ETV Bharat / bharat

Himachal Flood: ସୁରକ୍ଷିତ ଉଦ୍ଧାର ହୋଇଛନ୍ତି 70 ହଜାର ପର୍ଯ୍ୟଟକ କହିଲେ ମୁଖ୍ୟମନ୍ତ୍ରୀ

author img

By

Published : Jul 15, 2023, 10:30 PM IST

ହିମାଚଳ ପ୍ରଦେଶରେ 70 ହଜାର ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା କହିଲେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକୁ । କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଭିତ୍ତିଭୂମି ପୁନରୁଦ୍ଧାର । 8 ହଜାର କୋଟି ରାଜସ୍ବ ହାନୀ ନେଇ ପ୍ରାଥମିକ ଆକଳନ । ଅଧିକ ପଢନ୍ତୁ

Himachal Flood: 70 ହଜାର ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା କହିଲେ ମୁଖ୍ୟମନ୍ତ୍ରୀ

ଶିମଲା: ମୌସୁମୀଜନିତ ଲଗାଣ ବର୍ଷାରେ ସୃଷ୍ଟି ହୋଇଥିବା ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଛି ହିମାଚଳ ପ୍ରଦେଶ । ପର୍ଯ୍ୟଟନ ପାଇଁ ଦେଶରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ପାହାଡି ରାଜ୍ୟ ହିମାଚଳ ପ୍ରଦେଶରେ ସୃଷ୍ଟି ହୋଇଥିବା ବନ୍ୟାରେ ପର୍ଯ୍ୟଟକମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ବନ୍ୟା ଓ ଭୂସ୍ଖଳନ କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରାୟ 70 ହଜାର ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକୁ । ଉଦ୍ଧାର କରାଯାଇଥିବା ପର୍ଯ୍ୟଟକଙ୍କୁ ପ୍ରାଥମିକ ସହୟତା ପରେ ସେମାନଙ୍କ ରାଜ୍ଯକୁ ସୁରକ୍ଷିତ ପଠାଯାଇ ସାରିଥିବା ମଧ୍ୟ ମୁଖ୍ୟମନ୍ତ୍ରୀ ସୁକୁ କହିଛନ୍ତି ।

  • The work of evacuating the stranded people in Himachal Pradesh has been completed. About 70,000 tourists have been safely evacuated and now only about 500 tourists have voluntarily stayed back. About 15,000 vehicles have been pulled out and electricity, water and mobile services…

    — Sukhvinder Singh Sukhu (@SukhuSukhvinder) July 15, 2023 " class="align-text-top noRightClick twitterSection" data=" ">

ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭିନ୍ନ କାରଣ ପାଇଁ ଏବେ ମଧ୍ୟ ପ୍ରାୟ 5 ଶହ ପର୍ଯ୍ୟଟକ ରାଜ୍ୟର ବିଭିନ୍ନ ରିଲିଫ୍‌ କ୍ୟାମ୍ପରେ ରହିଛନ୍ତି । ସେମାନଙ୍କୁ ଖାଦ୍ୟ, ପ୍ରାଥମିକ ଚିକିତ୍ସା ସୁବିଧା ସହ ଅନ୍ୟ ସମସ୍ତ ଅତ୍ୟାବଶ୍ୟକ ସୁବିଧା ଯୋଗାଯିବା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟରେ ବନ୍ୟା ସ୍ଥିତି ଓ ଭୂସ୍ଖଳନରେ କାରଣରୁ ବିଭିନ୍ନ ସ୍ଥାନରେ ଦେଶର ବିଭିନ୍ନ କୋଣରୁ ଆସିଥିବା ପର୍ଯ୍ୟଟକ ଫସି ରହିଥିଲେ । ସେମାନଙ୍କୁ ଉଦ୍ଧାର ପାଇଁ 15 ହଜାର ଗାଡି ସହ ସୁରକ୍ଷା କର୍ମୀ ଓ ଉଦ୍ଧାରକାରୀ ଟିମ ମୁତୟନ ହୋଇଥିଲେ । ଏବେ ଉଦ୍ଧାର ଅପରେସନ ଶେଷ ହୋଇଛି । 70 ହଜାର ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ସେମାନଙ୍କୁ ରାଜ୍ୟକୁ ପଠାଇବାର ବ୍ୟବସ୍ଥା ଗ୍ରହଣ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:-Yamuna Flood Politics: ‘କେନ୍ଦ୍ର-ହରିୟାଣା ସରକାରଙ୍କ ଷଡଯନ୍ତ୍ର, ଭାସୁଛି ଦିଲ୍ଲୀ’

ସେହିପରି ରାଜ୍ୟରେ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର ସହ ବନ୍ୟା ପରେ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ବନ୍ୟା ଓ ଭୂସ୍ଖଳନରେ ପ୍ରଭାବିତ ସ୍ଥାନରେ ପ୍ରାୟ 80 ପ୍ରତିଶତ ଜରୁରୀ ଭିତ୍ତିଭୂମି ସଜଡା ଯାଇସାରିଛି । ଯୋଗାଯୋଗ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସରବରାହ ସେବା ସହ ଟେଲି ଯୋଗାଯୋଗକୁ ପ୍ରାଥମିକତା ଆଧାରରେ ପୁନରୁଦ୍ଧାର କରାଯାଉଛି । ଏବେ ରାଜ୍ୟରେ ସ୍ଥିତିରେ ସୁଧାର ଆସିବାରେ ଲାଗିଥିବା ମୁଖ୍ୟମନ୍ତ୍ରୀ କହଛନ୍ତି ।

ଅନ୍ୟପଟେ ଚଳିତ ବନ୍ୟାରେ ରାଜ୍ୟରେ ପ୍ରାୟ 8 ହଜାର କୋଟିର ରାଜସ୍ବ ହାନୀ ହୋଇଥିବା ପ୍ରାଥମିକ ଆକଳନରେ ରାଜ୍ୟ ସରକାର କହିଛନ୍ତି । ଉତ୍ତର ଭାରତରେ ପ୍ରବଳ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ବେଳେ ହିମାଚଳ ପ୍ରଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ଏବେ ମଧ୍ୟ ସ୍ଥିତି ସମ୍ପର୍ଣ୍ଣ ନିୟନ୍ତ୍ରଣକୁ ସ୍ଥିତି ଆସିନାହିଁ । ବନ୍ୟା ପରେ ଭିତ୍ତିଭୂମି ସଜାଡିବା କାର୍ଯ୍ୟ ସରକାରଙ୍କ ପାଇଁ ଏବେ ପ୍ରାଥମିକ ଆହ୍ବାନ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.