୀମାର ଓ୍ବାଘା-ଅଟ୍ଟାରୀ ପୋଷ୍ଟ ଦେଇ ପାକିସ୍ତାନକୁ ପ୍ରବେଶ କରିଛନ୍ତି । ଏହି ଯାତ୍ରାର ସମସ୍ତ ଆୟୋଜନ ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ କମିଟି ଦ୍ବାରା କରାଯାଇଛି ।

ଏହି ଯାତ୍ରାରେ ସାମିଲ ହେବା ପାଇଁ ଅନେକ ଶ୍ରଦ୍ଧାଳୁ ଆବେଦନ କରିଥିବାବେଳେ ମାତ୍ର ୮୫୫ ଜଣଙ୍କୁ ଯାତ୍ରା ପାଇଁ ଭିସା ପ୍ରଦାନ କରାଯାଇଛି । ସେହିପରି ଏହି ଗସ୍ତ ଓ ପରିଭ୍ରମଣ ସମୟରେ ସେମାନେ କୋଭିଡ ଗାଇଡଲାଇନ ଅନୁପାଳନ କରିବା ସହ ପାକିସ୍ତାନର ଏକାଧିକ ଗୁରୁଦ୍ବାରା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରଖାଯାଇଛି । ଏମାନଙ୍କୁ ଜାରି କରାଯାଇଥିବା ଭିସାର ଅବଧି ଅନୁସାରେ ଏମାନେ ୨୬ ତାରିଖରେ ଭାରତକୁ ଫେରିବେ ।

ତେବେ ଗତ କିଛି ଦିନ ପୂର୍ବରୁ ଶିଖ ସମ୍ପ୍ରଦାୟ ପାଇଁ ବିଶେଷ ଧାର୍ମିକ ସମ୍ପର୍କ ରଖୁଥିବା କରତାରପୁର କରିଡର ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଆଜି ଏହାକୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବା ନେଇ ଗତକାଲି ଟ୍ବିଟରରେ ସୂଚନା ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ତେବେ ଦୁଇ ଦେଶର ପୂର୍ବ ନିଷ୍ପତ୍ତି ଓ ପ୍ରସ୍ତୁତି ପୂର୍ବକ ଆଜି ଏହାକୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବା ସହ ଆଜି ଶ୍ରଦ୍ଧାଳୁମାନେ ଯାତ୍ରା ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.