ETV Bharat / bharat

ପଞ୍ଚାୟତ ନିର୍ବାଚନ ଦାୟିତ୍ବରେ ଥିବା 577 ଶିକ୍ଷକଙ୍କ ମୃତ୍ୟୁ ଅଭିଯୋଗ

ପଞ୍ଚାୟତ ନିର୍ବାଚନ ସମୟରେ ଦାୟିତ୍ବରେ ଥିବାବେଳେ ପାଖାପାଖି 577 ଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ପକ୍ଷରୁ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

author img

By

Published : Apr 29, 2021, 2:25 PM IST

ପଞ୍ଚାୟତ ନିର୍ବାଚନରେ ଦାୟିତ୍ବରେ ଥିବା 577 ଶିକ୍ଷକଙ୍କ ମୃତ୍ୟୁ ଅଭିଯୋଗ

ଲକ୍ଷ୍ନୌ: ପଞ୍ଚାୟତ ନିର୍ବାଚନ ସମୟରେ ଦାୟିତ୍ବରେ ଥିବାବେଳେ ପାଖାପାଖି 577 ଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ କେନ୍ଦ୍ର ପକ୍ଷରୁ ଉତ୍ତରପ୍ରଦେଶର ରାଜ୍ୟ ନିର୍ବାଚନ ଆୟୋଗ (ୟୁପିଏସଇସି) କୁ 577 ଜଣ ମୃତ୍ୟୁବରଣ କରିଥିବା ଶିକ୍ଷକଙ୍କ ତାଲିକା ଦିଆଯାଇଛି ।

ୟୁପି ଶିକ୍ଷକ ମହାସଙ୍ଗ (ୟୁପିଏସ୍ଏମ୍) ର ସଭାପତି ଦୀନେଶ ଚନ୍ଦ୍ର ଶର୍ମାଙ୍କ ଦ୍ୱାରା ପଠାଯାଇଥିବା ଏହି ତାଲିକାରେ 577 ଶିକ୍ଷକ ଏବଂ ଶିକ୍ଷା ମିତ୍ରଙ୍କ ନାମ ଏବଂ ଠିକଣା ରହିଛି। ଯେଉଁଥିରେ ସଂଘ ପକ୍ଷରୁ ବର୍ତ୍ତମାନ ଶିକ୍ଷକମାନଙ୍କୁ ଆସନ୍ତା ମେ' 2 ରେ ହେବାକୁ ଥିବା ଗଣନା ଦିନ ଦୂରେଇ ରହିବାକୁ ଶିକ୍ଷକଙ୍କୁ କୁହାଯାଇଛି ।

ଏନେଇ ଗତ ମଙ୍ଗଳବାର ଆହ୍ଲାବାଦ ହାଇକୋର୍ଟ ଏସସିଇଙ୍କୁ ନୋଟିସ ପଠାଇ କୋଭିଡ ପ୍ରସ୍ତୁତି ଏବଂ ମୃତ୍ୟୁ ଘଟଣାର ସ୍ପଷ୍ଟୀକରଣ ମାଗିଛନ୍ତି। ଏହାସହ କୋର୍ଟ ପକ୍ଷରୁ ନୋଟିସ ଜାରି କରାଯାଇଥିବାଳେ ଏହା ଶିକ୍ଷକଙ୍କୁ କୌଣସି ଲାଭ ଦେଇନାହିଁ । କାରଣ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ 3 ତାରିଖକୁ ଧାର୍ଯ୍ୟ କରାଯାଇଛି । ଯାହା ଭୋଟ ଗଣନାର ଗୋଟିଏ ଦିନ ପରେ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ନହେଲେ ଅତି କମରେ ଗଣନା ସ୍ଥଗିତ ରଖାଯିବା ନେଇ ଆଜି ଜଣେ ଶିକ୍ଷକ ନେତା କହିଛନ୍ତି।

ଅନ୍ୟପଟେ ୟୁପି ପ୍ରାଥମିକ ଶିକ୍ଷକ ସଙ୍ଗଠନର ବରିଷ୍ଠ ଉପସଭାପତି ରାଜେନ୍ଦ୍ର ସିଂ କହିଛନ୍ତି ଯେ, "ପୋଲଗୁଡିକ ପୂର୍ବରୁ କ୍ଷତି କରିସାରିଛି। ବର୍ତ୍ତମାନ ଯଦି ଗଣନା କରାଯାଏ ଏହା ଅଧିକ କ୍ଷତି ଘଟାଇପାରେ। ଆମେ ଭୟରେ ବଞ୍ଚୁଛୁ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.