ETV Bharat / bharat

10 ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା 70 ବର୍ଷିୟ ବୃଦ୍ଧ, ଗିରଫ କଲା ପୋଲିସ - ଉତ୍ତରପ୍ରଦେଶରେ ଲଜ୍ଜା

ଚକୋଲେଟ ଦେଇ 10 ବର୍ଷର ନାବାଳିକାକୁ ଦୁଷ୍କର୍ମ 70 ବର୍ଷିୟ ବୃଦ୍ଧ। ଅଭିଯୁକ୍ତକୁ ଗରିଫ କଲା ପୋଲିସ। ଅଧିକ ପଢନ୍ତୁ

minor girl rape  at up
minor girl rape at up
author img

By ETV Bharat Odisha Team

Published : Sep 5, 2023, 12:56 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲଜ୍ଜା । ଚକୋଲେଟ ଦେଇ 10 ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ନାବାଳିକାକୁ ଦୁଷ୍କର୍ମ କଲା 70 ବର୍ଷିୟ ବୃଦ୍ଧ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ସାମ୍ବଲ ଜିଲ୍ଲାର ନାଖାସା ଅଞ୍ଚଳରେ । ଅଭିଯୁକ୍ତ ଜଣଙ୍କ ହେଉଛି ମୋନିସ ଖାନ ।

ଏହା ମଧ୍ୟ ପଢନ୍ତୁ-Bihar shocker: ଦୁଇ ବର୍ଷ ହେଲା ସ୍କୁଲ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ

ପୋଲିସର ସୂଚନା ଅନୁଯାୟୀ, ପୀଡିତା ନାବାଳିକା ଜଣଙ୍କ ତୃତୀୟ ଶ୍ରେଣୀରେ ପାଠ ପଢନ୍ତି । ସେ ଏକ ଦୋକାନକୁ ଚକୋଲେଟ କିଣିବାକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ମୋନିସ ଖାନ ନାବାଳିକାକୁ ପାଖକୁ ଡାକିଥିଲେ । ପୂର୍ବରୁ ଅଭିଯୁକ୍ତର ଦୋକାନକୁ ପୀଡିତଙ୍କ ମାଆ ବହୁବାର ଆସିଥିବାରୁ ନାବାଳିକା ଜଣଙ୍କ ବୃଦ୍ଧ ନିକଟକୁ ଯାଇଥିଲେ । ଏହାପରେ ଅଭିଯୁକ୍ତ ବୃଦ୍ଧ ଜଣଙ୍କ ନାବାଳିକାଙ୍କୁ ଚକୋଲେଟ ଦେଇ ଘର ଭିତରୁ ନେଇଯାଇ ଦୁଷ୍କର୍ମ କରିଥିଲା । ଏହି ସମୟରେ ବୃଦ୍ଧ ଜଣଙ୍କୁ ସ୍ଥାନୀୟ ଜଣେ ବାସିନ୍ଦା ରେଡ ହ୍ୟାଣ୍ଡରେ ଧରିବା ପରେ ଘଟଣା ସମ୍ପର୍କରେ ସମସ୍ତଙ୍କୁ କହିଥିଲେ । ପରେ ଅଭିଯୁକ୍ତକୁ ପୋଲିସର ଜିମା ଦେଇଥିଲେ । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ପୀଡ଼ିତା ବାପାଙ୍କ ଅଭିଯୋଗ ପରେ ପୋକ୍ସ ଆକ୍ଟ ସହିତ ଆଇପିସି ଧାରା 376AB ଅନୁଯାୟୀ ଅଭିଯୁକ୍ତ ବିରୋଧରେ ଏକ ମାମାଲା ରୁଜୁ କରାଯାଇଛି । ପଚରାଉଚରା ପରେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ମଧ୍ୟ ପଢନ୍ତୁ-ସୀମା ଡେଇଁଲା ପାଶବିକତା, 7 ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ବାପା ପୁଅ ଗିରଫ

ଗତ ଅଗଷ୍ଟ 13 ତାରିଖରେ ହ୍ରାଇଦ୍ରାବାଦରେ ଜଣେ 7 ବର୍ଷିୟ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ପେଟବାସ୍ରାବାଦ ଅଞ୍ଚଳରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଥିବା ଦୁଷ୍କର୍ମକାରୀ ବାପା ପୁଅଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଶିବ କୁମାର ପରିବାର ସହ କର୍ଣ୍ଣାଟକରୁ ଆସି ହାଇଦ୍ରାବାଦର କୋମାପଲ୍ଲୀ ଅଞ୍ଚଳରେ ରହୁଥିଲା । ପଡ଼ୋଶୀ ଘରେ ରହୁଥିବା ଜଣେ 7 ବର୍ଷିୟା ନାବାଳିକା ବିଭିନ୍ନ ସମୟରେ ଶିବ କୁମାର ଘରକୁ ଯାତାୟତ କରୁଥିଲା । ଅଗଷ୍ଟ 12 ତାରିଖ ଦିନ ନାବାଳିକାର ପରିବାର ଲୋକେ କାମ କରିବା ପାଇଁ ପାଖ ବାହାଦୁରପଲ୍ଲୀ ଯାଇଥିବା ସମୟରେ ଏହାର ସୁଯୋଗ ନେଇ ପୀଡିତା ଜଣକୁ ମୋବାଇଲ ଏବଂ ସିଙ୍ଗଡା ଖାଇବା ଦେବା ବାହାନାରେ ଘରକୁ ଡାକିଥିଲା ଅଭିଯୁକ୍ତ । ଏହାପରେ ଦୁଷ୍କର୍ମ କରିଥିବା ପରେ ତାର 19 ବର୍ଷିୟ ପୁଅ ସ୍ୟାମେଲ୍ ମଧ୍ୟ ଦୁଷ୍କର୍ମ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.