ETV Bharat / bharat

କାଶ୍ମୀରକୁ ପାକିସ୍ତାନୀଙ୍କ କବଳରୁ ବଞ୍ଚାଇଥିଲେ, ୨୨ ବର୍ଷରେ ଶହୀଦ ହୋଇଥିଲେ

author img

By

Published : Oct 23, 2021, 5:29 PM IST

Updated : Oct 24, 2021, 6:34 AM IST

ଦେଶ ମାତୃକାକୁ ଇଂରେଜ କବଳରୁ ସ୍ବାଧୀନ କରାଇବା ପାଇଁ ଅନେକ ଜୀବନ ବାଜି ଲଗାଇ ଇତିହାସରେ ନାମ ଲେଖାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମକ୍‌ବୁଲ ସେରୱାନି । ଅଧିକ ପଢ଼ନ୍ତୁ...

କାଶ୍ମୀରକୁ ପାକିସ୍ତାନୀଙ୍କ କବଳରୁ ବଞ୍ଚାଇଥିଲେ, ୨୨ ବର୍ଷରେ ଶହୀଦ ହୋଇଥିଲେ
କାଶ୍ମୀରକୁ ପାକିସ୍ତାନୀଙ୍କ କବଳରୁ ବଞ୍ଚାଇଥିଲେ, ୨୨ ବର୍ଷରେ ଶହୀଦ ହୋଇଥିଲେ

ଜମ୍ମୁ: ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ବାଧୀନତା ପାଇଥିଲା ସତ । ଆଜି ଯେଉଁ ଭାରତ ପୂର୍ଣ୍ଣ ରୂପ ନେଇଛି ସେହି ସମୟରେ ସେହି ରୂପ ଗଢ଼ା ହେଉଥିଲା । ଦେଶ ମାତୃକାକୁ ଇଂରେଜ କବଳରୁ ସ୍ବାଧୀନ କରାଇବା ପାଇଁ ଅନେକ ଜୀବନ ବାଜି ଲଗାଇ ଇତିହାସରେ ନାମ ଲେଖାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମକ୍‌ବୁଲ ସେରୱାନି ।

ଜମ୍ମୁ-କାଶ୍ମୀର ମାଟି ପାଇଁ ଏକ ଜଣାଶୁଣା ନାମ ହେଉଛି ମକ୍‌ବୁଲ ସେରୱାନି । ଏହି ସୁଯୋଗ୍ୟ ସନ୍ତାନର ପ୍ରାଣବଳୀ ଯୋଗୁଁ କାଶ୍ମୀର ଆଜି ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇପାରିଛି । 1947 ମସିହାରେ ଭାରତର କାଶ୍ମୀର କବଜା କରିବା ପଛରେ ସେରୱାନି ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥିଲେ । ସେହି ସମୟରେ ପାକିସ୍ତାନ ଆକ୍ରମଣକାରୀ କାଶ୍ମୀରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ତେବେ ସେମାନଙ୍କୁ ଭୁଲ୍‌ ରାସ୍ତା ଦେଖାଇ ଦେଇଥିଲେ ମକବୁଲ୍‌ ସେରୱାନି । ଯାହାଫଳରେ ଶ୍ରୀନଗର ବିମାନବନ୍ଦରକୁ ସହଜରେ କବ୍‌ଜା କରିପାରିଥିଲେ ଭାରତୀୟ ସେନା ।

୧୯୪୭ ମସିହା ଅକ୍ଟୋବର ୨୨ ତାରିଖରେ ପାକିସ୍ତାନର ଆଦିବାସୀ ଅଞ୍ଚଳର ଲୋକେ ସୀମା ପାର୍‌ କରି କାଶ୍ମୀର ଭିତରକୁ ପଶି ଆସିଥିଲେ । ଏହାପରେ ମହାରାଜା ହରି ସିଂହ ଶ୍ରୀନଗରରୁ ଜମ୍ମୁରେ ପହଞ୍ଚି ଭାରତୀୟ ସେନାର ସହାୟତା ଲୋଡ଼ିଥିଲେ । ଅକ୍ଟୋବର ୨୬ ତାରିଖରେ କାଶ୍ମୀର ଭାରତ ସହ ମିଶିବା ନେଇ ଚୁକ୍ତି ସ୍ବାକ୍ଷର ହେବା ପରେ, ଭାରତୀୟ ସେନା ଆରମ୍ଭ କରିଥିବା ପାକିସ୍ତାନ ବିରୋଧୀ ଅପରେସନ । ଦୀର୍ଘ ଦିନର ସଂଘର୍ଷ ପରେ ପାକିସ୍ତାନୀମାନେ ଛତ୍ରଭଙ୍ଗ ଦେଇ ଫେରିଯିବାକୁ ବାଧ୍ୟ ହୋଇଥିଲେ ।

୧୯୪୭ର ଏହି ଯୁଦ୍ଧ ବେଳେ ମକ୍‌ବୁଲ ସେରୱାନି ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥିଲେ । ଏହାପରେ ମକବୁଲ ସେରୱାନିଙ୍କ ନାମରେ ଏକ ସ୍ମୃତି ସ୍ତମ୍ବ ମଧ୍ୟ ତିଆରି କରିଥିଲା ଭାରତୀୟ ସେନା । ଯିଏ ପାକିସ୍ତାନୀ ଆକ୍ରମଣରେ ପ୍ରାଣବଳୀ ଦେଇଥିଲେ ।

ମକ୍‌ବୁଲ ସେରୱାନିଙ୍କ ନାମରେ ଏକ ବିଶ୍ବବିଦ୍ଯାଳୟ ତିଆରି ପାଇଁ ଆମେ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହାଙ୍କ ନିକଟରେ ଅପିଲ୍‌ କରିଛନ୍ତି ବାରାମୁଲା ମ୍ୟୁନିସିପାଲ ଅଧ୍ୟକ୍ଷ ତୌସିଫ ରୀନା । ଯେଉଁଠି ଛାତ୍ରଛାତ୍ରୀ ମକ୍‌ବୁଲ ସେରୱାନିଙ୍କ ଦେଶ ଭକ୍ତି ବିଷୟରେ ପଢ଼ି ପାରିବେ । ଯାହାଙ୍କ ପାଇଁ କାଶ୍ମୀର ଭାରତ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇପାରିଛି ।

ଆଜି ବି, ଯେତେବେଳେ କାଶ୍ମୀର ବାସିନ୍ଦା ୧୯୪୭ ଅକ୍ଟୋବର ୨୨ର ସେହି ପାକିସ୍ତାନୀ ଆକ୍ରମଣ କଥା ମନେ ପକାନ୍ତି, ସେତେବେଳେ ୨୨ ବର୍ଷୀୟ ମକ୍‌ବୁଲ ସେରୱାନି ମଧ୍ୟ ମନେ ପଡ଼ନ୍ତି । ଯାହାଙ୍କ ଅବଦାନ ଅତୁଳନୀୟ । ମକ୍‌ବୁଲ ସେରୱାନି ଭାରତୀୟ ସେନାକୁ ସାହାଯ୍ୟ କରି ଏହି ଆକ୍ରମଣକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଅକ୍ଟୋବର ୨୨ ତାରିଖରେ ପାକିସ୍ତାନୀ ଆଦିବାସୀ ବାରାମୁଲାରେ ହିଂସା କରିବା ଆରମ୍ଭ କରି ଦେଇଥିଲେ । ମକ୍‌ବୁଲ ସେରୱାନି ତାଙ୍କ ସାମ୍ନାକୁ ଆସି ତାଙ୍କୁ ଭୁଲ ରାସ୍ତା ଦେଖାଇଥିଲେ । ପାକିସ୍ତାନୀ ଏହା ଜାଣିବା ପରେ ତାଙ୍କୁ ହତ୍ୟା କରିଥିଲେ । ବାହାଦୁର୍‌ ମକ୍‌ବୁଲଙ୍କ ଯୋଗୁଁ କାଶ୍ମୀରରେ ଭାରତୀୟ ସେନା ପରାକ୍ରମ ଦେଖାଇଥିଲା ।

ପ୍ରତିବର୍ଷ କାଶ୍ମୀରରେ ଅକ୍ଟୋବର ୨୨ ତାରିଖକୁ ସେରୱାନି ଦିବସ ରୂପେ ପାଳିତ ହୁଏ । ସେରୱାନୀଙ୍କ ବଳିଦାନ ପରେ ବାରାମୁଲା ହଲ୍‌ ସେରୱାନୀ ହଲ୍‌ ନାମରେ ନାମିତ ହୋଇଥିଲା । ପ୍ରତ୍ୟେକ ବର୍ଷ ଏହିଠାରେ ହିଁ ସେରୱାନି ଦିବସ ପାଳନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 24, 2021, 6:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.