ETV Bharat / bharat

Earthquake In Japan: ଭୟଙ୍କର ଭୂକମ୍ପ ପରେ ସୁନାମି ଆଲର୍ଟ, ୪ ମୃତ

author img

By

Published : Mar 16, 2022, 9:13 PM IST

Updated : Mar 17, 2022, 9:20 AM IST

ଜାପାନ ଉପକୂଳରେ 7.3 ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ । ସୁନାମି ସତର୍କତା ଜାରି । ୪ ଜଣଙ୍କ ମୃତ୍ୟୁ ସୂଚନା । ଅଧିକ ପଢନ୍ତୁ

ଜାପାନରେ ଭୂକମ୍ପ ପରେ ସୁନାମି ସତର୍କତା, ୨ ଲକ୍ଷ ଘର ଅନ୍ଧାର

ଟୋକିଓ: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ । ଗତକାଲି (ବୁଧବାର) ଜାପାନର ରାଜଧାନୀ ଟୋକିଓ ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ଏହି ଭୟଙ୍କର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା 7.3 ରହିଥିବା ରେକର୍ଡ କରାଯାଇଛି । ଭୂକମ୍ପ ତୀବ୍ରତା ଅଧିକ ଥିବାରୁ ରାଜଧାନୀ ଟୋକିଓର ଉତ୍ତର-ପୂର୍ବ ଉପକୂଳର କିଛି ସ୍ଥାନ ପାଇଁ ସୁନାମି ସତର୍କତା ଜାରି କରାଯାଇଛି । ଭୂକମ୍ପ ସମୟରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଘରୁ ବାହାରକୁ ଦୌଡୁଥିବା ସମୟରେ ଦୁଇ ମହଲାରୁ ତଳେ ପଡି ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ଜଣେ ବ୍ୟକ୍ତି ହୃଦଘାତରେ ଆଖି ବୁଜିଛନ୍ତି । ଏଥିରେ ୯୭ ଜଣ ଆହତ ହୋଇଥିବାର ମଧ୍ୟ ସୂଚନା ରହିଛି ।

ମିଳିଥିବା ସୂଚନା ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଟୋକିଓ ଫୁକୁସିମା ଅଞ୍ଚଳର ଉପକୂଳ ହୋଇଥିବାବେଳେ ଏହା ସମୁଦ୍ର ମଧ୍ୟରେ ପ୍ରାୟ ୬୦ କି.ମି ଗଭୀରତାରେ ସୃଷ୍ଟି ହୋଇଛି । ଭୂକମ୍ପ ପରେ ଟୋକିଓର ଉତ୍ତରପୂର୍ବ ଅଞ୍ଚଳର ପ୍ରାୟ 20 ଲକ୍ଷ ଘର ଅନ୍ଧାରରେ ରହିଛି ।

ସେହିପରି ଲଦାଖରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.2 ରେକର୍ଡ କରାଯାଇଛି । ତେବେ ଆଶ୍ବସ୍ତିର କଥା ଯେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ସାମ୍ନାକୁ ଆସିନଥିବା ସ୍ଥାନୀୟ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 17, 2022, 9:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.