ETV Bharat / bharat

ଗତ 24 ଘଣ୍ଟାରେ ଦେଶରେ ନୂଆ 59,118 ପଜିଟିଭ ଚିହ୍ନଟ

ଦେଶରେ ଗତ 24 ଘଣ୍ଟାରେ ନୂଆ 59 ହଜାର 118 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଗତ 24 ଘଣ୍ଟାରେ ଦେଶରେ ନୂଆ 59,118 ପଜିଟିଭ ଚିହ୍ନଟ
ଗତ 24 ଘଣ୍ଟାରେ ଦେଶରେ ନୂଆ 59,118 ପଜିଟିଭ ଚିହ୍ନଟ
author img

By

Published : Mar 26, 2021, 1:29 PM IST

ନୂଆଦିଲ୍ଲୀ: ଦେଶରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ଦେଶରେ ନୂଆ 59 ହଜାର 118 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 257 ଜଣଙ୍କର ମୃତ୍ୟୁ ଘଟିଛି । ଏ ସମ୍ପର୍କରେ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଏହାସହିତ 32 ହଜାର 987 ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା 1 କୋଟି 12 ଲକ୍ଷ 64 ହଜାର 637ରେ ପହଞ୍ଚିଛି । ସେପଟେ ଦେଶରେ କୋରୋନାରେ ମୋଟ 1 କୋଟି 18 ଲକ୍ଷ 46 ହଜାର 652 ଜଣ ଆକ୍ରାନ୍ତ ହୋଇଥିବା ବେଳେ ସକ୍ରିୟ ରହିଛନ୍ତି 4 ଲକ୍ଷ 21 ହଜାର 66 ଜଣ । ଦେଶରେ କୋରୋନା ଜନିତ ମୃ୍ତ୍ୟୁ ସଂଖ୍ୟା 1 ଲକ୍ଷ 60 ହଜାର 949ରେ ପହଞ୍ଚିଛି ।

ଦେଶରେ ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ଅଧିକ ଲୋକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ମହାରାଷ୍ଟ୍ରରେ ବର୍ତ୍ତମାନ 2,64,001 ସକ୍ରିୟ ମାମଲା ରହିଛି । ଅନ୍ୟପଟେ ଏଯାବତ ଦେଶରେ ମୋଟ 5 କୋଟି 55 ଲକ୍ଷ 4 ହଜାର 440 ଜଣଙ୍କୁ କୋଭିଡ଼ ଟିକା ଦିଆସରିଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ICMR) ପକ୍ଷରୁ ସୂଚନା ମିଳିଛି । ମାର୍ଚ୍ଚ 25 ତାରିଖ ସୁଦ୍ଧା ଦେଶରେ 23 କୋଟି 86 ହଜାର 4 ହଜାର 638ଟି କୋଭିଡ଼ ଟେଷ୍ଟ ହୋଇସାରିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଦେଶରେ 6ଟି ରାଜ୍ୟ ଯଥା ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ, ତାମିଲନାଡୁ ଓ ମଧ୍ୟପ୍ରଦେଶରେ ପ୍ରତିଦିନ ଅଧିକାଂଶ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦେଖିବାକୁ ମିଳୁଛି । ସାରା ଦେଶରେ ପ୍ରାୟ 81. 63 ପ୍ରତିଶତ ନୂଆ କୋରୋନା ମାମଲା ରେକର୍ଡ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.