ETV Bharat / bharat

Loan app scam ମାଧ୍ୟମରେ ଚୀନକୁ ଯାଇଛି ୫ ଶହ କୋଟି, ୨୨ ଗିରଫ - ଲୋନଆପ ଘୋଟାଲା

ଚାଇନିଜ ଲୋନ ଆପ Loan app scam ସ୍କାମ ମାଧ୍ୟମରେ ଚୀନକୁ ଯାଇଛି ୫ ଶହ କୋଟି ଟଙ୍କା । ଗିରଫ ହେଲେଣି ୨୨ ଅଭିଯୁକ୍ତ । ସହଜରେ ଲୋନ ପ୍ରଦାନ ପରେ ନଗ୍ନ ଫଟୋ ଅପଲୋଡ କରି ବ୍ଲାକମେଲିଂ କରୁଛି ଏହି ବିଦେଶୀ ଆପ । ଚୀନ ଓ ବ୍ୟାଂଙ୍କରୁ ଅପରେଟ ହେଉଥିବା କହିଲା ଦିଲ୍ଲୀ ପୋଲିସର ସ୍ପେସାଲ ସେଲ । ଅଧିକ ପଢନ୍ତୁ

Loan app scam ମାଧ୍ୟମରେ ଚୀନକୁ ଯାଇଛି ୫ ଶହ କୋଟି, ୨୨ ଗିରଫ

author img

By

Published : Aug 20, 2022, 7:40 PM IST

ନୂଆଦିଲ୍ଲୀ: ଚାଇନୀଜ ଲୋନ ଆପ ମାଧ୍ୟମରେ ହୋଇଥିବା ଘୋଟାଲାରେ ପ୍ରାୟ ୫ଶହ କୋଟି ଟଙ୍କା ଚୀନକୁ (500 cr sent to China ) ଯାଇଛି । ଦିଲ୍ଲୀ ପୋଲିସ ସ୍ପେସାଲ ସେଲର ଇଣ୍ଟେଲିଜେନ୍ସ ଫ୍ୟୁଜନ ଓ ଷ୍ଟ୍ରାଟେଜିକ ଅପରେସନ ୟୁନିଟ(IFSO) ଏହି ମାମଲାରେ ତଦନ୍ତ ଜାରି ରଖିଥିବାବେଳେ, ଏକାଧିକ ମଡ୍ୟୁଲ୍ସକୁ ମଧ୍ୟ ଠାବ କରିବାରେ ସଫଳ ହୋଇଛି । ଏପରି କିଛି ତଥ୍ୟ ସାମ୍ନାକୁ ଆସିବା ସହ ୨୨ ଜଣଙ୍କୁ ଗିରଫ(22 Indians arrested for Loan app scam ) ମଧ୍ୟ କରାଯାଇଛି ।

Loan app scam ମାଧ୍ୟମରେ ଚୀନକୁ ଯାଇଛି ୫ ଶହ କୋଟି, ୨୨ ଗିରଫ
Loan app scam ମାଧ୍ୟମରେ ଚୀନକୁ ଯାଇଛି ୫ ଶହ କୋଟି, ୨୨ ଗିରଫ

ଏହି ଚାଇନିଜ ଲୋନ ଆପ ମାଧ୍ୟମରେ ଭାରତରୁ ହାଓ୍ବାଲା ରୁଟ ଓ କ୍ରିପ୍ଟୋକରେନ୍ସି ମାଧ୍ୟମରେ ଚୀନକୁ ୫ ଶହ କୋଟି ଟଙ୍କା ଯାଇଥିବା ତଦନ୍ତରୁ ଜଣାପଡିଥିବା ତଦନ୍ତକାରୀ ସଂସ୍ଥା କହିଛି । କାର୍ଯ୍ୟାନୁଷ୍ଠାନ ନେଇ ଦିଲ୍ଲୀ ପୋଲିସର ଡେପୁଟି କମିଶନର କେ.ପି.ଏସ୍ ମାଲହୋତ୍ରା କହିଛନ୍ତି, "ତୁରନ୍ତ ଲୋନ ପ୍ରଦାନ କରିବା ପାଇଁ ବ୍ୟବହୃତ ହେଉଥିବା ଏହି ଆପ୍ଲିକେସନରେ ପ୍ରଥମେ ବ୍ୟକ୍ତିଙ୍କୁ ଲୋନ ପ୍ରଦାନ ଓ ପରେ ବ୍ଲାକମେଲିଂ ପରି ସଙ୍ଗୀନ ଅଭିଯୋଗ ଆସିଛି । ସେମାନେ ପ୍ରଥମେ ବିନା କୌଣସି ଜଟିଳତାରେ ଲୋନ ପ୍ରଦାନ କରୁଛନ୍ତି ଓ ପରଶୋଧ ପରେ ମଧ୍ୟ ନଗ୍ନ ଫଟୋ ଆଦି ବ୍ୟବହାର କରି ଲୋନ ନେଉଥିବା ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରୁଛନ୍ତି ।"

ଏପରି କରିବା ଦ୍ବାରା ଲୋନ ନେଇଥିବା ବ୍ୟକ୍ତି ସେମାନଙ୍କୁ ଅତିରିକ୍ତ ଟଙ୍କା ପ୍ରଦାନ କରିବା ପାଇଁ ବାଧ୍ୟ ହେଉଛନ୍ତି । ଏନେଇ ଏକାଧିକ ଅଭିଯୋଗ ମଧ୍ୟ ପୋଲିସର ହସ୍ତଗତ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ବୈଷୟିକ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା (Loan app scam investigation)। ଏକ ସ୍ବତନ୍ତ୍ର ଟିମ ଏହି ମାମଲାର ତଦନ୍ତ କରିବା ପରେ ଏହି ଆପର ଡିଜାଇନ ଚୀନରେ ହୋଇଥିବା ଜଣାପଡିଥିଲା ।

ଲୋନ ନେବା ପୂର୍ବରୁ ବ୍ୟବହାରକାରୀଙ୍କୁ ଫଟୋ, ଇମେଜ, କଣ୍ଟାକ୍ଟ ଓ ମେସେଜ ପରି କିଛି ଗୋପନୀୟ ଫିଚରର ଆକସେସକୁ ପରମିଶନ ଦେବା ବାଧ୍ୟତାମୂଳକ କରାଯାଇଛି । ଏହି ଆପର ପରିଚାଳନା ଚୀନ ଓ ବ୍ୟାଂଙ୍କରୁ ହେଉଛି । ଏହି ଅର୍ଥରାଶି ହାଓ୍ବାଲ ଓ କ୍ରିପ୍ଟୋକରନ୍ସିଂ ଯୋଗେ ଚୀନକୁ ଯାଇଥିବା ଜଣାପଡିଛି । ଆଜି ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମାନେ ଚୀନ ନାଗରିକଙ୍କ ଦ୍ବାରା ପରିଚାଳିତ ହେଉଥିବା ସୂଚନା ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.