ETV Bharat / bharat

ଅନ୍ୟଦେଶକୁ 8 କୋଟି ଭ୍ୟାକ୍ସିନ ଡୋଜ ଦେବ ଆମେରିକା

ବିଭିନ୍ନ ଦେଶକୁ କୋରୋନା ଭ୍ୟାକ୍ସିନର 8 କୋଟି ଡୋଜ ଦେବା ନେଇ ପ୍ରତିଶ୍ରୁତି ଦେଇଛି ଆମେରିକା । ଅଧିକ ପଢନ୍ତୁ...

author img

By

Published : May 19, 2021, 11:02 PM IST

ଅନ୍ୟଦେଶକୁ 8 କୋଟି ଭ୍ୟାକ୍ସିନ ଡୋଜ ଦେବ ଆମେରିକା
ଅନ୍ୟଦେଶକୁ 8 କୋଟି ଭ୍ୟାକ୍ସିନ ଡୋଜ ଦେବ ଆମେରିକା

ୱାଶିଂଟନ: ମହାମାରୀ କୋରୋନା ବିରୋଧରେ ସମଗ୍ର ବିଶ୍ବରରେ ଜାରି ରହିଛି ଅଘୋଷିତ ଯୁଦ୍ଧ । ଭାରତରେ ମଧ୍ୟ ମହାମାରୀର ଦ୍ବିତୀୟ ଲହରୀର ଭୟାବହତା ଲାଗି ରହିଛି । ଏଭଳିସ୍ଥିତିରେ ଭାରତକୁ ଆବଶ୍ୟକ ରହିଛି ପର୍ଯ୍ୟାପ୍ତ ଟିକା । ଏହାରି ମଧ୍ୟରେ ବିଶ୍ବର ବିଭିନ୍ନ ଦେଶକୁ କୋରୋନା ଭ୍ୟାକ୍ସିନର 8 କୋଟି ଡୋଜ ଦେବା ନେଇ ପ୍ରତିଶ୍ରୁତି ଦେଇଛି ଆମେରିକା ।

ରାଷ୍ଟ୍ରପତି ଜୋ ବାଇଡେନଙ୍କ ନେତୃତ୍ବରେ ଆମେରିକା ପ୍ରଶାସନ ବିଶ୍ବର ର ଅନ୍ୟ ଦେଶକୁ 8 କୋଟି ଡୋଜ କୋରୋନା ଟିକା ଦେବାକୁ ପ୍ରତିଶ୍ରୁତି ଦେଇଛି । ହେଲେ କେଉଁ ଦେଶରୁ ଭ୍ୟାକ୍ସିନର କେତେ ଡୋଜ ଟିକା ମିଳିବ, ତାହା ଏପର୍ଯ୍ୟନ୍ତ ସ୍ଥିର କରାଯାଇ ନାହିଁ।

ବିଶ୍ବବ୍ୟାପୀ ମହାମାରୀର ମୁକାବିଲା ପାଇଁ ଆମେରିକାର ଉଦ୍ୟମର ନେତୃତ୍ବ ନେଉଥିବା ଗେଲ ସ୍ମିଥ କହିଛନ୍ତି ଯେ 8 କୋଟି ଟୀକାକରଣ ମଧ୍ୟରୁ କେଉଁ ଦେଶକୁ କେତେ ମିଳିବ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ ।

ବୈଶ୍ବୟିକ ସ୍ତରରେ କୋରୋନା ଭୂତାଣୁ ବିରୁଦ୍ଧରେ ଜାରି ଯୁଦ୍ଧ ମଧ୍ୟରେ ଆମେରିକାର ବୈଦେଶିକ ବିଭାଗର ସଂଯୋଜକ ଗେଲ ସ୍ମିଥ କହିଛନ୍ତି , ରାଷ୍ଟ୍ରପତି ବାଇଡେନଙ୍କ ଘୋଷଣା ପରେ ଏହି ସପ୍ତାହରେ ବିଶ୍ବବ୍ୟାପୀ ସହଯୋଗ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆମେରିକା ଏହାର ଭ୍ୟାକ୍ସିନ ଷ୍ଟକରୁ ଅନ୍ୟ ଦେଶକୁ 2 କୋଟି ଟିକା ଅନ୍ୟ ଦେଶକୁ ପ୍ରଦାନ କରିବ ।

ସେହିପରି ଏଷ୍ଟ୍ରାଜେନେକା ଭ୍ୟାକ୍ସିନର 6 କୋଟି ଡୋଜ ବିଶ୍ବର ଅନ୍ୟ ଦେଶକୁ ଦିଆଯିବ । ତେବେ 8 କୋଟି ଟିକା ଡୋଜ ପ୍ରଦାନ ପରେ ଆମେରିକା ବିଶ୍ବରରେ ସବୁଠୁ ବଡ ଭ୍ୟାକ୍ସିନ ରପ୍ତାନୀକାରୀ ଦେଶ ହୋଇଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.