ETV Bharat / bharat

ରାଜସ୍ଥାନରେ ଏକକାଳୀନ ବଦଳିଲେ 69 IAS, ହିଂସା ପ୍ରପୀଡିତ କରୌଲୀରେ ନୂଆ ଜିଲ୍ଲାପାଳ - Rajasthan government news

ରାଜସ୍ଥାନରେ ଏକକାଳୀନ ବଦଳିଲେ 69 IAS । କରୌଲୀ ହିଂସା ପରେ ଚର୍ଚ୍ଚାରେ ଥିଲା ରାଜସ୍ଥାନ । ଅଧିକ ପଢନ୍ତୁ

ରାଜସ୍ଥାନରେ ବଦଳିଲେ 69 IAS, ହିଂସା ପ୍ରପୀଡିତ କରୌଲୀରେ ନୂଆ ଜିଲ୍ଲାପାଳ

author img

By

Published : Apr 14, 2022, 6:28 PM IST

ଜୟପୁର: ରାଜସ୍ଥାନର କରୌଲୀରେ ଘଟିଥିବା ହିଂସାକାଣ୍ଡ ନେଇ ଗେହଲଟ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିବା ପରେ ଆଜି ରାଜ୍ୟରେ ବଡ ଧରଣର ପ୍ରଶାସନିକ ବଦଳି ଦେଖିବାକୁ ମିଳିଛି । ଏକକାଳୀନ 69 IAS ଅଧିକାରୀଙ୍କୁ ବଦଳି କରିଛନ୍ତି ଗେହଲଟ ସରକାର । ଗତକାଲି ଏସମ୍ପର୍କିତ ଏକ ବିଜ୍ଞପ୍ତି ଜାରି କରିିଥିଲେ ସରକାର । ହିଂସାକାଣ୍ଡ ପାଇଁ ଚର୍ଚ୍ଚାରେ ଥିବା କରୌଲୀ ଜିଲ୍ଲାପାଳ ମଧ୍ୟ ଏହି ବଦଳି ତାଲିକାରେ ରହିଛନ୍ତି ।

IAS ଅଧିକାରୀ ଅଙ୍କିତ କୁମାର ସିଂ କରୌଲୀର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି । ପୂର୍ବରୁ ଜିଲ୍ଲା ଦାୟିତ୍ବରେ ଥିବା ରାଜେନ୍ଦ୍ର ସିଂ ଶିଖାଓ୍ବତଙ୍କୁ ବିଭାଗୀୟ ତଦନ୍ତ କମିଶନର ଭାବେ ରାଜଧାନୀ ଜୟପୁରକୁ ସ୍ଥାନାନ୍ତରଣ କରାଯାଇଛି । ଏପ୍ରିଲ 2 ତାରିଖରେ କରୌଲୀରେ ଏକ ଧର୍ମୀୟ କାର୍ଯ୍ୟକ୍ରମରେ ହୋଇଥିବା ହିଂସାକାଣ୍ଡ ପାଇଁ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ମଧ୍ୟ ବିବାଦକୁ ଆସିଥିଲା । ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ହିଂସା ଦେଖାଯିବା ସହ ଏକାଧିକ ଗାଡି ପୋଡି ଦେଇଥିଲେ ଦୁର୍ବୃତ୍ତ । ଅପ୍ରିଲ 10 ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗିବା ସହ ଏକାଧିକ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରାଯାଇଥିଲା ।

ଘଟଣା ପରେ ରାଜ୍ୟର ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ଏହି ହିଂସାର ପ୍ରଭାବ ଦେଖିବାକୁ ମିଳିଥିଲା । କୌଣସି ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ରାଜସ୍ଥାନର ମୋଟ 17 ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଧାରା 144 ଲାଗୁ କରାଯିବା ସହ ପୋଲିସ ମୁତନୟକୁ ମଧ୍ୟ ବ୍ୟାପକ କରାଯାଇଥିଲା । ପରେ ଏହି ଘଟଣାରେ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଥିଲା । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଗେହଲଟ ସରକାରଙ୍କୁ ଘେରିଥିଲା ବିରୋଧୀ ବିଜେପି । ତେବେ ଆଜି ବଡ ଧରଣର ପ୍ରଶାସନିକ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.