ETV Bharat / bharat

ୟୁପିରେ ଅଜଣା ରୋଗ ଆତଙ୍କ; ଗଲାଣି ୮୦ରୁ ଅଧିକ ଜୀବନ - ଆଜଣା ରୋଗ

ୟୁପିର ଏକାଧିକା ଜିଲ୍ଲାରେ ଅଜଣାରୋଗର ଆତଙ୍କ । ଯେଉଁଥିରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ....

ପଶ୍ଚିମ ୟୁପିରେ ଆଜଣା ରୋଗ ଆତଙ୍କ; ଗଲାଣୀ ୮୦ରୁ ଅଧିକ ଜୀବନ

author img

By

Published : Sep 3, 2021, 2:39 PM IST

ଲକ୍ଷ୍ନୌ: ୟୁପିର ଏକାଧିକା ଜିଲ୍ଲାରେ ଅଜଣାରୋଗର ଆତଙ୍କ । ଯେଉଁଥିରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହିରୋଗ ଘୁଷୁରୀ ଓ ମୂଷା ଠାରୁ ବ୍ୟାପିଥାଏ । କିନ୍ତୁ ଏ ରୋଗର ଅଧିକାଂଶ ଲକ୍ଷଣ ଡେଙ୍ଗୁ ରୋଗ ସହ ମିଶୁଛି । ଏହାକୁ ରୋକିବା ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଘର ଗୁଡିକରେ ଥିବା କୁଲର ଗୁଡିକରେ ପାଣି ଭରିବାକୁ ବାରଣ କରାଯାଇଛି । ଡାକ୍ତରୀଦଳ ଡୋର ଟୁ ଡୋର ସ୍ବାସ୍ଥ୍ୟ ସେବା ଯାଞ୍ଚ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଲୋକେ ଅସ୍ବାସ୍ଥ୍ୟକର ପରିବେଶରେ ରହୁଛନ୍ତି କି ନାହିଁ ସେସବୁ ଦିଗକୁ ଦେଖିବ ସ୍ବାସ୍ଥ୍ୟ ବିଭାଗ ।

ଗୁରୁବାର ସନ୍ଧ୍ୟାରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ତିନିଜଣ ଡାକ୍ତରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା। ମହାମାରୀ ସମୟରେ ଚିକିତ୍ସାରେ ଅବହେଳା କରୁଥିବା ନେଇ ଏପରି ପଦକ୍ଷେପ ନିଆଯାଇଛି । ଉତ୍ତରପ୍ରଦେଶର ଫିରୋଜାବାଦରେ ଜ୍ୱର ଏବଂ ଡେଙ୍ଗୁରେ ମୃତ୍ୟୁ ସଂଖ୍ୟା ପ୍ରାୟ 60ରେ ପହଞ୍ଚିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗଷ୍ଟ 30ରେ ଫିରୋଜାବାଦ ଆସିଥିଲେ । ମେଡିକାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସହ କଥା ହୋଇଥିଲେ। ପରେ ସୁଦାମାନଗର ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ | ମେଡିକାଲ କଲେଜରେ ସ୍ବାସ୍ଥ୍ୟ କର୍ମୀ ଓ ଡାକ୍ତରଙ୍କ ସଂଖ୍ୟା ବୃଦ୍ଦି କରିବାକୁ ଯୋଗୀ ନିର୍ଦ୍ଦେଶ ଦେଇଥିଲେ । ଚିକିତ୍ସାରେ ଅବହେଳା ନ କରିବାକୁ ମଧ୍ୟ କହିଥିଲେ । ସେ ମ୍ୟୁନିସିପାଲିଟି କର୍ପୋରେସନ ଏବଂ ଚିଫ ମେଡିକାଲ ଅଫିସରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଜିଲ୍ଲା ମାଜିଷ୍ଟ୍ରେଟ ଏକ ଚିଠି ଲେଖି ଏ ଘଟଣାକୁ ଗମ୍ଭୀରତାର ସହ ନେବାକୁ କହିଥିଲେ । ସେତେବେଳେ ଚିଫ ମେଡିକାଲ ଅଫିସର( CMO) ଏବଂ ମ୍ୟୁନିସିପାଲ କର୍ପୋରେସନ କାହିଁକି ସରକାରଙ୍କୁ ଏ ବାବଦରେ ଜଣାଇ ନ ଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଦାୟିତ୍ବରେ ଅବହେଳା ପାଇଁ ବୁଧବାର ଦିନ ସରକାର ଚିଫ ମେଡିକାଲ ଅଫିସର ଡକ୍ଟର ନୀତା କୁଲଶ୍ରେଷ୍ଟାଙ୍କୁ ହଟାଇ ଆଲିଗଡ ଜିଲ୍ଲା ଡାକ୍ତରଖାନାରେ ବରିଷ୍ଠ ପରାମର୍ଶଦାତା କରିଥିଲେ। ସେହି ସ୍ଥାନରେ ଅର୍ଥାତ ଫିରୋଜାବାଦ ମୁଖ୍ୟ ଚିକିତ୍ସାଳୟରେ ଚିଫ ମେଡିକାଲ ଅଫିସର ଭାବେ ଦିନେଶ କୁମାର ପ୍ରେମୀଙ୍କୁ ଦାୟିତ୍ବ ଦେଇଥିଲେ ।

ଏ ନେଇ ମୁଖ୍ୟମନ୍ତ୍ରୀ ଫିରୋଜାବାଦ ଜିଲ୍ଲାପାଳଙ୍କ ସହ ଗୁରୁବାର ଏକ ବୈଠକ କରିଥିଲେ । ବୈଠକ ପରେ ସିଏମଓ କହିଛନ୍ତି ଯେ ଯେଉଁ ଅଞ୍ଚଳରେ ଡେଙ୍ଗୁ ବ୍ୟାପିଛି । ସେଠାରେ ସ୍ୱାସ୍ଥ୍ୟ ବିଭାଗର ଦଳ ଯାଇ ଲୋକଙ୍କୁ ସଚେତନ କରିବା ଏବଂ କଣ କଲେ ଡେଙ୍ଗୁକୁ ରୋକାଯାଇପାରିବ । ସେନେଇ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ଆଲୋଚନା କରିବ । କୁଲରକୁ ସଫା ରଖିବା ସହ ଯେପରି ମଇଳା ପାଣି ଘର ଚାରିପାଖରେ ଜମା ହେବ ସେଥି ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ସ୍ୱଚ୍ଛତା ପାଇଁ ଏକ ଅଭିଯାନ ମଧ୍ୟ ଚାଲିଛି। ଚିକିତ୍ସାରେ ଅବହେଳା କାରଣରୁ ୩ ଜଣ ଡାକ୍ତରଙ୍କୁ ଅବହେଳା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.