ETV Bharat / bharat

ବିମାନ ସିଟ ତଳୁ ଜବତ ହେଲା 6 କେଜିର ସୁନା, ବଜାର ମୂଲ୍ୟ ପ୍ରାୟ 3 କୋଟି

author img

By

Published : Apr 17, 2021, 6:13 PM IST

ପୁଣି ଚେନ୍ନାଇ ବିମାନବନ୍ଦରରୁ 6 କେଜି ସୁନା ଜବତ କଲା କଷ୍ଟମ ବିଭାଗ । ଅଧିକ ପଢନ୍ତୁ....

ବିମାନ ସିଟ ତଳୁ ଜବତ ହେଲା 6 କେଜିର ସୁନା , ବଜାର ମୁଲ୍ୟ ପ୍ରାୟ 3 କୋଟି

ଚେନ୍ନାଇ: ପୁଣି ଚେନ୍ନାଇ ବିମାନବନ୍ଦରରୁ ବିପୁଳ ପରିମାଣର ସୁନା ଜବତ କଲା କଷ୍ଟମ ବିଭାଗ । ପୂର୍ବରୁ ମଧ୍ୟ ଏକାଧିକ ଥର ସୁନା ଜବତ ହୋଇଥିବାବେଳେ ଏଥର 6 କେଜି ପରିମାଣର ସୁନା ଜବତ ହୋଇଛି । ଯାହାର ବଜାର ମୂଲ୍ୟ ପ୍ରାୟ 3 କୋଟି ହେବ ବୋଲି ଜଣାପଡିଛି । ଦୁବାଇରୁ ଚେନ୍ନାଇ ଆସିଥିବା ଏକ ବିମାନର ସିଟ ତଳୁ ଏହି ବିପୁଳ ପରିମାଣର ସୁନା ଜବତ କରିଛନ୍ତି କଷ୍ଟମ ବିଭାଗର ଅଧିକାରୀ । ତେବେ ଜବତ ସୁନା ବାବଦରେ ଅଧିକ ତଥ୍ୟ ଜଣା ପଡିନଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଦୁବାଇରୁ ଆସିଥିବା ଏକ ବିମାନର ଏକ ସିଟ ତଳୁ ଏକ ଧଳା କପଡାରେ ଗୁଡା ହୋଇଥିବା ସୁନା ବିସ୍କୁଟ ମିଳିଥିଲା । ତେବେ ଏଥିରେ କେଉଁ ଯାତ୍ରୀ ବା ବିମାନ କମ୍ପାନୀର କର୍ମଚାରୀ ସମ୍ପୃକ୍ତ ଅଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସୁନାକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ବିମାନ ବନ୍ଦର କଷ୍ଟମ ବିଭାଗ ।

ଏହା ଚେନ୍ନାଇ ବିମାନବନ୍ଦରର ପ୍ରଥମ ସୁନା ଚୋରା ଚାଲାଣ ଘଟଣା ନୁହେଁ । ତେବେ ପୂର୍ବରୁ ମଧ୍ୟ ଅନେକ ଥର ସୁନା ସ୍ମଗ୍ଲିଂ ଧରାପଡିଥିବାବେଳେ ସୁନା ମଧ୍ୟ ଜବତ ହୋଇଛି । ବାରମ୍ବାର ସୁନା ଜବତ ହେବା ଘଟଣା ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ଭୂମିକାକୁ ମଧ୍ୟ ସନ୍ଦେହ ଘେରକୁ ଟାଣିଛି । ବାରମ୍ବାର ଏଭଳି ଘଟଣା ପଛରେ ବଡ ଧରଣର ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.