ETV Bharat / bharat

କୁକୁରକୁ ଦୁଷ୍କର୍ମ କରି ବନ୍ଧା ହେଲେ ବୃଦ୍ଧ

ହରିୟାଣାର ଗୁରୁଗ୍ରାମରେ ଅଭାବନୀୟ ଘଟଣା । କୁକୁରକୁ ଦୁଷ୍କର୍ମ କରି ଗିରଫ ହେଲେ ୬୭ ବର୍ଷିୟ ବୃଦ୍ଧ । ଅଧିକ ପଢନ୍ତୁ...

କୁକୁରକୁ ଦୁଷ୍କର୍ମ କରି ବନ୍ଧା ହେଲେ ବୃଦ୍ଧ
କୁକୁରକୁ ଦୁଷ୍କର୍ମ କରି ବନ୍ଧା ହେଲେ ବୃଦ୍ଧ
author img

By

Published : Oct 3, 2021, 11:26 AM IST

ହରିୟାଣା: ଦିନକୁ ଦିନ ମାନବିକାତ ହରାଉଛି ମନୁଷ୍ଯ । ଫଳରେ ଘଟାଇ ଚାଲିଛି ଗୋଟେ ପରେ ଗୋଟେ ଅମାନୁଷିକ କାଣ୍ଡ । ପ୍ରତିଦିନ କେଉଁଠି ନା କେଉଁଠି ମହିଳାଙ୍କୁ ଦୁଷ୍କର୍ମ କରିବା ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ପଶୁଙ୍କୁ ଦୁଷ୍କର୍ମ କରିବାକୁ ପଛାଉନାହାନ୍ତି କିଛି ବର୍ବର । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ହରିୟାଣାର ଗୁରୁଗ୍ରାମରେ । ଏକ କୁକୁରକୁ ଜଣେ ୬୭ ବର୍ଷିୟ ବୃଦ୍ଧ ଦୁଷ୍କର୍ମ କରିବା ଘଟଣା ଏବେ ସାମ୍ନାକୁ ଆସିଛି । ଏନେଇ କୁକୁରର ମାଲିକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବୃଦ୍ଧ ଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନା ଅନୁୟାୟୀ ବୃଦ୍ଧ ଜଣଙ୍କ ପଡିଶା ଘରର ୨ଟି କୁକୁର ଘରେ ଖେଳୁଥିବା ବେଳେ ଏକ ମାଇ କୁକୁରକୁ ପ୍ରଲୋଭନ ଦେଖାଇ ନିଜ ଘରକୁ ନେଇଆସିଥିଲା । ଏହା ପରେ କୁକୁରକୁ ଦୁଷ୍କର୍ମ କରିଥିଲେ । ତେବେ କୁକୁରର ଚିତ୍କାର ଶୁଣି କୁକୁରର ମାଲିକ ବୃଦ୍ଧଙ୍କ ଘରକୁ ଯିବା ସମୟରେ ବୃଦ୍ଧ ଜଣଙ୍କ ଅସ୍ବଭାବିକ କାର୍ଯ୍ୟରେ ଲିପ୍ତ ଥିବା ଦେଖି ପ୍ରମାଣ ପାଇଁ ଏକ ଭିଡିଓ ଉତ୍ତୋଳନ କରିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏନେଇ ଅଭିଯୁକ୍ତ ଜଣଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । କିନ୍ତୁ ପୋଲିସ ଅଭିଯୋଗ ଆଧାରରେ ବୃଦ୍ଧ ଜଣଙ୍କୁ ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.