ETV Bharat / bharat

କୁଲିପ୍ରଥା ହଟାଇ ମିଳିଥିଲା 'କୁମାଉଁ କେଶରୀ' ଉପାଧି, ସ୍ବାଧୀନ ଉତ୍ତରାଖଣ୍ଡର ଉତ୍ତରଦାୟୀ ବଦ୍ରି

ଇଂରେଜ ସରକାରଙ୍କ ଭାରତୀୟଙ୍କୁ ଅନେକ ଅତ୍ୟାଚାର ମଧ୍ୟରେ ଥିଲା 'ଗୁଲି ବେଗାର' ବା କୁଲି ପ୍ରଥା । ଯାହାକି ଉତ୍ତରାଖଣ୍ଡର ପାହାଡିଆ ଅଞ୍ଚଳରେ ଦେଖିବାକୁ ମିଳୁଥିଲା । ଏହା ବିରୋଧରେ ବୀର ବିପ୍ଳବୀ ବଦ୍ରି ଦତ୍ତ ପାଣ୍ଡେ ସ୍ବର ଉତ୍ତୋଳନ କରି ଶେଷରେ ଏହାକୁ ହଟାଇବାରେ ସକ୍ଷମ ହୋଇଥିଲେ । ଏହି ଅତ୍ୟାଚାର ମାଧ୍ୟମରେ ଭାରତୀୟଙ୍କୁ ପିଠିରେ ବୋଝ ବୁହାଇ ଅନେକ ଦୂର ଖାଲି ପାଦରେ ଚଲାଉଥିଲେ ନିଷ୍ଠୁର ବ୍ରିଟିଶ ସେନା । ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ...

author img

By

Published : Oct 30, 2021, 6:04 AM IST

'କୁମାଉଁ କେଶରୀ' ବଦ୍ରି ଦତ୍ତ ପାଣ୍ଡେ: ଉତ୍ତରାଖଣ୍ଡରୁ ହଟାଇଥିଲେ ବ୍ରିଟିଶଙ୍କ କୁଲି ପ୍ରଥା

ଡେରାଡୁନ: ପରାଧୀନ ଭାରତରେ ଇଂରେଜମାନେ ଅନେକ ପ୍ରକାରେ ଦେଶବାସୀଙ୍କୁ ଅତ୍ୟାଚାର କରୁଥିଲେ । ଏହାରି ମଧ୍ୟରେ ଉତ୍ତରାଖଣ୍ଡର ପାହାଡି ଅଞ୍ଚଳରେ 'ଗୁଲି ବେଗାର' ବା କୁଲି ଭାବରେ ନିରୀହ ଲୋକଙ୍କୁ କରାଯାଉଥିଲା ଶୋଷଣ । ଇଂରେଜମାନେ ନିରୀହ ଲୋକଙ୍କ କାନ୍ଧରେ ଜିନିଷପତ୍ର ବୁହାଇ ଖାଲି ପାଦରେ ଅନେକ ଦୂର ଚଲାଉଥିଲେ । ଏହାର ପ୍ରତିବଦଳରେ ସେମାନଙ୍କୁ ମିଳୁନଥିଲା ଗୋଟିଏ ବି ପାଉଣା । ଇଂରେଜଙ୍କ ବନ୍ଧୁକ ମୁନକୁ ନ ଡରି ଏହି ଘୋର ଅତ୍ୟାଚାରକୁ ବିରୋଧ କରିଥିଲେ ଏହି ବୀର ।

1882 ଫେବୃଆରୀ 15 ତାରିଖରେ କାନଖଲରେ ଜନ୍ମ ହୋଇଥିଲେ ବୀର ବଦ୍ରି ଦତ୍ତ ପାଣ୍ଡେ । ଉତ୍ତରାଖଣ୍ଡରେ କୁଲି-ବେଗାର ଆନ୍ଦୋଳନର ଉଲ୍ଲେଖନୀୟ ବିରୋଧ ପାଇଁ ନିଜେ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ପ୍ରଶଂସିତ ହେବାର ସୁନାମ ଅର୍ଜନ କରିଥିଲେ ଏହି ବୀର ବିପ୍ଳବୀ । ବଦ୍ରିଙ୍କ ପରିବାର ମୂଳତଃ ଆଲମୋରାର ପଟିଆରୁ ଆସିଥିଲେ। ତାଙ୍କ ପିତାମାତାଙ୍କ ମୃତ୍ୟୁ ପରେ ବଦ୍ରି ଆଲମୋରାକୁ ଆସିଥିଲେ। ତାଙ୍କ ପାଠପଢା ପରେ ସେ ଉଚ୍ଚଶିକ୍ଷା ପାଇଁ ଆହ୍ଲାବାଦ ଯାଇଥିଲେ। ତେବେ ତାଙ୍କୁ ଆର୍ଥିକ ସହାୟତା କରୁଥିବା ମାମୁଁଙ୍କ ଅକାଳ ବିୟୋଗ ହେତୁ ତାଙ୍କୁ ଅଧ୍ୟୟନ ଛାଡିବାକୁ ପଡିଲା ।

ତାଙ୍କ ସ୍କୁଲ ଶିକ୍ଷା ସହିତ ସେ ଏକ ସରକାରୀ ଚାକିରି ପାଇଲେ ଏବଂ ବ୍ରିଟିଶଙ୍କ ଦ୍ବାରା ଭାରତୀୟଙ୍କ ଭେଦଭାବ ଦେଖିବାକୁ ମିଳିଥିଲା । ଏଥିରେ ହତାଶ ହୋଇ ସେ ଚାକିରି ଛାଡି ସ୍ବାଧୀନତା ଆନ୍ଦୋଳନରେ ଯୋଗଦେବାକୁ ସ୍ଥିର କଲେ । ସେ ସାମ୍ବାଦିକତାକୁ ତାଙ୍କ କ୍ୟାରିୟର ଭାବରେ ଗ୍ରହଣ କରିଥିଲେ । ପ୍ରାରମ୍ଭରେ, ସେ ଲିଡର୍ ପ୍ରେସ୍ ସହିତ କାମ କରିଥିଲେ ଏବଂ ପରେ ଡେକାଡୁନରୁ ପ୍ରକାଶିତ କସମୋପଲିଟାନରେ ଯୋଗ ଦେଇଥିଲେ । 1913 ମସିହାରେ ବଦ୍ରି ଆଲମୋରା ଖବରକାଗଜର ଉପ-ସମ୍ପାଦକ ହୋଇଥିଲେ। ତାଙ୍କର ସାମ୍ବାଦିକତା କୌଶଳ ଖବରକାଗଜକୁ ବହୁତ ଲାଭ ଦେଲା । ବଦ୍ରିଙ୍କ ଲେଖା ସହିତ ଖବରକାଗଜର ଲୋକପ୍ରିୟତା ବଢିବାରେ ଲାଗିଲା । ଯୋଗଦାନର ୩ ମାସ ମଧ୍ୟରେ ଖବରକାଗଜର ପ୍ରଚାର ପ୍ରସାର 60ରୁ 1,500କୁ ବୃଦ୍ଧି ପାଇଲା ।

ଏହାପରେ ବ୍ରିଟିଶ ପ୍ରଶାସନ ଖବରକାଗଜ ବନ୍ଦ କରିଦେଲା । କିନ୍ତୁ ବଦ୍ରି ବିଭିନ୍ନ ନୂଆ ନୂଆ ଖବରକାଗଜ ମାଧ୍ୟମରେ ନିଜ ଲେଖା ଛପା ଆରମ୍ଭ କରିଥିଲେ । ଏମିତି ସେ ସ୍ବାଧୀନତା ସଂଗ୍ରାମରେ ଭାଗ ନେଇଥିବା ବେଳେ କୁଲି ପ୍ରଥା ହଟାଇବାରେ ତାଙ୍କର ବଳିଷ୍ଠ ଭୂମିକା ରହିଥିଲା । ଯାହାକି ତାଙ୍କୁ ଦେଇଥିଲା ସ୍ବତନ୍ତ୍ର ପରିଚୟ । ଉତ୍ତରାଖଣ୍ଡର ପାହାଡି ଅଞ୍ଚଳରେ 'ଗୁଲି ବେଗାର' ବା କୁଲି ଭାବରେ ନିରୀହ ଲୋକଙ୍କୁ କରାଯାଉଥିଲା ଶୋଷଣ । ଇଂରେଜମାନେ ନିରୀହ ଲୋକଙ୍କ କାନ୍ଧରେ ଜିନିଷପତ୍ର ବୁହାଇ ଖାଲି ପାଦରେ ଅନେକ ଦୂର ଚଲାଉଥିଲେ । ପ୍ରତିବଦଳରେ ସେମାନଙ୍କୁ ଟଙ୍କାଟିଏ ବି ଦେଉନଥିଲେ ।

ବଦ୍ରି ଦତ୍ତ ପାଣ୍ଡେ ଇଂରେଜଙ୍କ ଏହି ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ ପାଇଁ ଲୋକଙ୍କ ମଧ୍ୟରେ ଭରିଥିଲେ ସାହସ । ଲୋକମାନେ ମଧ୍ୟ ବଦ୍ରି ଦତ୍ତଙ୍କ ନେତୃତ୍ବରେ କୁଲି ପ୍ରଥା ବିରୋଧରେ ଇଂରେଜଙ୍କୁ ନାଲି ଆଖି ଦେଖାଇଥିଲେ । ଆଉ ଏହାପରେ କୁଲି ପ୍ରଥା ବିରୋଧରେ ମୁଣ୍ଡ ଟେକିଥିଲା ଏକ ବଡ଼ ଆନ୍ଦୋଳନ । ଉତ୍ତରାଖଣ୍ଡରୁ କୁଲି ପ୍ରଥା ହଟାଇବାରେ ବଦ୍ରିଙ୍କ ଯୋଗଦାନକୁ ଆଜି ବି ମନେ ରଖିଛି ଦେଶ । ଏଥିଲାଗି ତାଙ୍କୁ 'କୁମାଉଁ କେଶରୀ' ଉପାଧିରେ ସମ୍ମାନିତ କରାଯାଇଥିଲା । ତେବେ ଦେଶ ଆଜି ସ୍ବାଧୀନତାର ୭୫ ବର୍ଷ ପାଳୁଥିବା ବେଳେ ଏହି ବୀରଙ୍କୁ ମନେ ପକାଉଛି ସାରା ଦେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.