ଚେନ୍ନାଇ : ମୃତ୍ୟୁ ଏମିତି ବି ଆସେ ଯାହାକୁ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ । ହସଖୁସିରେ ସାଙ୍ଗ ହୋଇ ନଦୀରେ ଗାଧୋଉଥିବାବେଳେ ବୁଡ଼ି ଯାଇଥିଲେ ୭ ନାବାଳିକା । ଆଉ ନଦୀରୁ ଉଦ୍ଧାର ପରେ ମୃତଦେହ ହୋଇ ବାହାରିଥିଲେ ଏହି ୭ ନାବାଳିକା । କେହି କଳ୍ପନା ବି କରିନଥିଲେ ଆଜି ଦିନରେ ତାଙ୍କ ଅଞ୍ଚଳରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିବ । କାନ୍ଦବୋବାଳିରେ ଫାଟିପଡୁଛି ତାମିଲନାଡୁ ସହରସ୍ଥିତ ଚୁଦ୍ଦାଲୋରର କେଡିଲାମ ନଦୀଘାଟ ।
ବୁଡ଼ିଯାଇଥିବା ନାବାଳିକାମାଲେ ହେଲେ ନଭନୀତା (୧୯), ସୁମନ୍ଥ (୧୬), ପ୍ରିୟା (୧୭), ମୋନିକା (୧୫), ସଙ୍ଗୀତା(୧୭), ପ୍ରିୟଦର୍ଶିନୀ (୧୪) ଏବଂ କାଭିଆ (୧୨) । ଏମାନେ ସମସ୍ତେ କୁଚିପାଲାୟମ୍ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ । ସେଠାରେ ଥିବା କେଡିଲାମ ନଦୀରେ ଗାଧୋଉଥିବାବେଳେ ଅସାବଧାନତା ଯୋଗୁଁ ନଦୀର ଗଭୀର ଭିତରକୁ ବୁଡ଼ି ଯାଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ସମସ୍ତ ନାବାଳିକାଙ୍କୁ ନଦୀ ଭିତରୁ ଉଦ୍ଧାର କରି ଡାକ୍ତରଖାନାକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ