ETV Bharat / bharat

ରାଜ୍ୟପାଳଙ୍କ କାରଣ ଦର୍ଶାଅ ନୋଟିସକୁ ବିରୋଧ, ହାଇକୋର୍ଟ ଗଲେ 7 କୁଳପତି - କେରଳରେ ଥମିବାର ନାଁ ନେଉନାହିଁ ସାମ୍ବିଧାନିକ ସଙ୍କଟ

ରାଜ୍ୟପାଳଙ୍କ କାରଣ ଦର୍ଶାଅ ନୋଟିସକୁ ବିରୋଧ । କେରଳର ଥମୁନି ରାଜ୍ୟପାଳ କୁଳପତି ବିବାଦ । କାରଣ ଦର୍ଶାଅ ନୋଟିସ ବିରୋଧରେ ହାଇକୋର୍ଟ ଗଲେ 7 କୁଳପତି । ଅଧିକ ପଢନ୍ତୁ

ରାଜ୍ୟପାଳଙ୍କ କାରଣ ଦର୍ଶାଅ ନୋଟିସକୁ ବିରୋଧ, ହାଇକୋର୍ଟ ଗଲେ 7 କୁଳପତି

author img

By

Published : Nov 2, 2022, 6:19 PM IST

ଥିରୁଅନନ୍ତପୁରମ: ରାଜ୍ୟପାଳଙ୍କ କାରଣ ଦର୍ଶାଅ ନୋଟିସକୁ ବିରୋଧ । କେରଳରେ ଥମିବାର ନାଁ ନେଉନାହିଁ ସାମ୍ବିଧାନିକ ସଙ୍କଟ । ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଲାଗି ରହିଥିବା ନିଷ୍ପତ୍ତିଗତ ଓ କ୍ଷମତା ବିବାଦ କ୍ରମଶଃ ବଢିବାରେ ଲାଗିଛି । ରାଜ୍ୟର 9 ବିଶ୍ବବିଦ୍ୟାଳୟର କୁୁଳପତିଙ୍କ ଠାରୁ ରାଜ୍ୟପାଳ ଆରିଫ ମହମ୍ମଦ ଖାନ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଏହାକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି 7 କୁଳପତି । ଜଷ୍ଟିସ ଦେବନ ରାମଚନ୍ଦ୍ରନଙ୍କ ନେତୃତ୍ବରେ ଏକକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।

ଗତମାସ (ଅକ୍ଟୋବର) 24 ତାରିଖରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ରାଜ୍ୟର 9 ବିଶ୍ବବିଦ୍ୟାଳୟର କୁଳପତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ସେମାନଙ୍କ ନିଯୁକ୍ତିକୁ କାହିଁକି ଅବୈଧ ଘୋଷଣା କରାଯିବ ନାହିଁ, ସେ ନେଇ ନଭେମ୍ବର 3 ତାରିଖ ସଂଧ୍ୟା 5 ଟା ସୁଦ୍ଧା ଉତ୍ତର ରଖିବା ପାଇଁ ନୋଟିସରେ ନିର୍ଦ୍ଦେଶ ରହିଥିଲା । ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ପ୍ରଦତ୍ତ ସର୍ତ୍ତାବଳୀକୁ ଉଲଙ୍ଘନ କରି ଏହି କୁଳପତିମାନଙ୍କ ନିଯୁକ୍ତି ଉଚିତ ପ୍ରକ୍ରିୟା ଅନୁସରଣ ନକରି ହୋଇଥିବା ରାଜଭବନ ପକ୍ଷରୁ କହାଯାଇଛି । ତେଣୁ ଏହି ସବୁ ବିଶ୍ବବିଦ୍ୟାଳୟର କୁଳପତିଙ୍କ ବିରୋଧରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ଅନ୍ୟପଟେ ରାଜ୍ୟପାଳଙ୍କ ଏପରି ଆଭିମୁଖ୍ୟ ପରେ ରାଜ୍ୟରେ ସାମ୍ବିଧାନିକ ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । କୁଳପତିମାନେ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିବା ସହ ଏହାକୁ ନ୍ୟାୟାଳୟରେ ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି । ରାଜ୍ୟ ସରକାର ମଧ୍ୟ ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନ ଉଠାଇଥିଲେ । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ଏକ ସାମ୍ବିଧାନିକ ପଦବୀରେ ଥିବା ସତ୍ତ୍ବେ ଆରଏସଏସ ଏଜେଣ୍ଡାରେ କାର୍ଯ୍ୟ କରିବା ଓ କ୍ଷମତାର ଅପବ୍ୟବହାର କରିବା ପରି ଅଭିଯୋଗ ଆଣି ସମାଲୋଚନା କରିଥିଲେ ।

ତେବେ ପୂର୍ବରୁ ଏହି ମାମଲା କୋର୍ଟରେ ପହଞ୍ଚିଥିଲା । ରାଜ୍ୟପାଳଙ୍କ କାରଣ ଦର୍ଶାଅ ନୋଟିସର ଉତ୍ତର ପାଇବା ପରେ ରାଜ୍ୟପାଳ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି ବୋଲି କୋର୍ଟ କହିବା ସହ ସେପର୍ଯ୍ୟନ୍ତ କୁଳପତିମାନେ ପୂର୍ବପରି ଦାୟିତ୍ବରେ ରହିବା ନେଇ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.