ହାଇଦ୍ରାବାଦ: ସହଜରେ ହାତ ପାଆନ୍ତାରେ ଟଙ୍କା ପହଞ୍ଚାଇବାର ମୁଖ୍ୟ ଭୂମିକା ଗ୍ରହଣ କରିଥିବା ATM ର ଆଜି ଜନ୍ମଦିନ । 27 ଜୁନ୍ ଆଜିର ଦିନକୁ ATM ର ଜନ୍ମଦିନ ଭାବେ ପାଳନ କରାଯାଉଛି । ଲଣ୍ଡନରେ ପ୍ରଥମ କରି ATM ବ୍ୟବହାର ଆରମ୍ଭ ହୋଇଥିଲା ।
ଆଜି ହେଉଛି ଏଟିଏମ୍ ଅର୍ଥାତ୍ ସ୍ୱୟଂଚାଳିତ ଟେଲର୍ ମେସିନ୍ ବା ଅଟୋମେଟିକ ଟେଲର୍ ମେସିନର ଜନ୍ମଦିନ । 27 ଜୁନ୍ 1967 ରେ, ଲଣ୍ଡନର ଏନ୍ଫିଲ୍ଡ ଅଞ୍ଚଳରେ ପ୍ରଥମ ଏଟିଏମର ବ୍ୟବହାର ଆରମ୍ଭ ହୋଇଥିଲା । ବାର୍କଲେସ୍ ବ୍ୟାଙ୍କର ଏକ ଶାଖା ବାହାରେ ବିଶ୍ବର ପ୍ରଥମ ଏଟିଏମ୍ ସ୍ଥାପନ କରାଯାଇଥିଲା । ବ୍ରିଟିଶ ଅଭିନେତା ରେଗ ଭର୍ନେ ବିଶ୍ୱର ପ୍ରଥମ ଏଟିଏମରୁ ପ୍ରଥମେ ଟଙ୍କା ଉଠାଇଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ଏଟିଏମର ନେଟୱାର୍କ ସାରା ବିଶ୍ୱରେ ବ୍ୟାପିଛି ।
ଲଣ୍ଡନର ଏନଫିଲ୍ଡ ଅଞ୍ଚଳରେ ସ୍ଥାପିତ ହୋଇଥିବା ବିଶ୍ୱର ପ୍ରଥମ ଏଟିଏମ୍ ବର୍ତ୍ତମାନ ବହୁତ ବଦଳିଯାଇଛି । ବାରକଲେସ୍ ବ୍ୟାଙ୍କର ଶାଖାରେ ସ୍ଥାପିତ ହୋଇଥିବା ଏଟିଏମ୍ 50 ବର୍ଷ ପୂରଣ ଅବସରରେ 2017 ରେ ସୁନାରେ ତିଆରି ହୋଇଥିଲା । ଏହି ଦଶନ୍ଧି ମଧ୍ୟରେ ଏଥିରେ ଅନେକ ବୈଷୟିକ ପରିବର୍ତ୍ତନ କରାଯାଇଛି, ଯାହା ଏବେବି ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ