ETV Bharat / bharat

ଉତ୍ତରାଖଣ୍ଡରେ ଜଳପ୍ରଳୟ: ମୃତ୍ୟୁ ସଂଖ୍ୟା 53କୁ ବୃଦ୍ଧି

author img

By

Published : Feb 15, 2021, 8:43 AM IST

ଉତ୍ତରାଖଣ୍ଡ ଚମୋଲୀ ଜିଲ୍ଲାରେ ବନ୍ୟା ବିପର୍ଯ୍ୟୟ । ମୃତ୍ୟୁ ସଂଖ୍ୟା 53କୁ ବୃଦ୍ଧି । ଏବେ ବି ଅନେକ ନିଖୋଜଙ୍କ ସନ୍ଧାନରେ ଯବାନ । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡରେ ଜଳପ୍ରଳୟ: ମୃତ୍ୟୁ ସଂଖ୍ୟା 53କୁ ବୃଦ୍ଧି
ଉତ୍ତରାଖଣ୍ଡରେ ଜଳପ୍ରଳୟ: ମୃତ୍ୟୁ ସଂଖ୍ୟା 53କୁ ବୃଦ୍ଧି

ଡେରାଡୁନ: ଉତ୍ତରାଖଣ୍ଡ ଚମୋଲୀ ଜିଲ୍ଲାରେ ବନ୍ୟା ବିପର୍ଯ୍ୟକୁ 9 ଦିନ । ଆଜି ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଜୋଶିମଠ ତପୋବନ ସୁଡଙ୍ଗରେ ଫସି ରହିଥିବା ଅନେକ ନିଖୋଜଙ୍କୁ ଖୋଜୁଛନ୍ତି ଯବାନ । ଆଜି ସୁଦ୍ଧା 53 ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ ପକ୍ଷରୁ ସୂଚନା ଦିଆଯାଇଛି ।

ରବିବାର ଦିନ ଉଦ୍ଧାରକାରୀ ଦଳ 13ଟି ମୃତଦେହ ଉଦ୍ଧାର କରିଥିଲେ । ତପୋବନ ବିଦ୍ୟୁତ ପ୍ରକଳ୍ପ ଟନେଲରୁ 6, ରେନି ଅପଷ୍ଟ୍ରିମରୁ 6 ଏବଂ ରୁଦ୍ରପ୍ରୟାଗର ନଦୀ କୂଳରୁ ଗୋଟିଏ ମୃତଦେହ ଜବତ ହୋଇଥିଲା ।

ଗତ 7 ଫେବୃୟାରୀ ଚମୋଲୀରେ ହଠାତ ହିମସ୍ଖଳନ ହେବାରୁ ବନ୍ୟା ପରସ୍ଥିତି ସୃଷ୍ଟି ହୋଇଥିଲା । ବନ୍ୟା ପାଣି ମାଡି ଆସିବାରୁ ତପୋବନ ବିଦ୍ୟୁତ ପ୍ରକଳ୍ପ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା । ଯେଉଁଥିରେ ଅନେକ ଭାସି ଯିବା ସହ ଟନେଲ ଭିତରେ ଫସି ରହିଥିଲେ । ଏହି ବିପର୍ଯ୍ୟୟରେ 206 ଜଣ ନିଖୋଜ ଥିବାବେଳେ 53 ମୃତ ଦେହ ଉଦ୍ଧାର ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.