ETV Bharat / bharat

5G services in India: 2022 ସୁଦ୍ଧା ପ୍ରମୁଖ ସହରରେ କାର୍ଯ୍ୟକ୍ଷମ ହେବ 5G - ଭାରତରେ ଆରମ୍ଭ ହେବ ୫ ଟେଲିକମ ସେବା

2022ରେ ଦେଶର ପ୍ରମୁଖ ସହରରେ ଆରମ୍ଭ ହେବ 5G ଟେଲିକମ ସେବା । ୪ଟି ମେଟ୍ରୋ ସହର ସମେତ କିଛି ଦେଶର କିଛି ପ୍ରମୁଖ ସହରରେ ହେବ ଆରମ୍ଭ । ଅଧିକ ପଢନ୍ତୁ

5G services in India: 2022 ସୁଦ୍ଧା ପ୍ରମୁଖ ସହରରେ କାର୍ଯ୍ୟକ୍ଷମ ହେବ 5G

author img

By

Published : Dec 27, 2021, 10:49 PM IST

Updated : Dec 27, 2021, 11:05 PM IST

ନୂଆଦିଲ୍ଲୀ: 2022 ମସିହା ସୁଦ୍ଧା ଦେଶର ୪ ମେଟ୍ରୋ ସହର ସମେତ ଏକାଧିକ ପ୍ରମୁଖ ସହରରେ ଆରମ୍ଭ ହେବାକୁ ଯାଉଛି ପଞ୍ଚମ ଜେନେରେସନ ବା 5G ଟେଲିକମ୍ ସେବା । ଗୁରୁଗ୍ରାମ, ବାଙ୍ଗାଲୋର, କୋଲକାତା, ମୁମ୍ବାଇ, ଚଣ୍ଡିଗଡ଼, ଦିଲ୍ଲୀ, ଜାମନଗର, ଅହମଦାବାଦ, ଚେନ୍ନାଇ, ହାଇଦ୍ରାବାଦ, ଲକ୍ଷ୍ନୌ, ପୁଣେ, ଏବଂ ଗାନ୍ଧିନଗର ଏହି ୫ଜି ଆରମ୍ଭ ହେବା ତାଲିକାରେ ରହିଛନ୍ତି ।

ଅଗ୍ରଣୀ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ଭାରତୀ ଏୟାରଟେଲ୍, ରିଲାଏନ୍ସ -ଜିଓ, ଭୋଡାଫୋନ୍ ଆଇଡିଆ କମ୍ପାନୀ ପ୍ରମୁଖ ଏହି ବଡ ସହର ଗୁଡିକରେ 5G ଟ୍ରାଏଲ୍ ସାଇଟ୍ ପ୍ରତିଷ୍ଠା କରିଛନ୍ତି । ଆସନ୍ତା ବର୍ଷ (୨୦୨୨) ମଧ୍ୟରେ ସେମାନେ ଭିତ୍ତିଭୂମି ସଜାଡିବା କାମ ଶେଷ କରି ଦେଶରେ 5G ସେବା ଯୋଗାଇବା ଆରମ୍ଭ କରିବେ ବୋଲି କେନ୍ଦ୍ର ଟେଲିକମ୍ ବିଭାଗ (DoT) ପକ୍ଷରୁ ସୂଚନା ମିଳିଛି ।

4G ଟେଲିକମ ସେବା ଭାରତରେ ଯୋଗାଯୋଗ କ୍ଷେତ୍ରରେ ଏକ ବିଶାଳ କ୍ରାନ୍ତି ଆଣିଥିବାବେଳେ ବ୍ୟବହାରକାରୀଙ୍କୁ ମ୍ୟୁଜିକ୍ ଏବଂ ଲାଇଭ ଭିଡିଓ ଷ୍ଟ୍ରିମ ସହ ଉନ୍ନତ ଯୋଗାଯୋଗର ଅନୁଭବ ଦେଇଥିଲା । ତେବେ ପରବର୍ତ୍ତିତ ସଂସ୍କରଣ ତଥା ୫ଜି ରେ ୪ ଜି ଠାରୁ ଉଚ୍ଚ ଶକ୍ତି ଓ ଯୋଗାଯୋଗ କ୍ଷମତା ପ୍ରଦାନ କରିବ । ଏହା ସ୍ମାର୍ଟ ଫୋନ ସମେତ ଅନେକ ବୈଦୁତିକ ଉପକରଣରେ କନେକ୍ଟ ହୋଇପାରିବା ସହ କ୍ୟୁଇକ ଇଣ୍ଟରନେଟ ଆକ୍ସେସ ପ୍ରଦାନ କରିବାରେ ସହାୟକ ହୋଇପାରିବ । ଫଳରେ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦେଶରେ ନୂଆ କ୍ରାନ୍ତି ଆସିପାରିବ ।

ସ୍ୱଦେଶୀ 5G ଟେଷ୍ଟ ବେଡ୍ ପ୍ରକଳ୍ପ 2018ରେ ଆରମ୍ଭ ହୋଇଥିଲା ଏବଂ ଚଳିତ ମାସ ଡିସେମ୍ବର 31 ନିର୍ଦ୍ଧାରିତ ସମୟ ଅବଧି ସୁଦ୍ଧା ଶେଷ ମଧ୍ୟ ହେବାକୁ ଯାଉଛି । ଏହି ପ୍ରକଳ୍ପ ଟେଲିକମ୍ ବିଭାଗ ଦ୍ୱାରା ଆର୍ଥିକ ଅନୁଦାନ ମଧ୍ୟ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 27, 2021, 11:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.