ETV Bharat / bharat

ଫେକ୍‌ କଲ୍‌ରେ ଆତଙ୍କବାଦୀ ଆକ୍ରମଣ ଧମକ, 61 ବର୍ଷୀୟ ବ୍ୟକ୍ତିକୁ ବାନ୍ଧିଲା ମୁମ୍ବାଇ ପୋଲିସ

author img

By

Published : Aug 9, 2023, 9:46 AM IST

ମହାରାଷ୍ଟ୍ର ରାଜ୍ୟ ସଚିବାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ । 61ବର୍ଷ ବୟସ୍କ ବ୍ୟକ୍ତିକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ମହାରାଷ୍ଟ୍ର ରାଜ୍ୟ ସଚିବାଳୟ ଉପରେ ଆତଙ୍କବାଦୀ ହମଲା ଧମକ

ମୁମ୍ବାଇ: ଫେକ କଲ୍ କରି ଧମକ ଦେବା ପଡିଲା ଭାରି । ମହାରାଷ୍ଟ୍ର ରାଜ୍ୟ ସଚିବାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ମିଳିଥିଲା ଧମକ । ମୁମ୍ବାଇ ମନ୍ତ୍ରଣାଳୟକୁ ଫେକ୍‌ ଫୋନ କଲ୍‌ କରି ଦେଇଥିବା ଧମକକୁ ନେଇ ମଙ୍ଗଳବାର ଜଣେ 61 ବର୍ଷ ବୟସ୍କ ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ସୋମବାର ରାତି 10ଟା ସମୟରେ ମନ୍ତ୍ରଣାଳୟକୁ କଲ୍‌ କରି ଧମକ ଦିଆଯାଇଥିଲା ।

ବାରମ୍ବାର ମୁମ୍ବାଇ ଉପରେ ହମଲା ହେବା ନେଇ ମିଳୁଛି ଧମକ । କେତେବେଳେ ସହରର ସମ୍ବେଦନଶୀଳ ସ୍ଥାନରେ ତ ପୁଣି କେତେବେଳେ ମନ୍ତ୍ରୀ ଓ ପୋଲିସ ଅଧିକାରୀଙ୍କ ଉପରେ ଆତଙ୍କବାଦୀ ହମଲା ହେବା ନେଇ ମିଳୁଛି ଧମକ । ତେବେ ସଦ୍ୟତମ ସୂଚନା ଅନୂସାରେ ସୋମବାର ରାତିରେ ପୁଣି ଏକ ହମଲା ହେବା ନେଇ ମିଳିଥିଲା ଧମକ । ତେବେ ସୋମବାର ରାତି 10ଟାରେ ଜଣେ ବ୍ୟକ୍ତି ମୁମ୍ବାଇ ମନ୍ତ୍ରଣାଳୟକୁ ଏକ କଲ୍‌ କରିଥିଲା । ମନ୍ତ୍ରଣାଳୟର ଅଫିସ କମ୍ପ୍ଲେକ୍ସର ଅଧୀକାରୀମାନେ ଫୋନ ଉଠାଇବା ପରେ ଦକ୍ଷିଣ ମୁମ୍ବାଇର ସରକାରୀ ମୁଖ୍ୟ କାର୍ଯ୍ୟାଳୟ ଉପରରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଏକ ଧମକ ମିଳିଥିଲା । ଏହା ପରେ ଅଧିକାରୀମାନେ ତୁରନ୍ତ ଏନେଇ ଉଚ୍ଚ ପଦାଧୀକାରୀଙ୍କୁ ସୂଚନା ଦିଆଯାଇଥିଲେ । ଏହାକୁ ନେଇ ଏକ ପ୍ରାଥମିକ ତଦନ୍ତ କରାଯାଇଥିଲା । ତେବେ ତଦନ୍ତରୁ ଜଣା ପଡିଥିଲା ଯେ ଆତଙ୍କବାଦୀ ହମଲା ହେବା ନେଇ ଆସିଥିବା କଲ୍‌ ମିଥ୍ୟା ଅଟେ । ପ୍ରକାଶ ଖେମଣି ନାମକ ଜଣେ 61 ବର୍ଷ ବୟସ୍କ ବ୍ୟକ୍ତି ଏଭଳି ମିଥ୍ୟା ଫୋନ କଲ୍‌ କରି ଧମକ ଦେଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.........ଟ୍ରେନରେ ବୋମା ବିସ୍ଫୋରଣ ପାଇଁ ଧମକ, ମୁମ୍ବାଇ ପୋଲିସକୁ ଆସିଲା କଲ୍

ଏହା ଏକ ମିଥ୍ୟା କଲ୍‌ ଜାଣିବା ପରେ ପୋଲିସ କଲ୍‌ ଆସିଥିବା ମୋବାଇଲ ନମ୍ବରକୁ ଟ୍ରାକ କରିଥିଲା । ତେବେ ନମ୍ବରକୁ ଟ୍ରାକ କରି ପୋଲିସ ପଶ୍ଚିମ ମୁମ୍ବାଇର କାନ୍ଦିଭାଲି ଅଞ୍ଚଳରୁ ଫେକ୍‌ କଲ୍‌ କରିଥିବା ପ୍ରକାଶ ଖେମଣିକୁ ଠାବ କରିଥିଲା । ଏହା ସହ ଭାରତୀୟ ପିଙ୍ଗଳ କୋଡ ଧାରା 182 ଅନୁଯାୟୀ ଏହି ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ବ୍ୟକ୍ତି ଜଣକୁ ଶୀଘ୍ର କୋର୍ଟ ଚାଲାଣ କରାଯିବା ନେଇ ପୋଲିସ ସୂଚନା ଦେଇଛି ।

ତେବେ ଏହି ଘଟଣାର ଦୁଇ ଦିନ ପୂର୍ବରୁ ମଧ୍ୟ ମୁମ୍ବାଇ ପୋଲିସକୁ ଏକ ଧମକପୂର୍ଣ୍ଣ କଲ୍‌ ଆସିଥିଲା । ଏଥିରେ ମୁମ୍ବାଇର ଲୋକାଲ୍‌ ଟ୍ରେନରେ ବମ୍‌ ଥିବାର ଧମକ ଆସିଥିଲା । ସେହିଭଳି ଏୟାରପୋର୍ଟକୁ ମଧ୍ୟ ବମରେ ଉଡାଇ ଦେବାର ଧମକ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.