ETV Bharat / bharat

କର୍ଣ୍ଣାଟକରେ ଟ୍ରକକୁ ପିଟିଲା ବସ: 8 ମୃତ, 20 ଆହତ

କର୍ଣ୍ଣାଟକ ହୁବଳିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ । 8 ମୃତ, 20 ଆହତ ହସ୍ପିଟାଲରେ ଭର୍ତ୍ତି । ଗତକାଲି ମଧ୍ୟରାତ୍ରୀରେ ଘଟିଛି ଦୁର୍ଘଟଣା । ଅଧିକ ପଢନ୍ତୁ

author img

By

Published : May 24, 2022, 4:49 PM IST

କର୍ଣ୍ଣାଟକରେ ଟ୍ରକକୁ ପିଟିଲା ବସ: 8 ମୃତ, 20 ଆହତ
କର୍ଣ୍ଣାଟକରେ ଟ୍ରକକୁ ପିଟିଲା ବସ: 8 ମୃତ, 20 ଆହତ

ବେଙ୍ଗାଲୁରୁ: କର୍ଣ୍ଣାଟକ ହୁବଳିରେ ଏକ ଯାତ୍ରାବାହୀ ବସ ଏକ ଲରି (ଟ୍ରକ)କୁ ଧକ୍କା ଦେବା ଫଲରେ ଘଟଣାସ୍ଥଳରେ 8 ଜଣଙ୍କ ମୃତ୍ୟୁ ଘଟିବା ସହ 20 ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଗାଡିର ଡ୍ରାଇଭରଙ୍କ ସମେତ ଯାତ୍ରୀ ମଧ୍ୟ ରହିଛନ୍ତି । ଗତକାଲି ମଧ୍ୟରାତ୍ରୀରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ପ୍ରାୟ 5ରୁ 6 ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ମଧ୍ୟ ସୂଚନା ମିଳିଛି ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଯାତ୍ରୀବାହୀ ବସଟି ମହାରାଷ୍ଟ୍ରର କୋହ୍ଲାପୁରରୁ ବେଙ୍ଗାଲୁରୁ ଯାଉଥିବାବେଳେ ହୁବଳିର ବେଲଗାଭି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଲରିକୁ ଧକ୍କା ହୋଇଥିଲା । ବସଟି ଏକ ଟ୍ରାକ୍ଟରକୁ ଓଭରଟେକ କରୁଥିବା ବେଳେ ଏପରି ଦୁର୍ଘଟଣା ଘଟିଥିବା ପାରିପାର୍ଶ୍ବିକ ସ୍ଥିତିରୁ ସନ୍ଦେହ କରାଯାଉଛି ।

ତେବେ ମୃତକଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହାରାଷ୍ଟ୍ରର ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି । ଆହତଙ୍କୁ ସମସ୍ତ ପ୍ରକାର ତ୍ବରିତ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ବ୍ୟବସ୍ଥା କରିଛି ସ୍ଥାନୀୟ ପ୍ରଶାସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.